ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ସଂଘ(ଡିଡିସିଏ) ଗୁରୁବାର ଦିନ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କ ନାଁରେ ଫିରୋଜଶାହ କୋଟଲାରେ ଏକ ଷ୍ଟାଣ୍ଡ ଉନ୍ମୋଚନ କରିବ । ଏହି ଅବସରରେ ଭାରତୀୟ କ୍ରିକେଟ ଟିମ ଷ୍ଟାଡିୟମରେ ଉପସ୍ଥିତ ରହିବେ ।
ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ଟିମର ଖେଳାଳୀ ମାନେ ଡିଡିସିଏ ଦ୍ବାରା କୋହଲିଙ୍କ ନାଁରେ ଷ୍ଟାଣ୍ଡର ଉନ୍ମୋଚନ କରିବା ସମୟରେ ସେଠାରେ ଉପସ୍ଥିତ ରହିବେ । ଶୁକ୍ରବାର ଦିନ ଧର୍ମଶାଳା ଯିବା ପୂର୍ବରୁ ଖେଳାଳୀମାନେ ଗୁରୁବାର ଦିନ ରାଜଧାନୀ ଦିଲ୍ଲୀରେ ଥିବେ ।
ସୂଚନାଥାଉକି, ଦକ୍ଷିଣ ଆଫ୍ରିକା ଟି୍ମ ସହ ଭାରତୀୟ ଟିମ 15 ସେପ୍ଟେମ୍ବରରୁ ଟି-20 ସିରିଜ ଖେଳିବ । 15 ସେପ୍ଟେମ୍ବରରେ ଧର୍ମଶାଳା ଠାରେ, 18ରେ ମୋହାଲି ଠାରେ ଓ 22 ସେପ୍ଟେମ୍ବରରେ ବାଙ୍ଗାଲୁରରେ ଖେଳିବ ।
ଟି-20 ସିରିଜ ପରେ ଉଭୟ ଦଳ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ଅନ୍ତର୍ଗତ ଟେଷ୍ଟ ସିରିଜରେ ମୁହାଁମୁହିଁ ହେବେ ।