ETV Bharat / sports

ସତର୍କ ରୁହନ୍ତୁ, ସାବଧାନ ରୁହନ୍ତୁ ଆସୁଛି ଅସଲି ଟିମ: ପିଟରସନ

author img

By

Published : Jan 19, 2021, 8:25 PM IST

ଇଂଲଣ୍ଡର ପୂର୍ବତନ କ୍ରିକେଟର କେଭିନ ପିଟରସନ ହିନ୍ଦିରେ ଟିମ ଇଣ୍ଡିଆକୁ ଚେତାବନୀ ଦେବାସହ ଲେଖିଛନ୍ତି, ସତର୍କ ରୁହନ୍ତୁ, ସାବଧାନ ରୁହନ୍ତୁ ଆସୁଛି ଅସଲି ଟିମ । ଅଧିକ ପଢନ୍ତୁ...

Kevin Pietersen warns Team India in Hindi ahead of England Test series
ସତର୍କ ରୁହନ୍ତୁ, ସାବଧାନ ରୁହନ୍ତୁ ଆସୁଛି ଅସଲି ଟିମ: ପିଟରସନ

ହାଇଦ୍ରାବାଦ: ଭାରତ ଗସ୍ତରେ ଆସୁଛି ଇଂଲଣ୍ଡ କ୍ରିକେଟ ଟିମ । କଙ୍ଗାରୁ ଶିକାର ପରେ ଘରୋଇ ମାଟିରେ ଇଂଲିସ ଟିମକୁ ମାତ ଦେବାକୁ ପ୍ରସ୍ତୁତ ବିରାଟ ବାହିନୀ ।

  • India 🇮🇳 - yeh aitihaasik jeet ka jashn manaye kyuki yeh sabhi baadhao ke khilaap hasil hui hai

    LEKIN , ASLI TEAM 🏴󠁧󠁢󠁥󠁮󠁧󠁿 😉 toh kuch hafto baad a rahi hai jisse aapko harana hoga apne ghar mein .

    Satark rahe , 2 saptaah mein bahut adhik jashn manaane se saavadhaan rahen 😉

    — Kevin Pietersen🦏 (@KP24) January 19, 2021 " class="align-text-top noRightClick twitterSection" data=" ">

ବର୍ଡର ଗାଭାସ୍କର ସିରିଜ ବିଜୟ ସହ ଶେଷ ହୋଇଛି ଟିମ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ । ଭାରତୀୟ ଟିମ, ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆ ମାଟିରେ କ୍ରମାଗତ ଦ୍ବିତୀୟ ଗସ୍ତରେ ହରାଇଛି । ଏଥିସହ 32 ବର୍ଷ ପରେ ଗାବା ଗ୍ରାଉଣ୍ଡରେ କୌଣସି ଟେଷ୍ଟ ହାରିଛି ଅଷ୍ଟ୍ରେଲିଆ ।

ଏହି ବିଜୟ ପାଇଁ ଟିମ ଇଣ୍ଡିଆକୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ, ଇଂଲଣ୍ଡର ପୂର୍ବତନ କ୍ରିକେଟର କେଭିନ ପିଟରସନ ହିନ୍ଦିରେ ଏକ ଟ୍ବିଟ କରିଛନ୍ତି । ପିଟରସନ ଟ୍ବିଟରେ ଲେଖିଛନ୍ତି, "ଭାରତର ଏହା ଐତିହାସିକ ବିଜୟ, ଉତ୍ସବ ମନାନ୍ତୁ କାରଣ ସମସ୍ତ ପ୍ରକାଶ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଏହି ବିଜୟ ମିଳିଛି । କିନ୍ତୁ ଅସଲ ଟିମ ତ କିଛି ସପ୍ତାହ ପରେ ଆସୁଛି, ଯାହାକୁ ଆପଣଙ୍କୁ ନିଜ ଘରେ ହରାଇବାକୁ ହେବ ।

ସତର୍କ ରୁହନ୍ତୁ, ଦୁଇ ସପ୍ତାହରେ ବହୁତ ଅଧିକ ଉତ୍ସବ ମନାଇବାରୁ ସାବଧାନ ରୁହନ୍ତୁ ।"

ତେବେ ଭାରତ, ଅଷ୍ଟ୍ରେଲିଆରେ ସମସ୍ତ ଟେଷ୍ଟ ହାରିବ ବୋଲି ପୂର୍ବାନୁମାନ କରି ଏକାଧିକ ଅଷ୍ଟ୍ରେଲୀୟ ପୂର୍ବତନ କ୍ରିକେଟର ଟ୍ରୋଲ ହେଉଛନ୍ତି ।

ଘରୋଇ ପରିବେଶରେ ଭାରତୀୟ ଦଳ ଆହୁରି ଶକ୍ତିଶାଳୀ ହେବ । ଫଳରେ ଇଂଲଣ୍ଡ ବିପକ୍ଷ ସିରିଜର ଫଳାଫଳ ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଟେଷ୍ଟକୁ ଅପେକ୍ଷା କରିବାକୁ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.