ETV Bharat / sports

ମୁମ୍ବାଇ ଇଣ୍ଡିଆନ୍ସର 'ମହାନାୟକ' ମାଲିଙ୍ଗା

ଭେଟେରାନ ଶ୍ରୀଲଙ୍କାନ ପେସ ବୋଲର ଲସିଥ ମାଲିଙ୍ଗା ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏନେଇ ମାଲିଙ୍ଗାଙ୍କ ଆଇପିଏଲ କ୍ୟାପଟେନ ରୋହିତ ଶର୍ମା ଭାବୁକପୂର୍ଣ୍ଣ ଟ୍ବିଟ କରିଛନ୍ତି ।

author img

By

Published : Jul 27, 2019, 1:57 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: କ୍ରିକେଟ ଦୁନିଆକୁ ଅନେକ ଖେଳାଳି ଆସିଛନ୍ତି । ଦୀର୍ଘ ଓ ସଫଳତାର କ୍ୟାରିୟର ମଧ୍ୟ କରିଛନ୍ତି । ନିଜ ଦେଶର କ୍ରିକେଟ ପ୍ରେମୀଙ୍କ ପାଇଁ ହିରୋ ହୋଇପାରିଛନ୍ତି । ମାତ୍ର ଶ୍ରୀଲଙ୍କାନ ପେସର ମାଲିଙ୍ଗାଙ୍କ ପରି ବହୁତ କମ ଖେଳାଳି, ବିଶ୍ବର ସମସ୍ତ କ୍ରୀଡାପ୍ରେମୀଙ୍କ ପସନ୍ଦର ଖେଳାଳି ହୋଇଛନ୍ତି ।
ବିଶେଷ କରି ଭାରତ ଭଳି କ୍ରିକେଟ ପାଗଳ ଦେଶର ଲୋକଙ୍କ ହୃଦୟରେ ମାଲିଙ୍ଗା ଏକ ସ୍ବତନ୍ତ୍ର ସ୍ଥାନ ନେଇଛନ୍ତି ।

Rohit tweets on malinga
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@@ImRo45)

ବିଶ୍ବର ସର୍ବାଧିକ ଲୋକେ ପସନ୍ଦ କରୁଥିବା ଟି-20 ଲିଗ ହେଉଛି ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) । ଏହି ସର୍ବବୃହତ ଟି-20 ଲିଗ ଟୁର୍ଣ୍ଣାମେଣ୍ଟରେ ସବୁଠୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସରେ ଖେଳନ୍ତି ମାଲିଙ୍ଗା । ଦିନିକିଆ କ୍ରିକେଟରୁ ଅବସର ନେବା ପରେ, କ୍ୟାପଟେନ ରୋହିତ ମାଲିଙ୍କାଙ୍କ ଉଦ୍ଦେଶ୍ୟରେ କରିଛନ୍ତି ଭାବୁକପୂର୍ଣ୍ଣ ଟ୍ବିଟ । ରୋହିତ କହିଛନ୍ତି ଶେଷ 10 ବର୍ଷରେ ମାଲିଙ୍ଗା ତାଙ୍କ ପାଇଁ ବଡ ମ୍ୟାଚ ୱିନର ରହିଛନ୍ତି । କ୍ୟାପଟେନ ଭାବେ ସେ ବହୁତ ଜଣଙ୍କ ମଧ୍ୟରୁ ମାଲିଙ୍ଗାଙ୍କୁ ବାଛନ୍ତି । କୌଣସି ବି ପରିସ୍ଥିତିରେ ହାରିବାକୁ ଦେବାନି ମୁମ୍ବାଇ ଇଣ୍ଡିଆନ୍ସକୁ ମାଲିଙ୍ଗା ଶିଖାଇଛନ୍ତି ।

4ଥର ଆଇପିଏଲ ଟ୍ରଫି ବିଜେତା ଓ 2ଥର ଚମ୍ପିଆନ୍ସଲିଗ ଟି-20ରେ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସର ମହାନାୟକ ହେଉଛନ୍ତି ମାଲିଙ୍ଗା । 2019 ଆଇପିଏଲ ଫାଇନାଲ ମ୍ୟାଚର ଶେଷ ଓଭର ବୋଲିଂ କରି ଚେନ୍ନାଇ ସୁପରକିଙ୍ଗ ହାତରୁ ମ୍ୟାଚ ଛଡାଇ ଆଣିଥିଲେ ମାଲିଙ୍ଗା । 4ର୍ଥ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ଆଇପିଏଲ ଚମ୍ପିଆନର ତାଜ ପିନ୍ଧାଇଥିଲେ ।

Intro:Body:

TESTING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.