ETV Bharat / sports

ଆଇପିଏଲ: ମଙ୍କଡିଂ ପରେ ପୁଣିଥରେ ପଞ୍ଜାବ-ରାଜସ୍ଥାନ ସାମ୍ନାସାମ୍ନି - ipl

ଆଇପିଏଲର ମ୍ୟାଚ ନମ୍ବର-32। ସାମ୍ନାସାମ୍ନି ହୋଇଛନ୍ତି ରାଜସ୍ଥାନ ରୟାଲ୍ସ ଓ କିଙ୍ଗ ଏକାଦଶ ପଞ୍ଜାବ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Apr 16, 2019, 8:21 PM IST

ମୋହାଲି: ମଧ୍ୟଭାଗରେ ପହଁଚିସାରିଛି ଆଇପିଏଲର ଚଳିତ ସଂସ୍କରଣ । ଆଜି ଖେଳାଯାଉଛି 32 ନମ୍ବର ମ୍ୟାଚ। ସାମ୍ନାସାମ୍ନି ହୋଇଛନ୍ତି ରାଜସ୍ଥାନ ରୟାଲ୍ସ ଓ କିଙ୍ଗ ଏକାଦଶ ପଞ୍ଜାବ। ଏପଟେ 4ଟି ବିଜୟ ସହ ପଏଣ୍ଟ ଟେବୁଲର 4 ନମ୍ବର ସ୍ଥାନରେ ପଞ୍ଜାବ ରହିଛି।

ଭିଡିଓ ସୌଜନ୍ୟ- ବ୍ୟୁରୋ ରିପୋର୍ଟ

ମାତ୍ର ରାଜସ୍ଥାନ ତାର ଶେଷ ମ୍ୟାଚରେ ମୁମ୍ବାଇକୁ ତାର ହୋମ ଗ୍ରାଉଣ୍ଡ ୱାଙ୍ଖଡେର ମାତ ଦେଇଥିଲା। ଯେତେବେଳେ କି ପଞ୍ଜାବ ନିଜର ଶେଷ ମ୍ୟାଚକୁ ନିଜ ହୋମ ଗ୍ରାଉଣ୍ଡରେ ଆରସିବି ଠାରୁ ହାରି ଯାଇଛି । ତେବେ ଚଳିତ ସିଜିନରେ ଆରସିବି ସେହି ଟିମ, ଯିଏ ନିଜର ପ୍ରଥମ ବିଜୟ ପାଞ୍ଜାବ ବିପକ୍ଷରେ ପାଇଛି । ଅନ୍ୟପଟେ ରାଜସ୍ଥାନ ଏବଂ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ଶେଷ ମ୍ୟାଚ ଥିଲା ବେଶ ଚର୍ଚ୍ଚିତ। ଚର୍ଚ୍ଚାର କାରଣ ଥିଲା ଅଶ୍ବୀନଙ୍କ ମଙ୍କଡ ଆଉଟ।

ipl
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ମାତ୍ର ଆଜି ଜୟପୁର ନୁହେଁ ମୋହାଲି ଗ୍ରାଉଣ୍ଡରେ ଚାଲିଛି ମ୍ୟାଚ । ପୁଣିଥରେ ଫୋକସରେ ଅଶ୍ବିନ ଓ ବଟଲର। କଣ ଅଶ୍ବିନୀ ପୁଣିଥରେ ମଙ୍କଡିଂ କରି ମୋହାଲିର ମାହୋଲ ବଦଳାଇବେ ନା ପଞ୍ଜାବରେ ବଟଲର ନିଜ ଫର୍ମ ବଳରେ ରାଜସ୍ଥାନକୁ ଆଉ ଏକ ବିଜୟ ପ୍ରଦାନ କରିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

'ଲୋକଙ୍କ ସମର୍ଥନ ପାଇ ବିଜୟୀ ହେବି'

ଭୁବନେଶ୍ବର: ଚଳିତ ବର୍ଷର ନିର୍ବାଚନରେ ଚାଲିଛି ଜୋରଦାର ଲଢେଇ। ରାଜ୍ୟର ତିନି ପ୍ରମୁଖ ଦଳର ପ୍ରାର୍ଥୀ ଏବେ ରଣାଙ୍ଗନରେ। ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆସନ୍ତା 18 ତାରିଖରେ ହେବ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ପ୍ରତିଶ୍ରୁତିର ପାହାଡ ଠିଆ କରୁଛନ୍ତି ପ୍ରାର୍ଥୀ। କେଉଁ ମୁଦ୍ଦା ନେଇ ଜନତାଙ୍କ ମନ ଜିଣିବେ ସେ ନେଇ ଚାଲିଛି ଜୋରଦାର ପ୍ରଚେଷ୍ଟା।

ତେବେ ଏହି କ୍ରମରେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ସହ ଅଧିକ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ସଞ୍ଜୀବ କୁମାର ରାୟ।

ଗତଥର ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ହାରିଥିବା ଜଗନ୍ନାଥ ପ୍ରଧାନ ଚଳିତ ଥର ଜନସାଧାରଣଙ୍କ ଆଶୀର୍ବାଦ ଲୋଡିଛନ୍ତି। ଏହାସହ ରାଜ୍ୟରେ ସରକାର ବଦଳିବା ଦରକାର ଓ ଡବଲ ଇଞ୍ଜିନ ସରକାରର ଆହ୍ବାନ ଦେଇଛନ୍ତି ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.