ମେଲବୋର୍ଣ୍ଣ: ଶେଷ ହେବାକୁ ଯାଉଛି 2019 । ଆରମ୍ଭ ହେବ 2020 । ତେବେ ଚଳିତ ବର୍ଷ କ୍ରିକେଟରେ ବିଭିନ୍ନ କ୍ଷେତ୍ରରେ ରେକର୍ଡ ଗଣିତ କରାଯାଉଛି । ଦିନିକିଆ, ଟେଷ୍ଟ ଓ ଟି-20 କ୍ରିକେଟର ବିଭିନ୍ନ ରେକର୍ଡରେ ବାଜିମାତ କରିଥିବା ଭାରତୀୟ ଖେଳାଳିଙ୍କୁ ପଛରେ ପକାଇଛନ୍ତି ଜଣେ ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ୍ । ଚଳିତ ବର୍ଷର ସର୍ବାଧିକ ଟେଷ୍ଟ ରନ ସଂଗ୍ରହକାରୀ ବନିଛନ୍ତି ଅଷ୍ଟ୍ରେଲିଆର ମାରନସ ଲେବସ୍ଚଗନେ ।

ସେହିପରି ମାରନସ ଲେବସ୍ଚଗନେ ବିଶ୍ବର ଏକମାତ୍ର କ୍ରିକେଟର ଭାବେ ଚଳିତ ବର୍ଷ ଟେଷ୍ଟ କ୍ରିକେଟରେ 1000 ରନ ସଂଗ୍ରହ କରିଛନ୍ତି । ତାଙ୍କ ପଛକୁ ରହିଛନ୍ତି ନିଜ ଦେଶର ଷ୍ଟିଭ ସ୍ମିଥ । ସ୍ମିଥଙ୍କ ରନ ମାରନସ ଲେବସ୍ଚଗନେଙ୍କ ଠାରୁ 139ରନ କମ ରହିଛି । ମାରନସ ଲେବସ୍ଚଗନେ ଚଳିତ ବର୍ଷ ଟେଷ୍ଟ କ୍ରିକେଟରେ ସର୍ବମୋଟ 1104ରନ କରିଛନ୍ତି । ନିକଟରେ ସମାପ୍ତ ହୋଇଥିବା ବକ୍ସିଂ ଡେ ଟେଷ୍ଟରେ ସେ ଦୁଇଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ଯୋଡିଥିଲେ । ଏହି ସ୍କୋର ସହ ଆଇସିସି ଟେଷ୍ଟ ମ୍ୟାନତାରେ ମଧ୍ୟ ତାଙ୍କ ସ୍ଥାନ ଉପରକୁ ଉଠିଛି । ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ ଚେତଶ୍ବ ପୂଜାରାଙ୍କୁ ସେ ପଛରେ ପକାଇ 4ର୍ଥ ସ୍ଥାନ ଅଧିକାର କରିଛନ୍ତି । ମାନ୍ୟତାର ପ୍ରଥମ ସ୍ଥାନରେ ରହିଛନ୍ତି ଭାରତୀୟ ରନ ମେସିନ ବିରାଟ କୋହଲି । ମାତ୍ର ସେ ଚଳିତ ବର୍ଷ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହ କରିପାରିନାହାଁନ୍ତି ।
ଗତ ରବିବାର ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ବକ୍ସିଂ ଡେ ଟେଷ୍ଟକୁ ଘରୋଇ କଙ୍ଗାରୁ ଦଳ 247ରନରେ ଜିତି ନେଇଛି । ଏଥି 3 ମ୍ୟାଚ ବିଶିଷ୍ଟ ସିରିଜରେ 2-0ରେ ଆଗୁଆ ରହିଛି ।