ETV Bharat / sports

ଆଇପିଏଲ 2020: 46ତମ ମ୍ୟାଚରେ କିଙ୍ଗ୍ସର ରାଜୁତି, 8 ଓ୍ବିକେଟରେ ହାରିଲା କେକେଆର

author img

By

Published : Oct 27, 2020, 8:37 AM IST

46ତମ ମ୍ୟାଚରେ କିଙ୍ଗ୍ସ ଏକାଦଶ ପଞ୍ଜାବର ବାଜିମାତ୍‌ । ସୋମବାର ଶାରଜାହା ଷ୍ଟାଡିୟମରେ 8 ଓ୍ବିକେଟରେ କେକେଆର ଟିମକୁ ମାତ୍‌ ଦେଇ କ୍ରମାଗତ 5ମ ବିଜୟ ହାସଲ କରିଛି ପଞ୍ଜାବ । କ୍ରିସ ଗେଲଙ୍କ ଧୁଆଁଦାର ପାଳି ପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ମିଳିଛି ।

ଆଇପିଏଲ 2020: 46ତମ ମ୍ୟାଚରେ କିଙ୍ଗ୍ସର ରାଜୁତି, 8ଓ୍ବିକେଟରେ ହାରିଲା କେକେଆର

ଶାରଜାହା: ଚଳିତ ଆଇପିଏଲର 13ତମ ସିଜନର 46ତମ ମ୍ୟାଚରେ କିଙ୍ଗ୍ସ ଏକାଦଶ ପଞ୍ଜାବର ବାଜିମାତ୍‌ । ସୋମବାର ଶାରଜାହା ଷ୍ଟାଡିୟମରେ 8ଓ୍ବିକେଟରେ କେକେଆର ଟିମକୁ ମାତ୍‌ ଦେଇ କ୍ରମାଗତ 5ମ ବିଜୟ ହାସଲ କରିଛି ପଞ୍ଜାବ । ତେବେ ଏହି ବିଜୟ ପରେ ପଏଣ୍ଟ ଟେବୁଲରେ 4ର୍ଥ ସ୍ଥାନ ହାସଲ କରିଛି କେଏଲ ରାହୁଲଙ୍କ ଟିମ ।

ଦଳ ପାଇଁ 29ବଲ୍‌ରେ 51ରନ୍‌(5ଛକା,2ଚୌକା) କରିଥିବା କ୍ରିସ ଗେଲଙ୍କ ଧୁଆଁଦାର ପାଳି ପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ମିଳିଛି ।

2ଓ୍ବିକେଟ ପାଇଁ କ୍ରିସ ଗେଲ ଓ ମନଦୀପ ସିଂ ଯୋଡି 100ରନର ପାର୍ଟନରସିପ୍‌ ଇଂନିସ ଖେଳିଥିଲେ । ମନଦୀପ 56 ବଲ୍‌ରେ 66 ରନ୍‌(8ଚୌକା, 2ଛକା) କରି ଅପରାଜିତ ରହିଥିଲେ ।

#KXIP makes its way in the Top 4 in the Points Table after Match 46 of #Dream11IPL pic.twitter.com/PlCAYG6k9R

— IndianPremierLeague (@IPL) October 26, 2020

150ରନ୍‌ର ବିଜୟଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଥିବା ପଞ୍ଜାବ ଦଳର ପ୍ରଥମ ଓ୍ବିକେଟ 47ସ୍କୋରରେ ଯାଇଥିଲା । ଯେତେବେଳେ ଅଧିନାୟକ କେଏଲ ରାହୁଲ 28ରନ୍‌ କରି ଆଉଟ ହୋଇଥିଲେ । ଏହାପରେ ମନନ୍ଦୀପ ସିଂ ଓ ଗେଲ୍‌ଙ୍କ ପାର୍ଟନରସିପ୍‌ ଦଳକୁ ବିଜୟ ଦ୍ବାର ଯାଏଁ ନେଇ ଯାଇଥିଲା । ତେବେ 147 ସ୍କୋରବେଳକୁ ଗେଲ୍‌ 51ରନ କରି ଆଉଟ୍‌ ହୋଇଥିଲେ । ଦଳ 18.5 ଓଭରରେ 2 ଓ୍ବିକେଟ ହରାଇ 150ରନ୍‌ ହାସଲ କରି ଲିଗ୍‌ର 6ଷ୍ଠ ବିଜୟ ହାସଲ କରିଛି ।

କେକେଆର ଦଳ ପକ୍ଷରୁ ବରୁଣ ଓ ଫର୍ଗୁସନ୍ ଗୋଟିଏ ଲେଖାଏଁ ଓ୍ବିକେଟ ହାତେଇଥିଲେ ।

ଏହି ମ୍ୟାଚରେ ପ୍ରଥମେ ପଞ୍ଜାବ ଟସ୍‌ ଜିତି କେକେଆରକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । କେକେଆର ନିର୍ଦ୍ଧାରିତ ଓଭରରେ 9ଓ୍ବିକେଟ ହରାଇ 149ରନ୍‌ ସଂଗ୍ରହ କରିଥିଲା । ଶୁଭମନ ଗିଲ 45 ବଲ୍‌ରେ ସର୍ବାଧିକ 57ରନ ସଂଗ୍ରହ କରିଥିଲେ । ମୋର୍ଗାନ 25 ବଲରୁ 40 ରନର ଇଂନିସ ଖେଳିଥିଲେ । ଶେଷ ଭାଗରେ ଅଲରାଉଣ୍ଡର ଲୁକି ଫର୍ଗୁସନ 24ରନ କରିଥିଲେ ।

ପଞ୍ଜାବ ପକ୍ଷରୁ ସାମି 3ଓ୍ବିକେଟ, କ୍ରିସ ଜୋର୍ଡନ ଓ ରବି ବିଷ୍ନୋଇ 2ଟି ଲେଖାଏଁ ଓ୍ବିକେଟ ହାତେଇଥିଲେ । ସେହିପରି ମ୍ୟାକ୍ସଓ୍ବେଲ ଓ ମୁରୁଗାନ ଅଶ୍ବିନ ଗୋଟିଏ ଲେଖାଏଁ ଓ୍ବିକେଟ ହାତେଇଥିଲେ ।

ଶାରଜାହା: ଚଳିତ ଆଇପିଏଲର 13ତମ ସିଜନର 46ତମ ମ୍ୟାଚରେ କିଙ୍ଗ୍ସ ଏକାଦଶ ପଞ୍ଜାବର ବାଜିମାତ୍‌ । ସୋମବାର ଶାରଜାହା ଷ୍ଟାଡିୟମରେ 8ଓ୍ବିକେଟରେ କେକେଆର ଟିମକୁ ମାତ୍‌ ଦେଇ କ୍ରମାଗତ 5ମ ବିଜୟ ହାସଲ କରିଛି ପଞ୍ଜାବ । ତେବେ ଏହି ବିଜୟ ପରେ ପଏଣ୍ଟ ଟେବୁଲରେ 4ର୍ଥ ସ୍ଥାନ ହାସଲ କରିଛି କେଏଲ ରାହୁଲଙ୍କ ଟିମ ।

ଦଳ ପାଇଁ 29ବଲ୍‌ରେ 51ରନ୍‌(5ଛକା,2ଚୌକା) କରିଥିବା କ୍ରିସ ଗେଲଙ୍କ ଧୁଆଁଦାର ପାଳି ପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ମିଳିଛି ।

2ଓ୍ବିକେଟ ପାଇଁ କ୍ରିସ ଗେଲ ଓ ମନଦୀପ ସିଂ ଯୋଡି 100ରନର ପାର୍ଟନରସିପ୍‌ ଇଂନିସ ଖେଳିଥିଲେ । ମନଦୀପ 56 ବଲ୍‌ରେ 66 ରନ୍‌(8ଚୌକା, 2ଛକା) କରି ଅପରାଜିତ ରହିଥିଲେ ।

150ରନ୍‌ର ବିଜୟଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଥିବା ପଞ୍ଜାବ ଦଳର ପ୍ରଥମ ଓ୍ବିକେଟ 47ସ୍କୋରରେ ଯାଇଥିଲା । ଯେତେବେଳେ ଅଧିନାୟକ କେଏଲ ରାହୁଲ 28ରନ୍‌ କରି ଆଉଟ ହୋଇଥିଲେ । ଏହାପରେ ମନନ୍ଦୀପ ସିଂ ଓ ଗେଲ୍‌ଙ୍କ ପାର୍ଟନରସିପ୍‌ ଦଳକୁ ବିଜୟ ଦ୍ବାର ଯାଏଁ ନେଇ ଯାଇଥିଲା । ତେବେ 147 ସ୍କୋରବେଳକୁ ଗେଲ୍‌ 51ରନ କରି ଆଉଟ୍‌ ହୋଇଥିଲେ । ଦଳ 18.5 ଓଭରରେ 2 ଓ୍ବିକେଟ ହରାଇ 150ରନ୍‌ ହାସଲ କରି ଲିଗ୍‌ର 6ଷ୍ଠ ବିଜୟ ହାସଲ କରିଛି ।

କେକେଆର ଦଳ ପକ୍ଷରୁ ବରୁଣ ଓ ଫର୍ଗୁସନ୍ ଗୋଟିଏ ଲେଖାଏଁ ଓ୍ବିକେଟ ହାତେଇଥିଲେ ।

ଏହି ମ୍ୟାଚରେ ପ୍ରଥମେ ପଞ୍ଜାବ ଟସ୍‌ ଜିତି କେକେଆରକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । କେକେଆର ନିର୍ଦ୍ଧାରିତ ଓଭରରେ 9ଓ୍ବିକେଟ ହରାଇ 149ରନ୍‌ ସଂଗ୍ରହ କରିଥିଲା । ଶୁଭମନ ଗିଲ 45 ବଲ୍‌ରେ ସର୍ବାଧିକ 57ରନ ସଂଗ୍ରହ କରିଥିଲେ । ମୋର୍ଗାନ 25 ବଲରୁ 40 ରନର ଇଂନିସ ଖେଳିଥିଲେ । ଶେଷ ଭାଗରେ ଅଲରାଉଣ୍ଡର ଲୁକି ଫର୍ଗୁସନ 24ରନ କରିଥିଲେ ।

ପଞ୍ଜାବ ପକ୍ଷରୁ ସାମି 3ଓ୍ବିକେଟ, କ୍ରିସ ଜୋର୍ଡନ ଓ ରବି ବିଷ୍ନୋଇ 2ଟି ଲେଖାଏଁ ଓ୍ବିକେଟ ହାତେଇଥିଲେ । ସେହିପରି ମ୍ୟାକ୍ସଓ୍ବେଲ ଓ ମୁରୁଗାନ ଅଶ୍ବିନ ଗୋଟିଏ ଲେଖାଏଁ ଓ୍ବିକେଟ ହାତେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.