ହାଇଦ୍ରାବାଦ: ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ କ୍ରିକେଟର ସମସ୍ତ ଫର୍ମାଟରୁ ନେଇଛନ୍ତି ଅବସର । 2007 ଟି20 ବିଶ୍ବକପରେ ଭାରତ ଚମ୍ପିଆନ ହେବାରେ ଇରଫାନଙ୍କ ଥିଲା ବଡ ଯୋଗଦାନ । ପାକିସ୍ତାନ ବିପକ୍ଷ ହାଇଭୋଲଟେଜ ବିଶ୍ବକପ ଫାଇନାଲ ମ୍ୟାଚରେ ମାତ୍ର 16 ରନ ଦେଇ 3ଟି ୱିକେଟ ଅକ୍ତିଆର କରିଥିଲେ ଇରଫାନ । ଫଳରେ ଭାରତ ପାକିସ୍ତାନ ହାତରୁ ମ୍ୟାଚ ଛଡାଇ ନେଇ ଟି20 ବିଶ୍ବକପର ପ୍ରଥମ ସଂସ୍କରଣର ପ୍ରଥମ ଟ୍ରଫିରେ ନିଜର ନାମ ଲେଖିଥିଲା ।
![Irfan Pathan favourite Indian captain](https://etvbharatimages.akamaized.net/etvbharat/prod-images/5599202_ddd.jpg)
35 ବର୍ଷିୟ ପଠାନ 2012ରେ ଭାରତ ପାଇଁ ଶେଷ ମ୍ୟାଚ ଖେଳିଥିଲେ । ବାମହାତୀ ଅଲରାଉଣ୍ଡର ଇରଫାନ ପଠାନ 173ଟି ଅନ୍ତର୍ଜାତୀୟ ମ୍ୟାଚରୁ 2,821 ରନ ସହ 301 ୱିକେଟ ହାସଲ କରିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ 4,559 ରନ ସହ 384 ୱିକେଟ ମଧ୍ୟ ହାସଲ କରିଛନ୍ତି ଇରଫାନ ।
![Irfan Pathan favourite Indian captain](https://etvbharatimages.akamaized.net/etvbharat/prod-images/5599202_ddd.jpeg)
ତେବେ ପ୍ରିୟ କ୍ୟାପଟେନ ପ୍ରଶ୍ନର ଉତ୍ତରରେ ଇରଫାନ ସ୍ଥିର କରିପାରିନଥିଲେ । ରାହୁଲ ଦ୍ରାବିଡ ଓ ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ କାହାକୁ ଶ୍ରେଷ୍ଠ କହିବା କଷ୍ଟକର । 2 ଭାରତୀୟ କ୍ୟାପଟେନ ଭାରତୀୟ କ୍ରିକେଟର ସ୍ତରକୁ ଉଚ୍ଚକୁ ନେଇଛନ୍ତି । ଦାଦାଙ୍କ ଅଧିନାୟକତ୍ବରେ ଭାରତୀୟ ଟିମ ପାଇଁ କଠିନ ସମୟ ଥିଲା । ଦାଦା ଟିମକୁ ଗଢିଥିଲେ ବିଶ୍ବାସ ଦେଇଥିଲେ । ଅନ୍ୟ ଶକ୍ତିଶାଳୀ ଟିମ ସହ ଭାରତ ସମାନ ବୋଲି ପ୍ରମାଣ କରିଥିଲେ କହିଛନ୍ତି ଇରଫାନ ।
ତେବେ ଦ୍ରାବିଡ ଥଣ୍ଡା ମିଜାଜର । ଟିମରେ ସିନିୟର ଓ ଜୁନିୟରଙ୍କ ମଧ୍ୟରେ ଦ୍ରାବିଡ ଉତ୍ତମ ସମନ୍ବୟ ରକ୍ଷା କରୁଥିଲେ । ତାଙ୍କ ଅଧିନାୟକତ୍ବରେ ଓପନିଂ ବୋଲିଂ ଓ ଟପ ଅର୍ଡରରେ ବ୍ୟାଟିଂ କରିବାର ସୁଯୋଗ ମିଳିଛି କହିଛନ୍ତି ଇରଫାନ ।