ହାଇଦ୍ରାବାଦ: ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଭାରତ ପାଇଁ ଏହି ଦଶନ୍ଧିର ଶ୍ରେଷ୍ଠ ପ୍ରଭାବଶାଳୀ ଖେଳାଳି ବିରାଟ କୋହଲି । ଏହା କହିଛନ୍ତି ପୂର୍ବତନ ଟିମ ଇଣ୍ଡିଆ କ୍ୟାପଟେନ ସୁନୀଲ ଗାଭାସ୍କର ।
କୋହଲି ବର୍ଷ 2008ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ । ଏଯାବତ ସେ 251 ଦିନିକିଆ ମ୍ୟାଚ ଖେଳିସାରିଥିବାବେଳେ, 12,040 ରନ ସଂଗ୍ରହ କରିଛନ୍ତି । ଏହି ସଫଳତମ କ୍ୟାରିୟରରେ 43ଟି ଶତକୀୟ ଇଂନିସ ସାମିଲ ରହିଛି ।
କୋହଲିଙ୍କ ନାମରେ ପୁରୁଷ ଟି-20ରେ 50.32 ହାରରେ ସର୍ବାଧିକ 2768 ରନ ରହିଛି । ସେହିପରି ଟି-20 ବିଶ୍ବକପ ମ୍ୟାଚରେ 86.33 ହାରରେ ସର୍ବାଧିକ 777 ରନ ରହିଛି । ଏଥିସହ ଚଳିତ ଦଶନ୍ଧିର ଶ୍ରେଷ୍ଠ ପୁରୁଷ ଟି-20 ଖେଳାଳି ଆୱାର୍ଡ ପାଇଁ ମଧ୍ୟ ଚୟନ ହୋଇଛନ୍ତି ।
"ଯେବେ ଭାରତୀୟ ଦଳ ବଡ ସ୍କୋରର ପିଛା କରିଛି, ସଫଳତାର ସହ କୋହଲି ଭାରତକୁ ବିଜୟୀ କରାଇଥିବା ମ୍ୟାଚର ସଂଖ୍ୟାକୁ ଦେଖିଲେ କୋହଲି ଶ୍ରେଷ୍ଠ ବୋଲି ନିଃସନ୍ଦେହରେ କୁହାଯାଇପାରିବ ।" ଏହା କହିଛନ୍ତି ଗାଭାସ୍କର ।
ଭାରତ ବିଜୟୀ ହେଇଥିବା ମ୍ୟାଚରେ କୋହଲି ସର୍ବାଧିକ ପ୍ରଭାବୀ ଖେଳାଳି ରହିଛନ୍ତି । ସେଥିପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଦ୍ବାରା କୋହଲି ଦଶନ୍ଧିର ଶ୍ରେଷ୍ଠ ପୁରୁଷ ଖେଳାଳି ପାଇଁ ନୋମିନେଟ ହୋଇଛନ୍ତି ।
32 ବର୍ଷୀୟ କୋହଲି କ୍ରିକେଟର ସମସ୍ତ ଫର୍ମାଟରେ ଭାରତୀୟ ଦଳର ନେତୃତ୍ବ ନେଉଛନ୍ତି । କୋହଲିଙ୍କ ସହ ରବିଚନ୍ଦ୍ରନ ଅଶ୍ବିନୀ, ଜୋଏ ରୁଟ(ଇଂଲଣ୍ଡ), କେନ ୱିଲିୟମସନ(ନ୍ୟୁଜିଲାଣ୍ଡ), ଷ୍ଟିଭ ସ୍ମିଥ(ଅଷ୍ଟ୍ରେଲିଆ), ଏବି ଡି ଭିଲିୟର୍ସ(ଦକ୍ଷିଣ ଆଫ୍ରିକା) ଓ କୁମାର ସାଙ୍ଗାକାରା(ଶ୍ରୀଲଙ୍କା) ଦଶନ୍ଧିର ଶ୍ରେଷ୍ଠ ପୁରୁଷ ଖେଳାଳି ପାଇଁ ନୋମିନେଟ ହୋଇଥିବା ଖେଳାଳି ରହିଛନ୍ତି ।
-
🏅 During the awards period:
— ICC (@ICC) November 28, 2020 " class="align-text-top noRightClick twitterSection" data="
🔸 Leading run-scorer in men's T20Is – 2768 at 50.32
🔸 Leading run-scorer in @T20WorldCup matches – 777 at 86.33
India superstar Virat Kohli is a nominee for the ICC Men's T20I Player of the Decade award!
VOTE 👉 https://t.co/Ib6lqGqUOi pic.twitter.com/1VDyLdT47B
">🏅 During the awards period:
— ICC (@ICC) November 28, 2020
🔸 Leading run-scorer in men's T20Is – 2768 at 50.32
🔸 Leading run-scorer in @T20WorldCup matches – 777 at 86.33
India superstar Virat Kohli is a nominee for the ICC Men's T20I Player of the Decade award!
VOTE 👉 https://t.co/Ib6lqGqUOi pic.twitter.com/1VDyLdT47B🏅 During the awards period:
— ICC (@ICC) November 28, 2020
🔸 Leading run-scorer in men's T20Is – 2768 at 50.32
🔸 Leading run-scorer in @T20WorldCup matches – 777 at 86.33
India superstar Virat Kohli is a nominee for the ICC Men's T20I Player of the Decade award!
VOTE 👉 https://t.co/Ib6lqGqUOi pic.twitter.com/1VDyLdT47B
କେବଳ ଦଶନ୍ଧିର ଶ୍ରେଷ୍ଠ ପୁରୁଷ ଖେଳାଳି ନୁହଁନ୍ତି ବରଂ, ଦଶନ୍ଧିର ଶ୍ରେଷ୍ଠ ପୁରୁଷ ଟେଷ୍ଟ ଖେଳାଳି, ଦଶନ୍ଧିର ଶେଷ୍ଠ ପୁରୁଷ ଦିନିକିଆ ଖେଳାଳି, ଦଶନ୍ଧିର ଶ୍ରେଷ୍ଠ ପୁରୁଷ ଟି-20 ଖେଳାଳି ଓ ଦଶନ୍ଧିର ସ୍ପିରିଟ ଅଫ୍ କ୍ରିକେଟ ଆୱାର୍ଡ ପାଇଁ ନୋମିନେଟ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ