ETV Bharat / sports

ପ୍ରଥମ ସପ୍ତାହରେ ଦର୍ଶକ ରେକର୍ଡ ଭାଙ୍ଗିଲା ଆଇପିଏଲ 2020

ଉଦଘାଟନୀ ସପ୍ତାହରେ ଲିଗକୁ 269 ନିୟୁତ ଦର୍ଶକ ଦେଖିଛନ୍ତି । 2019 ସଂସ୍କରଣ ଅପେକ୍ଷା ଚଳିତ ଥର ପ୍ରତି ମ୍ୟାଚରେ 11 ମିଲିୟନ୍ ଦର୍ଶକଙ୍କ ବୃଦ୍ଧି ଘଟିଛି । ଦ୍ବାଦଶ ସଂସ୍କରଣ ତୁଳନାରେ 15 ପ୍ରତିଶତ ବିଜ୍ଞାପନ ପରିମାଣରେ ବୃଦ୍ଧି ଘଟିଛି ।

ପ୍ରଥମ ସପ୍ତାହରେ ଦର୍ଶକ ରେକର୍ଡ ଭାଙ୍ଗିଲା ଆଇପିଏଲ 2020
ପ୍ରଥମ ସପ୍ତାହରେ ଦର୍ଶକ ରେକର୍ଡ ଭାଙ୍ଗିଲା ଆଇପିଏଲ 2020
author img

By

Published : Oct 1, 2020, 9:40 PM IST

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର 13 ତମ ସଂସ୍କରଣରେ ସବୁ ରେକର୍ଡ ଭାଙ୍ଗିବାରେ ଲାଗିଛି । ଚଳିତ ଥର କୋରୋନା ମହାମାରୀ ପାଇଁ ବିଦେଶ ମାଟିରେ ଖେଳାଯାଉଥିବା ଧନୀ ଲିଗ୍ ପାଇଁ ଷ୍ଟାଡିୟମରେ ଦର୍ଶକଙ୍କୁ ପ୍ରବେଶ ମନା ହୋଇଛି । ତେଣୁ ଟେଲିଭିଜନ ତଥା ଓଟିଟି ପ୍ଲାଟଫର୍ମରେ ପ୍ରସାରିତ ହେଉଥିବା ଆଇପିଏଲ ଦର୍ଶକ ରେକର୍ଡ ଭାଙ୍ଗିଛି ।

ପ୍ରଥମ ସପ୍ତାହରେ ଦର୍ଶକ ରେକର୍ଡ ଭାଙ୍ଗିଲା ଆଇପିଏଲ 2020
ପ୍ରଥମ ସପ୍ତାହରେ ଦର୍ଶକ ରେକର୍ଡ ଭାଙ୍ଗିଲା ଆଇପିଏଲ 2020

ଉଦଘାଟନୀ ସପ୍ତାହରେ ଲିଗକୁ 269 ନିୟୁତ ଦର୍ଶକ ଦେଖିଛନ୍ତି । 2019 ସଂସ୍କରଣ ଅପେକ୍ଷା ଚଳିତ ଥର ପ୍ରତି ମ୍ୟାଚରେ 11 ମିଲିୟନ୍ ଦର୍ଶକଙ୍କ ବୃଦ୍ଧି ଘଟିଛି | ଦ୍ବାଦଶ ସଂସ୍କରଣ ତୁଳନାରେ 15 ପ୍ରତିଶତ ବିଜ୍ଞାପନ ପରିମାଣରେ ବୃଦ୍ଧି ଘଟିଛି ।

ଏକ ଅଧ୍ୟୟନ ଅନୁଯାୟୀ, 2019 ତୁଳନାରେ ପ୍ରତି ମ୍ୟାଚରେ ହାରାହାରି 21 ପ୍ରତିଶତ ଇମ୍ପ୍ରେସନରେ ଅଭିବୃଦ୍ଧି ଘଟିଛି । ପ୍ରତି ତିନୋଟି ଟେଲିଭିଜନ ଦର୍ଶକଙ୍କ ମଧ୍ୟରୁ ଜଣେ ଆଇପିଏଲ୍ ଦେଖୁଛନ୍ତି । ସେହିପରି 44 ପ୍ରତିଶତ ଟେଲିଭିଜନ ଥିବା ପରିବାର ସହ ଏହି ଟୁର୍ନାମେଣ୍ଟ ଦେଖୁଛନ୍ତି । ପୂର୍ବ ସଂସ୍କରଣ ତୁଳନାରେ ମିନିଟ ହିସାବରେ ପ୍ରଥମ ସପ୍ତାହରେ 15 ପ୍ରତିଶତ ଅଭିବୃଦ୍ଧି ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.