ETV Bharat / sports

ଆଇପିଏଲ: କୋହଲିଙ୍କୁ ଘରେ ମାତ୍ ଦେବାକୁ ଅଶ୍ବୀନ ତୟାର - RCB

ଆଇପିଏଲର ମ୍ୟାଚ ନମ୍ବର-42 । ସାମ୍ନାସାମ୍ନି ହୋଇଛନ୍ତି କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର । ତେବେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଅତିଥି ପଞ୍ଜାବ ଦଳ ।

ପଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Apr 24, 2019, 8:05 PM IST

ବେଙ୍ଗାଲୁରୁ: ଆଇପିଏଲର ମ୍ୟାଚ ନମ୍ବର-42ରେ ସ୍ଥାନୀୟ ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି କୋହଲି-ଅଶ୍ବୀନ । କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଚାଲିଛି ମ୍ୟାଚ। ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଅତିଥି ପଞ୍ଜାବ ଦଳ ।

ଆଜି ମ୍ୟାଚ ପାଇଁ ପଞ୍ଜାବ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି । ସାମ କୁରଣ ଓ ହରପ୍ରୀତଙ୍କ ସ୍ଥାନରେ ନିକୋଲାସ ପୁରଣ ଓ ଅଙ୍କିତ ରାଜପୁତଙ୍କୁ ଖେଳାଯାଉଛି । ସେହିପରି ଆରସିବିକୁ ମଧ୍ୟ ଲାଗିଛି ବଡ ଝଟକା । ଦଳରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି ମାରିଥିବା ଡେଲ ଷ୍ଟେନ ଆହାତ ଜନିତ ସମସ୍ୟା କାରଣରୁ ଏକାଦଶରୁ ବାଦ ପଡିଛନ୍ତି । ଉଲ୍ଲେଖଥାଉ କି, ଷ୍ଟେନ ଆସିଲା ପରେ ଆରସିବିର ବୋଲିଂ ଲାଇନ-ଅପ୍ ଆଗ ଅପେକ୍ଷା ବେଶ୍‌ ଆଟାକିଂ ହୋଇଛି ।

ତେବେ ଚଳିତ ସିଜିନର ଖରାପ ଆରମ୍ଭ କରିଥିବା ଆରସିବି ପାଇଁ ପ୍ଲେ-ଅଫର ରାସ୍ତା କଣ୍ଟକିତ ହୋଇଯାଇଛି । ପ୍ଲେ-ଅପ ଦୌଡରେ ତିଷ୍ଠି ରହିବାକୁ ହେଲେ RCBକୁ ଆଜି ମ୍ୟାଚ ସମେତ ଆଗାମୀ 4ଟି ଯାକ ମ୍ୟାଚରେ ବିଜୟୀ ହେବାକୁ ପଡିବା ।

ଅନ୍ୟପଟେ କ୍ରମାଗତ 6ଟି ମ୍ୟାଚ୍‌ ହାରିବା ପରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିଜୟର ସ୍ବାଦ ଚାଖିଥିଲା । ମୋଟ 10ଟି ମ୍ୟାଚ୍‌ରୁ 3ଟି ବିଜୟ ସହ ବିରାଟଙ୍କ ବାଙ୍ଗାଲୋର ଦଳ 6 ପଏଣ୍ଟ ସହ ପଏଣ୍ଟ ଟେବୁଲର ଶେଷରେ ରହିଛି । ସେହିପରି କିଙ୍ଗ୍ସ ଏକାଦଶ ପଞ୍ଜାବ ପ୍ରଥମ 6ଟି ମ୍ୟାଚ୍‌ରୁ 4ଟି ଜିତିବାପରେ, ପରବର୍ତ୍ତୀ 4ଟି ମ୍ୟାଚ୍‌ରୁ ମାତ୍ର ଗୋଟିଏରେ ବିଜୟ ହୋଇପାରିଛି । ଦଳ ମୋଟ 10ଟି ମ୍ୟାଚ୍‌ରୁ 5ଟି ବିଜୟ ସହ 10 ପଏଣ୍ଟରେ ସୀମିତ ରହିଛି ।

ତେବେ ଆଜିର ମ୍ୟାଚ୍ ଅତି ଚିତାକର୍ଷକ ହେବ ବୋଲି ଆଶା କରାଯାଉଛି । ଘରୋଇ ପରିବେଶ ଓ ଦର୍ଶକଙ୍କ ଉପସ୍ଥିତିରୁ ଲାଭ ଉଠାଇ ବିଜୟ ଧାରା ଜାରି ରଖିବାକୁ ବାଙ୍ଗାଲୋର ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବ । ବାଙ୍ଗାଲୋର ଦଳରେ ରନ୍‌ ମେସିନ୍‌ ବିରାଟ, ମିଷ୍ଟର 360 ଡିଭିଲିୟର୍ସ ଉପରେ ନଜର ରହିଛି । ସେହିପର ପଞ୍ଜାବ ଦଳରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ, କେଏଲ୍ ରାହୁଲ ଓ ମୟଙ୍କ ଅଗ୍ରୱାଲଙ୍କ ଉପରେ ମଧ୍ୟ ନଜର ରହିଛି ।

Intro:Body:

dfdg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.