ଦୁବାଇ: ଇଂଲଣ୍ଡର ପୂର୍ବତନ କ୍ୟାପଟେନ କେଭିନ ପିଟରସନ ଶୁକ୍ରବାର ନିଜ ଘରକୁ ଫେରିଯାଇଛନ୍ତି । ସେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗର କମେଣ୍ଟ୍ରୀ ପ୍ୟାନେଲର ସଦସ୍ୟ ରହିଥିଲେ । ତେବେ ପରିବାର ସହ ରହିବାକୁ ଏହି ନିଷ୍ପତ୍ତି ନେଇଥିବା ଟ୍ବିଟ ଯୋଗେଁ ସୂଚନା ଦେଇଛନ୍ତି ପିଟରସନ ।
କମେଣ୍ଟ୍ରୀ କରିବା ପୂର୍ବରୁ ପିଟରସନ, ଆଇପିଏଲରେ 4ଟି ଭିନ୍ନଭିନ୍ନ ଟିମରେ ଖେଳିସାରିଛନ୍ତି । ତେବେ ପିଟରସନ ଲଣ୍ଡନ ପହଞ୍ଚିସାରିଥିବା ସ୍ପଷ୍ଟ ହୋଇଛି ।
ଭେଟେରାନ ପୂର୍ବତନ ଇଂଲିସ କ୍ରିକେଟରଙ୍କ ପତ୍ନୀଙ୍କ ନାମ ଗାୟିକା ଜେସିକା, ତାଙ୍କର ଦୁଇଟି ସନ୍ତାନ ରହିଛି ।
ଗୁରୁବାର କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲାର ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ପିଟରସନ କମେଣ୍ଟ୍ରୀ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ