ETV Bharat / sports

ଆଇପିଏଲ: ପ୍ଲେ-ଅଫ ରେସ ପାଇଁ ଫାଇଟ, ଜୟପୁରରେ RR VS SRH

ଆଜି ଆଇପିଏଲର ମ୍ୟାଚ ନମ୍ବର-45 । ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେବ ମୁକାବିଲା ।

author img

By

Published : Apr 27, 2019, 7:51 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଜୟପୁର: ଆଜି ଆଇପିଏଲର ମ୍ୟାଚ ନମ୍ବର-45 । ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେବ ମୁକାବିଲା । RR 11ଟି ମ୍ୟାଚରୁ 4ଟି ବିଜୟ ସହ 8 ପଏଣ୍ଟ ପାଇ ଟେବୁଲର 7ମ ସ୍ଥାନରେ ରହିଛି । ତେବେ ପ୍ଲେ-ଅଫ ଆଶାକୁ ଉଜ୍ଜୀବିତ ରଖିବାକୁ ହେଲେ ରାଜସ୍ଥାନକୁ ତାର ଅବଶିଷ୍ଟ 3ଟି ମ୍ୟାଚକୁ ଜିତିବାକୁ ହେବ । ଏଥିସହିତ ଆଗାମୀ 4 ମେ'ରେ ଖେଳାଯିବାକୁ ଥିବା ଦିଲ୍ଲୀ ବିପକ୍ଷ ମ୍ୟାଚ ଓ ଆଜି ହାଇଦ୍ରାବାଦ ବିପକ୍ଷ ମ୍ୟାଚକୁ ଜିତିବାକୁ ପଡିବ ।

କାରଣ ଯଦି କିଛି ବଡଧରଣର ଅଦଳବଦଳ ନହୁଏ, ତେବେ ପଏଣ୍ଟ ଟେବୁଲର ପ୍ରଥମ 3 ଦଳ ଚେନ୍ନାଇ ସୁପରକିଙ୍ଗ୍ସ, ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେ-ଅଫ ପର୍ଯ୍ୟାୟକୁ ଯାଇପାରନ୍ତି । ତେଣୁ ଚତୁର୍ଥ ସ୍ଥାନରେ ପ୍ଲେ-ଅଫ ପ୍ରବେଶ ପାଇଁ ବାକି 5ଦଳ ମଧ୍ୟରେ ଚାଲିଛି ଛକାପଞ୍ଝା । ତେବେ ସବୁଠୁ ବେଶୀ ସୁଯୋଗ ରହିଛି ସନରାଇଜର୍ସ ହାଇଦ୍ରାବାଦ ପାଖରେ । ବାକିଥିବା 4ଟି ମ୍ୟାଚରୁ ଦଳ 3 ଟିରେ ବିଜୟୀ ହେଲେ 16 ପଏଣ୍ଟ ସହ ପ୍ଲେ-ଅଫରେ ପହଞ୍ଚିପାରିବ ।

ସେଥିପାଇଁ ଆଜିର ମ୍ୟାଚ ଉଭୟ ଦଳ ପାଇଁ ପଏଣ୍ଟ ଦୃଷ୍ଟିରୁ ବେଶ ଗୁରୁତ୍ତ୍ବପୂର୍ଣ୍ଣ । ରାଜସ୍ଥାନ ଦଳ ଖେଳିଥିବା ପ୍ରଥମ 6ଟି ମ୍ୟାଚରୁ ମାତ୍ର ଗୋଟିଏ ଜିତିବା ପରେ ଶେଷ 5ଟି ମ୍ୟାଚରୁ 3ଟିରେ ବିଜୟୀ ହୋଇଛି । ହାଇଦ୍ରାବାଦ ଦଳ ମଧ୍ୟ ଖେଳିଥିବା ପ୍ରଥମ 4ଟି ମ୍ୟାଚରୁ 3ଟିରେ ବିଜୟୀ ହୋଇଥିଲା । ପରେ ଦଳକୁ 3ଟି ଲଗାତାର ପରାଜୟର ମୁହଁ ଦେଖିବାକୁ ପଡିଥିଲା । କିନ୍ତୁ ଶେଷ 3ଟି ମ୍ୟାଚରୁ 2ଟି ବିଜୟ ସହ ଦଳ ପୁଣି ଟ୍ରାକ୍‌କୁ ଫେରିଛି । ଦଳ 10ଟି ମ୍ୟାଚରୁ 5ଟି ବିଜୟ ସହ 10 ପଏଣ୍ଟରେ ତାଲିକାର ଚତୁର୍ଥ ସ୍ଥାନରେ ରହିଛି ।

ଆଗକୁ ବିଶ୍ବକପ ଥିବାରୁ ଆଜିର ମ୍ୟାଚ ପୂର୍ବରୁ ଦୁଇଦଳରୁ ବହୁ ବିଦେଶୀ ଖେଳାଳୀ ସ୍ବଦେଶ ଫେରିଯାଇଛନ୍ତି । ରାଜସ୍ଥାନ ଦଳରୁ ବଟଲର, ଜୋଫ୍ରା ଆର୍ଚର, ବେନ ଷ୍ଟୋକ୍ସ ବିଶ୍ବକପ ପ୍ରସ୍ତୁତି ପାଇଁ ନିଜ ଦେଶକୁ ଫେରିଛନ୍ତି । ସେହିପରି srh ପାଖରେ ମଧ୍ୟ ଆଜି ୱିକେଟ-କିପର ବ୍ୟାଟ୍ସମ୍ୟାନ ଜନୀ ବେୟାରିଷ୍ଟୋ ନାହାନ୍ତି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.