ETV Bharat / sports

ଭାରତ ପାଇଁ ଖୁସି ଖବର, ଫିଟ୍‌ ଅଛନ୍ତି କେଦାର ଯାଦବ

ଭାରତ ପାଇଁ ଖୁସି ଖବର । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ କେଦାର ଯାଦବ ଫିଟ ଅଛନ୍ତି । ସଦ୍ୟ ସମାପ୍ତ ହୋଇଥିବା ଆଇପିଏଲ୍‌ରେ ଆହତ ହୋଇଥିଲେ ଯାଦବ ।

ଫଟୋ ସୌଜନ୍ୟ- ସୋସିିଆଲ ମିଡିଆ
author img

By

Published : May 18, 2019, 3:33 PM IST

ମୁମ୍ବାଇ: ଭାରତ ପାଇଁ ଖୁସି ଖବର । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ କେଦାର ଯାଦବ ଫିଟ ଅଛନ୍ତି । ସଦ୍ୟ ସମାପ୍ତ ହୋଇଥିବା ଆଇପିଏଲ୍‌ରେ ଆହତ ହୋଇଥିଲେ ଯାଦବ । ତେବେ ଯାଦବ ଫିଟ ହେବା ସହିତ ଆଗାମୀ ମେ 22 ତାରିଖରେ ଭାରତୀୟ ଦଳ ସହ ଇଂଲଣ୍ଡ ଗସ୍ତ କରିବେ ।

Kedar Jadhav
ଫଟୋ ସୌଜନ୍ୟ- ସୋସିିଆଲ ମିଡିଆ

ତେବେ 34 ବର୍ଷିୟ କେଦାର ଯାଦବଙ୍କ କାନ୍ଧରେ ଆଇପିଏଲ୍‌ ମ୍ୟାଚ୍‌ ବେଳେ ଆଘାତ ଲାଗିଥିଲା । ସେତେବେଳେ ବିଶେଷ କିଛି ସମସ୍ୟା ନ ଥିଲା । କିନ୍ତୁ ଏହା ଠିକ୍‌ ହେବା ପାଇଁ ଅଧିକ ସମୟ ନେଇଥିଲା । ଯେଉଁଥିପାଇଁ ଭାରତୀୟ ଟିମ୍‌ ଚିନ୍ତାରେ ପଡ଼ି ଯାଇଥିଲା । ତେବେ ଗୁରୁବାର ଦିନ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ବିସିସିଆଇକୁ ଦିଆଯାଇଥିବା ରିପୋର୍ଟ ଯାଦବଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ଘୋଷଣା କରାଯାଇଛି ।

କେଦାର ଏବେ ଯାଏଁ 59ଟି ଦିନିକିଆ ଖେଳି 1174 ରନ୍‌ କରିଛନ୍ତି । ସେ ଦୁଇଟି ଶତକ ଓ ପାଞ୍ଚଟି ଅର୍ଦ୍ଧଶତକ କରିଛନ୍ତି । 100 ରୁ ଊର୍ଦ୍ଧ୍ବ ଷ୍ଟ୍ରାଇକ୍‌ ରେଟ୍‌ରେ ଥିବା ଯାଧବଙ୍କ ବିଶ୍ୱ କପ୍‌ରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.