ETV Bharat / sports

କୋହଲିଙ୍କୁ ଟ୍ରୋଲ କଲେ ପିଟରସନ, ମଜାଦାର ଜବାବ ଦେଲେ ଭାରତୀୟ କ୍ୟାପ୍ଟେନ

କୋହଲିଙ୍କ ଦାଢ଼ିକୁ ନେଇ ଥଟ୍ଟା କଲେ କେଭିନ ପିଟରସନ । କୋହଲି ମଧ୍ୟ ଦେଲେ ମଜାଦାର ଜବାବ । ଅଧିକ ପଢ଼ନ୍ତୁ...

author img

By

Published : May 26, 2020, 7:17 PM IST

Kevin Pietersen tries to troll kohli on his photo, kohli gives epic reply, instagram photo, କୋହଲିଙ୍କ ଦାଢ଼ିକୁ ନେଇ ଥଟ୍ଟା କଲେ କେଭିନ ପିଟରସନ, ମଜାଦାର ଜବାବ ଦେଲେ ଭାରତୀୟ କ୍ୟାପ୍ଟେନ, ବିରାଟ କୋହଲି
କୋହଲିଙ୍କୁ ଟ୍ରୋଲ କଲେ ପିଟରସନ, ମଜାଦାର ଜବାବ ଦେଲେ ଭାରତୀୟ କ୍ୟାପ୍ଟେନ

ହାଇଦ୍ରାବାଦ: ଇଂଲଣ୍ଡର ପୂର୍ବତନ କ୍ରିକେଟର କେଭିନ ପିଟରସନ ଏବଂ ବର୍ତ୍ତମାନର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ରହିଛି ଗଭୀର ସମ୍ପର୍କ । କୋହଲି ଜଣେ ଯୁବ ଖେଳାଳି ଥିବାବେଳେ ଦୁଇ କ୍ରିକେଟରଙ୍କ ଭେଟ ହୋଇଥିଲା ଏବଂ ସେବେଠାରୁ ସର୍ବଦା ଦୁହିଙ୍କ ମଧ୍ୟରେ ଏକ ଭଲ ବନ୍ଧୁତା ରହି ଆସିଛି । କିନ୍ତୁ ଉଭୟ ସୋସିଆଲ ମିଡିଆରେ ପରସ୍ପରଙ୍କୁ ଥଟ୍ଟା କରିବା କେବେ ବନ୍ଦ କରନ୍ତି ନାହିଁ ।

ଏମିତି ହି ଥଟ୍ଟାରେ ମୁହୂର୍ତ୍ତ ଘଟିଥିଲା ଯେତେବେଳେ କୋହଲି ନିଜର ଏକ ପୁରୁଣା ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଏହି ଫଟୋରେ କମେଣ୍ଟ କରି ପିଟରସନ ଲେଖିଥିଲେ ‘‘ତୁମ ଦାଢି଼ କାଟିଦିଅ’’ ।

ତାପରେ କୋହଲି ମଧ୍ୟ ବିଳମ୍ବ ନକରି ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନଙ୍କୁ ଏହାର ଉତ୍ତର ଦେଇଥିଲେ । କୋହଲି ଜବାବ ଦେଇ କହିଛନ୍ତି, “ତୁମର ଟିକଟକ ଭିଡିଓ ଅପେକ୍ଷା ଏହା ବେଶ୍‌ ଭଲ”।

ଏହା ପ୍ରଥମ ଥର ନୁହେଁ ଯେବେ ଦୁଇ କ୍ରିକେଟର କୋହଲିଙ୍କ ଦାଢ଼ି ଉପରେ ସୋସିଆଲ ମିଡିଆରେ ମଜା କରିଛନ୍ତି । ଏହାପୂର୍ବରୁ ଭାରତୀୟ କ୍ରିକେଟର ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ସେ ନିଜ ଦାଢ଼ିର ଷ୍ଟାଇଲ ବିଷୟରେ କହିଥିଲେ ।

ସେଥିରେ ମଧ୍ୟ ପିଟରସେନ ଶୀଘ୍ର କମେଣ୍ଟ କରି ଲେଖିଥିଲେ, “ସାଙ୍ଗ ତୁମକୁ ଏହା ଧୂସରତାରୁ ମୁକ୍ତି ଦିଏ କି (Does it get rid of your grey there buddy) ?”

ଦୁଇ କ୍ରିକେଟର ଏପ୍ରିଲ ମାସରେ ଇନଷ୍ଟାଗ୍ରାମ ଲାଇଭରେ ପରସ୍ପର ସହ କଥା ହୋଇଥିଲେ ଯେଉଁଥିରେ କୋହଲି ପିଟରସେନଙ୍କୁ ଧୋନିଙ୍କ ପ୍ରଥମ ଟେଷ୍ଟ ୱିକେଟ ବୋଲି କହି ହସିଥିଲେ ।

“ଅନେକ ଲୋକ ମୋତେ କହିଥିଲେ, ମୁଁ ଧୋନିଙ୍କ ପ୍ରଥମ ଟେଷ୍ଟ ୱିକେଟ । ମୁଁ ଏହାକୁ ରେଫର୍ କରିଥିଲି ଏବଂ ମୋତେ ନଟ ଆଉଟ ଦିଆଯାଇଥିଲା ମନେ ଅଛି ?” ବୋଲି ଭିଡିଓରେ ପିଟରସେନ କହିଥିଲେ ।

‘‘ହଁ ମୁଁ ଜାଣିଛି । ଦେଖନ୍ତୁ କଥା ହେଉଛି, ଏମଏସଙ୍କର ବି ପଏଣ୍ଟ ଅଛି; ଏହା ଷ୍ଟମ୍ପ ମାଇକ ଉପରେ ଆସିଥିଲା ​​ଏବଂ ହଟସ୍ପଟରେ କିଛି ଆସି ନଥିଲା ତେଣୁ ତାଙ୍କର ଏକ ପଏଣ୍ଟ ଅଛି,’’ ବୋଲି କହି କୋହଲି ହସିଥିଲେ। କେଭିନ ଉତ୍ତରରେ କହିଥିଲେ, ‘‘ତୁମେ ତାଙ୍କୁ ସମର୍ଥନ କରିବା ବନ୍ଦ କର ।’’

କୋହଲି ପିଟରସେନଙ୍କୁ ଆଉଟ କରିବା କଥାରେ ମଧ୍ୟ ଖୁବ ଦୁହେଁ ହସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.