ଦୁବାଇ: କ୍ରିକେଟ ମ୍ୟାଚବେଳେ ବଲକୁ ଚମକାଇବା ପାଇଁ ହେବନି ଛେପର ବ୍ୟବହାର । କୋରୋନା ଭାଇରସ ସମୟରେ କୌଣସି ପ୍ରକାର ସଂକ୍ରମଣ ସମ୍ଭାବନାକୁ ଏଡାଇବାକୁ ଏହି ନିଷ୍ପତି ହୋଇଛି । ଅନିଲ କୁମ୍ବଲେଙ୍କ ନେତୃତ୍ବରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦର କ୍ରିକେଟ କମିଟି ଏହି ପ୍ରସ୍ତାବ ରଖିଛି ।

ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଇସିସି କ୍ରିକେଟ କମିଟିର ବୈଠକ ହୋଇଥିଲା । ଛେପ ଦ୍ବାରା ସଂକ୍ରମଣର ଆଶଙ୍କା ଥିବାରୁ ଏହାକୁ ବାରଣ କରାଯାଇଛି । ଏହି ପ୍ରସ୍ତାବ ଆଇସିସି ବୋର୍ଡ ନିକଟରେ କମିଟି ପକ୍ଷରୁ ରଖାଯାଇଛି ।

ଏଥିସହିତ ଆଧୁନିକ କ୍ରିକେଟରେ କେତେକ ଅନ୍ୟ ପରିବର୍ତ୍ତନ ନେଇ କୁମ୍ବଲେଙ୍କ ନେତୃତ୍ବରେ ଏହି ବୈଠକରେ ଆଲୋଚନା ହୋଇଛି । ଗୋଟିଏ ଇଂନିସରେ 2ଟି ଡିସିସନ ରିଭ୍ୟୁ ସିଷ୍ଟମ(DRS) ର ଉପଲବ୍ଧ ରହିଛି । ମାତ୍ର ଏହାକୁ ବୃଦ୍ଧିକରି 3 କରିବାକୁ ମଧ୍ୟ ପ୍ରସ୍ତାବ ପାରିତ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ