ETV Bharat / sports

ସେପ୍ଟେମ୍ବର 19ରୁ ଆଇପିଏଲ

ପ୍ରତିକ୍ଷାର ଘଟିଲା ଅନ୍ତ । କୋରୋନା ମହାମାରୀ ମଧ୍ୟରେ ଚଳିତବର୍ଷର ଆଇପିଏଲ ଟୁର୍ଣ୍ଣାମେଣ୍ଟ ୟୁଏଇରେ 19 ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ଆଇପିଏଲ ବିଗୁଲ, ସେପ୍ଟମ୍ବର 19ରୁ ନଭେମ୍ବର 8 :ରିପୋର୍ଟ

author img

By

Published : Jul 24, 2020, 8:01 AM IST

Updated : Jul 24, 2020, 3:17 PM IST

ନୂଆଦିଲ୍ଲୀ: ଦେଶର ବିତ୍ତଶାଳୀ ଲିଗ୍‌ର କାଉଣ୍ଟଡାଉନ ଆରମ୍ଭ । 19ସେପ୍ଟେମ୍ବରରୁ ୟୁଏଇରେ ଆରମ୍ଭ ହେବ ସବୁଠାରୁ ଲୋକପ୍ରିୟ କ୍ରିକେଟ ଲିଗ ଆଇପିଏଲ। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ 8ନଭେମ୍ବରରେ ଖେଳାଯିବ ।

ଗୁରୁବାର ବିସିସିଆଇର ଏକ ଅଧିକାରୀ କହିଛନ୍ତି ଯେ, ସମ୍ପୂର୍ଣ୍ଣ ଭାବେ ସମ୍ଭାବନା ରହିଛି ଆଇପିଏଲ 19ସେପ୍ଟେମ୍ବରୁ ୟୁଏଇରେ ଆରମ୍ଭ ହେବ ଓ ଫାଇନାଲ ମ୍ୟାଚ 8 ନଭେମ୍ବରରେ ଆୟୋଜିତ ହେବ । 51ଦିନର ଏହି ଲିଗ ଟୁର୍ଣ୍ଣାମେଣ୍ଟ ହେବ ।

ଗଭର୍ଣ୍ଣିଂ କାଉସିଲିଂର ବୈଠକ ଆଗାମୀ ସପ୍ତାହରେ ହେବାକୁ ଅଛି। ସେଥିରେ ଅନ୍ତିମ ନିର୍ଣ୍ଣୟ ପ୍ରକାଶ ପାଇବ । ଖବରମୁତାବକ, ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ତା'ର ଫ୍ରାଞ୍ଚାଇଜ ଦଳକୁ ଯୋଜନା ସମ୍ପର୍କରେ ଅବଗତ କରାଇଛି ।

ସୂଚନାଥାଉକି, ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ(ଆଇସିସି) ଅକ୍ଟୋବରରେ ହେବାକୁ ଥିବା ଟି20 ବିଶ୍ବକପକୁ ସ୍ଥଗିତ କରାଯିବା ପରେ ଆଇପିଏଲ ଆୟୋଜନର ସମ୍ଭାବନା ବଢି ଯାଇଛି । ପୂର୍ବରୁ ଅନୁମାନ କରାଯାଉଥିଲା ଆଇପିଏଲ 26ସେପ୍ଟେମ୍ବରରୁ ଆରମ୍ଭ ହେବ । କିନ୍ତୁ ବିସିସିଆଇ ସପ୍ତାହେ ପୂର୍ବରୁ ଲିଗ ଆରମ୍ଭ କରିବାକୁ ଚାହୁଁଛି । କାରଣ ଭାରତୀୟ ଟିମର ଅଷ୍ଟ୍ରେଲିଆ ଗସ୍ତ ଉପରେ ଯେପରି କୌଣସି ପ୍ରଭାବ ନପଡେ ।

ଅଧିକାରୀ କହିଛନ୍ତି ଯେ, ଅଷ୍ଟ୍ରେଲିଆ ସରକାରଙ୍କ ନିୟମ ଅନୁସାରେ ଭାରତୀୟ ଟିମକୁ ବାଧ୍ୟତାମୂଳକ 14ଦିନିଆ କ୍ବାରେଣ୍ଟାଇନରେ ରହିବାକୁ ପଡିବ । ଏପଟେ ସମସ୍ତ ଦଳକୁ ମାସକ ପୂର୍ବରୁ ଆୟୋଜନ ସ୍ଥଳୀରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିବାକୁ ପଡିବ । ତେବେ ସମସ୍ତ ଟିମକୁ 20ଅଗଷ୍ଟ ସୁଦ୍ଧା ୟୁଏଇରେ ପହଞ୍ଚି ଯିବେ । ଯାହାଦ୍ବାରା ଲିଗ ପୂର୍ବରୁ ଅଭ୍ୟାସ ପାଇଁ 4ସପ୍ତାହ ମିଳିଯିବ ।

Last Updated : Jul 24, 2020, 3:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.