କଲମ୍ବୋ: ଶ୍ରୀଲଙ୍କା ଟି-20 କ୍ରିକେଟ ଟିମର ଅଧିନାୟକ ଲସିଥ ମଲିଙ୍ଗା ନିଜର କ୍ରିକେଟ କ୍ୟାରିଅରରୁ ଟି-20 ବିଶ୍ବକପ ପରେ ସନ୍ୟାସ ନେଇଥାନ୍ତେ । କିନ୍ତୁ ଏହି ନିଷ୍ପତ୍ତିରେ ଆସିଛି ୟୁଟର୍ଣ୍ଣ । ମାର୍ଚ୍ଚ ମାସରେ ମଲିଙ୍ଗା କହିଥିଲେ ଯେ, ଅଷ୍ଟ୍ରେଲିଆ ଟି-20 ବିଶ୍ବକପ ପରେ ଖେଳକୁ ବିଦାୟ ନେବି । କିନ୍ତୁ ଏବେ ନିଜର ମତ ବଦଳାଇଛନ୍ତି । ବର୍ତ୍ତମାନ ଫିଟ୍ ରହିଥିବାରୁ ଆହୁରି 2ବର୍ଷ ଅନ୍ତର୍ଜାତୀୟ ଟି-20ମ୍ୟାଚ ଖେଳିପାରିବେ ବୋଲି କହିଛନ୍ତି ମଲିଙ୍ଗା ।
ଟି-20 ଫର୍ମାଟରେ 4ଓଭର ବୋଲିଂ କରିବାକୁ ପଡିଥାଏ । ଆହୁରି 2ବର୍ଷ ଖେଳିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ମଲିଙ୍ଗା ।