ETV Bharat / sports

‘ଟେଷ୍ଟ କ୍ରିକେଟରେ ଭାରତର ବିରେନ୍ଦ୍ର ସେହୱାଗ ହେବେ ରୋହିତ ଶର୍ମା’ - ଟେଷ୍ଟ କ୍ରିକେଟରେରେ ଭାରତର ବିରେନ୍ଦ୍ର ସେହୱାଗ

ରୋହିତ ଶର୍ମା ହେଉଛନ୍ତି ସେହି ବ୍ୟାଟ୍ସମ୍ୟାନ ଯିଏ କି ଟେଷ୍ଟ ଓପନର ଭାବେ ବିରେନ୍ଦ୍ର ସେହୱାଗଙ୍କ ଭଳି ଇନିଂସ ଖେଳିପାରିବେ ବୋଲି କହିଛନ୍ତି ଇରଫାନ ପଠାନ । ଅଧିକ ପଢ଼ନ୍ତୁ...

irfan-pathan-believes-rohit-sharma-can-be-indias-virender-sehwag-in-tests
‘ଟେଷ୍ଟ କ୍ରିକେଟରେରେ ଭାରତର ବିରେନ୍ଦ୍ର ସେହୱାଗ ହେବେ ରୋହିତ ଶର୍ମା’
author img

By

Published : Jul 28, 2020, 12:41 PM IST

ହାଇଦ୍ରାବାଦ: କ୍ରିକେଟରୁ ବିରେନ୍ଦ୍ର ସେହୱାଗଙ୍କ ଅବସର ପରେ ଭାରତୀୟ ଟିମରେ କେହି ତାଙ୍କ ସ୍ଥାନ ଆଉ ନେଇ ପାରି ନାହାନ୍ତି । ଖାସ କରି ଟେଷ୍ଟ କ୍ରିକେଟ ଟିମରେ । ତେବେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇରଫାନ ପଠାନ ବିଶ୍ବାସ କରନ୍ତି ଯେ ଭାରତର ସେହୱାଗଙ୍କ ବିକଳ୍ପକୁ ଅପେକ୍ଷାର ଅନ୍ତ ହୋଇଛି ।

ପଠାନ କହିଛନ୍ତି ଯେ ଭାରତର ସୀମିତ ଓଭର ଅଧିନାୟକ ରୋହିତ ଶର୍ମା ହେଉଛନ୍ତି ସେହି ବ୍ୟାଟ୍ସମ୍ୟାନ ଯିଏ କି ଟେଷ୍ଟ ଓପନର ଭାବେ ବିରେନ୍ଦ୍ର ସେହୱାଗଙ୍କ ଭଳି ଇନିଂସ ଖେଳିପାରିବେ ।

irfan-pathan-believes-rohit-sharma-can-be-indias-virender-sehwag-in-tests
‘ଟେଷ୍ଟ କ୍ରିକେଟରେରେ ଭାରତର ବିରେନ୍ଦ୍ର ସେହୱାଗ ହେବେ ରୋହିତ ଶର୍ମା’

2013ରେ ମିଡିଲ ଓଭର ବ୍ୟାଟ୍ସମ୍ୟାନ ଭାବରେ ରୋହିତ ଟେଷ୍ଟ ଡେବ୍ୟୁ କରିଥିଲେ । ଗତବର୍ଷ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜଣେ ଓପନର ଭାବରେ ଖେଳିଥିଲେ । ତେବେ ରେହିତ ଶର୍ମା ସୀମିତ ଓଭର କ୍ରିକେଟରେ ମଧ୍ୟ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ 529 ରନ କରି ଏକ ବିଚକ୍ଷଣ ସିରିଜ ଖେଳିଥିଲେ ।

ମୁମ୍ବାଇ ବ୍ୟାଟ୍ସମ୍ୟାନ ହେଉଛନ୍ତି ପ୍ରଥମ ବ୍ୟାଟ୍ସମ୍ୟାନ ଯିଏକି ଟେଷ୍ଟ ଓପନର ଭାବରେ ଡେବ୍ୟୁରେ ଦୁଇ ଶତକ ସ୍କୋର କରିଥିଲେ ଏବଂ ପଠାନ ବିଶ୍ବାସ କରନ୍ତି ଯେ ରୋହିତଙ୍କ ଆତ୍ମବିଶବାସ ଗତ ବର୍ଷର ଚମତ୍କାର ଦିନିକିଆ ରେକର୍ଡରୁ ଆସିଛି। 2019 ବିଶ୍ବକପରେ ରୋହିତ 1490 ରନ ସଂଗ୍ରହ କରି ପାଞ୍ଚଟି ଶତକ ହାସଲ କରିଥିଲେ ।

ଭାରତ ପାଇଁ 2007 ଟି-20 ବିଶ୍ବକପ ଜିତିଥିବା ପଠାନ କହିଛନ୍ତି, “ଟେଷ୍ଟ କ୍ରିକେଟରେ ମଧ୍ୟ ଦ୍ବିଶତକ ଦେଖିବାକୁ ପାଇଲୁ । ଯାହା ଆମେ ଦିନିକିଆରେ ଆଗରୁ ଦେଖି ସାରିଥିଲୁ । ସେ ଆଗାମୀ ବର୍ଷରେ ଯେତେ ଅଧିକ ମ୍ୟାଚ ଖେଳିବେ, ସେତିକି ବିରେନ୍ଦ୍ର ସେହୱାଗଙ୍କ ପରି ପ୍ରଭାବ ପକାଇ ପାରିବେ ।’’

ଗତ ଦୁଇ ବର୍ଷ ମଧ୍ୟରେ କ୍ରିକେଟ ଜଗତରେ ରୋହିତ ଶର୍ମାଙ୍କର ଏକ ଭିନ୍ନ ରୂପ ମଧ୍ୟ ଦେଖିବାକୁ ମିଳିଛି। ପଠାନ କହିଛନ୍ତି, “ଗତ ଦୁଇ ବର୍ଷ ମଧ୍ୟରେ ଆମେ ଏକ ଭିନ୍ନ ପ୍ରକାରର ରୋହିତ ଶର୍ମାଙ୍କୁ ଦେଖିଛୁ, ଯିଏ ଶତକ ପରେ ଶତକ ହାସଲ କରିବାକୁ ଚାହୁଁଛନ୍ତି। ଏହା ତାଙ୍କୁ ଆଗାମୀ କିଛି ବର୍ଷ ଧରି ଟେଷ୍ଟ କ୍ରିକେଟରେ ଭଲ ପ୍ରଦର୍ଶନ କରିବାରେ ସାହାଯ୍ୟ କରିବ।”

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.