ETV Bharat / sports

ଆଇପିଏଲ 2020: ଦୁବାଇ ଗ୍ରାଉଣ୍ଡରେ ପଞ୍ଜାବର ରାଜୁତି, 97ରନ୍‌ରେ ହାରିଲା ଆରସିବି

author img

By

Published : Sep 25, 2020, 8:38 AM IST

ଆଇପିଏଲର ଷଷ୍ଠ ମ୍ୟାଚରେ କେଏଲ ରାହୁଲଙ୍କ ନେତୃତ୍ୟରେ ବିରାଟବାହିନୀକୁ 97ରନ୍‌ରେ ପରାସ୍ତ କରିଛି କିଙ୍ଗ୍ସ ଏକାଦଶ ପଞ୍ଜାବ । କେଏଲ ରାହୁଲଙ୍କ ଦମଦାର ପ୍ରଦର୍ଶନ ଯୋଗୁଁ ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚିତ ହୋଇଛନ୍ତି ।

ଆଇପିଏଲ 2020: ଦୁବାଇ ଗ୍ରାଉଣ୍ଡରେ ପଞ୍ଜାବର ରାଜୁତ,97ରନ୍‌ରେ ହାରିଲା ଆରସିବି

ଦୁବାଇ: ଆଇପିଏଲର ଷଷ୍ଠ ମ୍ୟାଚ ଦୁବାଇ ଗ୍ରାଉଣ୍ଡରେ ପଞ୍ଜାବ-ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଆରସିବି ଦଳକୁ ଏକତରଫା ପରାଜୟର ସାମ୍ନା କରିବାକୁ ପଡିଛି । କେଏଲ ରାହୁଲଙ୍କ ନେତୃତ୍ୟରେ ବିରାଟବାହିନୀକୁ 97ରନ୍‌ରେ ପରାସ୍ତ କରିଛି କିଙ୍ଗ୍ସ ଏକାଦଶ ପଞ୍ଜାବ ।

ଟସ୍‌ ଜିତି ଆରସିବି ଟିମ ପଞ୍ଜାବକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ 3ଓ୍ବିକେଟ ହରାଇ 206ରନ କରିଥିଲା । ଏହି 207ରନର ବିଶାଳ ବିଜୟଲକ୍ଷ୍ୟକୁ ପିଛା କରି ଆରସିବି ଗ୍ରାଉଣ୍ଡକୁ ଓହ୍ଲାଇଥିଲା ମାତ୍ର ପଞ୍ଜାବର ଧୁରନ୍ଧର ବୋଲରଙ୍କ ସମ୍ମୁଖରେ ଧରାଶାୟୀ ହୋଇଥିଲା ବିରାଟବାହିନୀ । ଆରିସିବି ଦଳ 17 ଓଭରରେ ମାତ୍ର 109ରନ କରି ଅଲଆଉଟ ହୋଇଯାଇଥିଲେ । ତେବେ ପଞ୍ଜାବ ଦଳର ଅଧିନାୟକ କେଏଲ ରାହୁଲଙ୍କ ଦମଦାର ପ୍ରଦର୍ଶନ ଯୋଗୁଁ ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚିତ ହୋଇଛନ୍ତି ।

kings-xi-punjab-won-by-97-runs-against-royal-challengers-bangalore
ବିରାଟବାହିନୀକୁ 97ରନ୍‌ରେ ପରାସ୍ତ କଲା କିଙ୍ଗ୍ସ ଏକାଦଶ ପଞ୍ଜାବ

ପ୍ରଥମେ ବ୍ୟାଟିଂ ପାଇଁ ଗ୍ରାଉଣ୍ଡକୁ ଓହ୍ଲାଇଥିବା ପଞ୍ଜାବ ଦଳର କେଏଲ ରାହୁଲ ସାନଦାର ପ୍ରଦର୍ଶନ ବଳରେ ବ୍ୟକ୍ତିଗତ 132*ରନ ସଂଗ୍ରହ କରିଥିଲେ । ଏହି ଶତକୀୟ ପାଳିରେ 14ଟି ଚୌକା ଓ 7ଟି ଛକା ସାମିଲ ରହିଛି । ଏହା ତାଙ୍କର କ୍ୟାରିୟର ସର୍ବୋଚ୍ଚ ସ୍କୋର । ଓପନିଂ ପାଇଁ ଗ୍ରାଉଣ୍ଡକୁ ଓହ୍ଲାଇଥିବା ରାହୁଲ ଓ ମୟଙ୍କ 57ରନର ପାର୍ଟନରସିପ ପାଳି ଖେଳିଥିଲେ । ମୟଙ୍କ 20ବଲ୍‌ରେ 26ରନ କରି ଚହଲଙ୍କ ବୋଲିଂରେ ଆଉଟ୍‌ ହୋଇଥିଲେ । ଏହାପରେ ନିକୋଲସ ପୁରାନ 17(18ବଲ୍‌)ରନ୍‌ ଓ ଗ୍ଲେନ୍‌ ମ୍ୟାକ୍ସଓ୍ବେଲ 5ରନ୍‌ ଓ କରୁନ ନାୟାର 15* ରନ୍‌ ସଂଗ୍ରହ କରିଥିଲେ । ତେବେ ନିର୍ଦ୍ଧାରିତ ଓଭରରେ ଦଳ 3 ଓ୍ବିକେଟ ହରାଇ 206ରନ ସଂଗ୍ରହ କରିଥିଲା ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
କିଙ୍ଗ୍ସ ଏକାଦଶ ପଞ୍ଜାବ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଆରସିବି ପକ୍ଷରୁ ଶିଭମ ଦୁବେ 2ଟି ଅକ୍ତିଆର କରିଥିବାବେଳେ ୟୁଜବେନ୍ଦ୍ର ଚହଲ ମାତ୍ର ଗୋଟିଏ ଓ୍ବିକେଟ ହାତେଇଥିଲେ ।

ତେବେ 207ରନର ବିଜୟଲକ୍ଷ୍ୟକୁ ପିଛା କରି ଗ୍ରାଉଣ୍ଡକୁ ଓହ୍ଲାଇଥିଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । କିନ୍ତୁ ପଞ୍ଜାବ ବୋଲରଙ୍କ ଚମତ୍କାର ବୋଲିଂରେ ଆରମ୍ଭରୁ ହିଁ ବାଙ୍ଗାଲୋରର ବ୍ୟାଟିଂ ଅର୍ଡର ଭୁଶୁଡି ପଡିଥିଲା । ଦଳ ପକ୍ଷରୁ ସର୍ବାଧିକ 30ରନ କରିଥିଲେ ଓ୍ବାଶିଂଟନ୍‌ ସୁନ୍ଦର । ଏବି ଡିଭିଲିୟର୍ସ 28ରନ, ଆରୋନ ଫିଞ୍ଚ 20, ଶିଭମ ଦୁବେ 12,ନବଦୀପ ସାଇନି 6ରନ୍‌, ଅଧିନାୟକ ବିରାଟ କୋହଲି, ଦେବଦତ୍ତ ପାଡିକଲ,ଡେଲ ଷ୍ଟେନ,ୟୁଜଭେନ୍ଦ୍ର ଚହଲ 1ରନ୍‌ ଲେଖାଏଁ କରିଥିବାବେଳେ ଜୋସ ଫିଲିପେ ଓ ଉମେଶ ଯାଦବ ବିନା ଖାତା ଖୋଲି ପାଭିଲିୟନକୁ ଫେରି ଯାଇଥିଲେ । ଦଳ 17 ଓଭରରେ 109ରନ ସଂଗ୍ରହ କରି ଅଲଆଉଟ ହୋଉ ଯାଇଥିଲା ।

ପଞ୍ଜାବ ପକ୍ଷରୁ ରବି ବିଷ୍ଣୋଇ ଓ ମୁରୁଗାନ ଅଶ୍ବିନ 3ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିବାବେଳେ, ଶେଲଡନ କଟ୍ରେଲ 2ଟି, ମହମ୍ମଦ ସାମି ଓ ଗ୍ଲେନ ମ୍ୟାକ୍ସୱେଲ ଗୋଟିଏ ଲେଖାଏଁ ଓ୍ବିକେଟ ହାତେଇଥିଲେ ।

ତେବେ କିଙ୍ଗସ ଏକାଦଶ ପଞ୍ଜାବର ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ସାନଦାର ପ୍ରଦର୍ଶନ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ 97ରନରେ ପରାସ୍ତ କରି ଚଳିତ ସଂସ୍କରଣରେ ପ୍ରଥମ ବିଜୟ ହାସଲ କରିଛି ।

କେଏଲ ରାହୁଲଙ୍କ ପରବର୍ତ୍ତୀ ମ୍ୟାଚ ରାଜସ୍ଥାନ ବିପକ୍ଷରେ 27ସେପ୍ଟେମ୍ବରକୁ ରହିଛି । ସେହିପରି ଆରସିବି ଦୁବାଇରେ 28ସେପ୍ଟେମ୍ବରକୁ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.