ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର 2021 ସଂସ୍କରଣ ପୂର୍ବରୁ ଫେବୃଆରୀ 18 କିମ୍ବା 19ରେ ଚେନ୍ନାଇରେ ମିନି ନିଲାମ ଅନୁଷ୍ଠିତ ହେବ ।
ଆଇପିଏଲର 14ତମ ସଂସ୍କରଣ ପାଇଁ ଏହି ଦୁଇଟି ତାରିଖ ମଧ୍ୟରୁ ଗୋଟିଏ ଚୂଡାନ୍ତ ହେବ । ଖୁବଶୀଘ୍ର ଏନେଇ ଚୂଡାନ୍ତ ଘୋଷଣା ହେବ । ଫେବୃଆରୀ 17ରେ ଚେନ୍ନାଇରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ଶେଷ ହେବ । ଫଳରେ 18 କିମ୍ବା 19 ତାରିଖରେ ଚେନ୍ନାଇରେ ନିଲାମ ହେବାର ସମ୍ଭାବନା ଥିବା ସୂଚନା ମିଳିଛି ।
ଚଳିତ ବର୍ଷର ଆଇପିଏଲ ଟୁର୍ଣ୍ଣାମେଣ୍ଟ ପାଇଁ ଭେନ୍ୟୁ ମଧ୍ୟ ଘୋଷଣା ହେବ । ଘରୋଇ ସିଜିନ ଖେଳାଯାଉଥିବା ଭେନ୍ୟୁରେ ଆଇପିଏଲ ବିତ୍ତଶାଳୀ ଲିଗ ଆୟୋଜନ ନେଇ ବିଚାର କରୁଛି ବିସିସିଆଇ । ୟୁଏଇରେ 13ତମ ସଂସ୍କରଣ ଆୟୋଜିତ ହୋଇଥିଲା । ସେଥିପାଇଁ ଦ୍ବିତୀୟ ବିକଳ୍ପ ଭେନ୍ୟୁ ଭାବେ ୟୁଏଇ ମଧ୍ୟ ରହିଛି ।
ତେବେ ସୟଦ ମୁସ୍ତାକ ଅଲୀ ଟୁର୍ଣ୍ଣାମେଣ୍ଟ ସୁରୁଖୁରୁରେ ସୁରକ୍ଷିତ ଭାବେ ଖେଳାଯାଉଥିବାରୁ ଭାରତରେ ହିଁ ଆଇପିଏଲ14 ଆୟୋଜନ ପାଇଁ ଲକ୍ଷ୍ୟ ରଖିଛି ବିସିସିଆଇ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ