ETV Bharat / sports

ଦିନିକିଆରେ ନମ୍ବର-1, ଟେଷ୍ଟ ଟପ-10ରେ ବୁମରା - ଟେଷ୍ଟ ରାଙ୍କିଙ୍ଗ

ସଦ୍ୟତମ ପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତାରେ ବୁମରା ଶ୍ରେଷ୍ଠ 10 ବୋଲର ମଧ୍ୟରେ ରହିଛନ୍ତି । ବୁମରା ଆଇସିସି ଦିନିକିଆ ବୋଲିଂ ମାନ୍ୟତାର ଶୀର୍ଷ ସ୍ଥାନରେ ମଧ୍ୟ ରହିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)
author img

By

Published : Aug 27, 2019, 11:41 PM IST

ହାଇଦ୍ରାବାଦ: ଆଇସିସି ଦିନିକିଆ ମାନ୍ୟତାର ଶୀର୍ଷ ସ୍ଥାନରେ ରହିଛନ୍ତି ଭାରତୀୟ ପେସ ବୋଲର ଜସପ୍ରୀତ ବୁମରା । ସଦ୍ୟତମ ପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତାରେ ବୁମରା ଶ୍ରେଷ୍ଠ 10 ବୋଲର ମଧ୍ୟରେ ରହିଛନ୍ତି । ବୁମରା ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟରେ ଭାରତର ଦ୍ରୁତତମ ବୋଲର ଭାବେ 50 ୱିକେଟ ପୂରଣ କରିଛନ୍ତି । ଦିନିକିଆ ବୋଲିଂ ମାନ୍ୟତାର ନଂ1 ବୋଲର ବୁମରା ଟେଷ୍ଟ କ୍ରିକେଟର 1ନଂ ବୋଲର ହେବାକୁ ମଧ୍ୟ ସୁଯୋଗ ସୃଷ୍ଟି ହୋଇଛି ।

TEST ranking
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@ICC)

ଅଲରାଉଣ୍ଡର ଭାବରେ 2ୟ ସ୍ଥାନରେ ପହଞ୍ଚିଛନ୍ତି ଇଂଲଣ୍ଡର ବେନ ଷ୍ଟୋକ୍ସ । ଆସେସ 3ୟ ଟେଷ୍ଟରେ ଷ୍ଟୋକ୍ସ ଚିତାକର୍ଷକ ଶତକୀୟ ଇଂନିସ ଖେଳି ଇଂଲଣ୍ଡକୁ ବିଜୟୀ କରାଇଥିଲେ ।

ବ୍ୟାଟ୍ସମ୍ୟାନ ତାଲିକାର ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି ଭାରତୀୟ କ୍ୟାପଟେନ ବିରାଟ କୋହଲି । 910 ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି ସେ । ତେବେ ଅଷ୍ଟ୍ରେଲିଆର ଭେଟେରାନ କ୍ରିକେଟର ଷ୍ଟିଭେନ ସ୍ମିଥ 904 ପଏଣ୍ଟ ସହ 2ୟ ସ୍ଥାନରେ ରହିଛନ୍ତି । 3ୟରେ ନ୍ୟୁଜିଲାଣ୍ଡ କ୍ୟାପଟେନ କେନ ୱିଲିୟମସନ ଓ 4ର୍ଥରେ ଭାରତର ଆଉଜଣେ ବ୍ୟାଟ୍ସବ୍ୟାନ ଚେତେଶ୍ବର ପୂଜାରା ରହିଛନ୍ତି । ଏହି ତାଲିକାର 11ତମ ତାଲିକାରେ ଅଛନ୍ତି ଭାରତୀୟ ଦଳର ଟେଷ୍ଟ ଉପ-ଅଧିନାୟକ ଅଜିଙ୍କ୍ୟ ରାହାଣେ । ବ୍ୟାଟ୍ସମ୍ୟାନ ତାଲିକାର 13ତମ ସ୍ଥାନରେ ବେନ ଷ୍ଟୋକ୍ସ ରହିଛନ୍ତି ।

Intro:Body:

uu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.