ମ୍ୟାଚ ଏବଂ ସୁପର ଓଭର ଟାଇ ରହିବା ପରେ ଇଂଲଣ୍ଡ ସୁପର ଓଭରରେ ବାଉଣ୍ଡ୍ରି ଆଧାରରେ ବିଜେତା ଘୋଷିତ ହୋଇଥିଲା । ତେବେ ଏହି ପରାଜୟ ପରେ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ଜେମ୍ସ ନିସମ ଇଂଲଣ୍ଡକୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଟ୍ବିଟ କରି ସେ ଲେଖିଛନ୍ତି ଯେ ବିଶ୍ବକପର ଶେଷ ମୁହୁର୍ତ୍ତକୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ମଧ୍ୟ ମନେ ପକାଇବା ଅନୁଚିତ ।
‘ଏହାଦ୍ବାର ମନରେ ଖୁବ୍ ଆଘାତ ଲାଗୁଛି । ଆଶା କରୁଛି ଏହି ଶେଷ ମୁହୁର୍ତ୍ତକୁ କେବେ ମନେ ପକାଇବାକୁ ଚେଷ୍ଟା କରିବି ନାହିଁ । ଶୁଭେଚ୍ଛା ଇଂଲଣ୍ଡ ଟିମ। ଆପଣ ଜିତର ହକଦାର। ’ ନିଜ ଟ୍ବିଟର ଆକାଉଣ୍ଟରେ ଏପରି ଲେଖିବା ସହ ସେ ନିଜ ପିଲାଙ୍କ ପାଇଁ ଏକ ଉପଦେଶ ଦେଇଥିଲେ ।
ନିଜ ଦୁଃଖକୁ ପ୍ରକାଶ କରି ସେ ଲେଖଥିଲେ, ‘ପିଲାମାନେ ଖେଳକୁ ନିଜ କ୍ୟାରିୟର ଭାବେ ବାଛିବ ନାହିଁ । ବ୍ୟାଙ୍କିଙ୍ଗ କିମ୍ବା ଅନ୍ୟ କିଛିରେ ନିଜ ଭବିଷ୍ୟତ ତିଆରି କର । ଯାହା ଦ୍ବାରା 60 ବର୍ଷ ବୟସରେ ସ୍ବାସ୍ଥ୍ୟବାନ ଏବଂ ହସଖୁସିରେ ଦୁନିଆ ଛାଡି ପାରିବ ।’
ତେବେ ଜେମ୍ସଙ୍କ ଏହି ପ୍ରତିକ୍ରିୟାରେ ଅନେକ ୟୁଜର୍ସ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ଫାଇନାଲ ମ୍ୟାଚରେ ତାଙ୍କ ଖେଳକୁ ପ୍ରଶଂସା ମଧ୍ୟ କରିଛନ୍ତି ।