ETV Bharat / sports

କେଦାର ଆହାତ, ଟେନସନରେ ଭାରତ ଓ ଚେନ୍ନାଇ

author img

By

Published : May 6, 2019, 10:34 PM IST

ଆଇପିଏଲର ଚଳିତ ସଂସ୍କରଣର ବାକି ସମସ୍ତ ମ୍ୟାଚରୁ ବାଦ ପଡିଛନ୍ତି ବ୍ୟାଟ୍ସମ୍ୟାନ କେଦାର ଯାଦବ । ଗତକାଲି ପଞ୍ଜାବ ବିପକ୍ଷ ମ୍ୟାଚରେ କାନ୍ଧରେ ଆହାତ ଲାଗିଥିବାରୁ ସେ ଆଗାମୀ ପ୍ଲେ-ଅଫ ମ୍ୟାଚ ଗୁଡିକ ଖେଳିପାରିବେ ନାହିଁ ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଆଇପିଏଲର ଚଳିତ ସଂସ୍କରଣର ବାକି ସମସ୍ତ ମ୍ୟାଚରୁ ବାଦ ପଡିଛନ୍ତି ବ୍ୟାଟ୍ସମ୍ୟାନ କେଦାର ଯାଦବ । ରବିବାର ପଞ୍ଜାବ ବିପକ୍ଷ ମ୍ୟାଚରେ ତାଙ୍କ କାନ୍ଧରେ ଆଘାତ ଲାଗିଛି । ଫଳରେ ସେ ଆଗାମୀ ପ୍ଲେ-ଅଫ ମ୍ୟାଚ ଗୁଡିକ ଖେଳିପାରିବେ ନାହିଁ । ତେବେ ଏଥି ଯୋଗୁଁ ପ୍ରଥମ କ୍ବାଲିଫାୟର ମ୍ୟାଚ ଖେଳିବାକୁ ଥିବା ଚେନ୍ନାଇକୁ ବଡ ଝଟକା ଲାଗିଛି । ସେହିପରି ଭାରତୀୟ ବିଶ୍ବକପ ଦଳରେ ଯାଦବ ସାମିଲ ଥିବାରୁ ମଧ୍ୟ ଦଳର ଚିନ୍ତା ବଢିଯାଇଛି ।

ତେବେ କେଦାରଙ୍କ ଆହତକୁ ନେଇ ଚେନ୍ନାଇ ଟିମର କୋଚ୍ ଷ୍ଟିଫେନ୍ ଫ୍ଲେମିଂ କହିଛନ୍ତି, 'ଆସନ୍ତାକାଲି କେଦାରଙ୍କ ଏକ୍ସରେ ଓ ସ୍କାନ୍ କରାଯିବ । ଆମେ ଆଶା କରୁଛୁ, ତାଙ୍କର ଆଘାତ ଏତେ ଗଭୀର ହୋଇନଥାଉ । ମାତ୍ର ଏହା ସ୍ପଷ୍ଟ ଯେ, ସେ ଆଗାମୀ ମ୍ୟାଚ ଗୁଡିକରେ ଖେଳିପାରିବେ ନାହିଁ । କିନ୍ତୁ ଆଗାମୀ ମ୍ୟାଚରେ ଆମକୁ ଆମର ବେଷ୍ଟ ଦେବାର ଅଛି ।'

ସୂଚନାଥାଉ, ପଞ୍ଜାବ ବିପକ୍ଷ ମ୍ୟାଚରେ ଫିଲ୍ଡିଂ କରୁଥିବା ବେଳେ ସେ ଆହତ ହୋଇଥିଲେ । ଆହତ ଯୋଗୁଁ କେଦାର ଗ୍ରାଉଣ୍ଡ ବାହାରକୁ ଚାଲିଯାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

HNM H

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.