ଚେନ୍ନାଇ: ଆଇପିଏଲ ଆରମ୍ଭରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବୋଲର ହର୍ଷଲ ପଟେଲ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ଆଇପିଏଲ ଇତିହାସରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ 5 ୱିକେଟ ହାସଲ କରିବାରେ ପ୍ରଥମ ପ୍ରଥମ ବୋଲର ହୋଇଛନ୍ତି ହର୍ଷଲ ।
ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଆଇପିଏଲ 2021ର ଓପନିଂ ମ୍ୟାଚରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ଭାରତୀୟ ବୋଲର ହର୍ଷଲ ପଟେଲ ।
30 ବର୍ଷୀୟ ହର୍ଷଲ ମୁମ୍ବାଇ ଇଂନିସର ଶେଷ ଓଭରରେ 3ଟି ୱିକେଟ ହାସଲ କରିଥିଲେ । ପଳରେ 159 ରନ୍ରେ ମୁମ୍ବାଇକୁ ରୋକିବାରେ ସଫଳ ହୋଇଥିଲା ବାଙ୍ଗାଲୋର ।
ଶେଷ ଓଭରରେ ହର୍ଷଲ, କ୍ରୁଣାଳ ପାଣ୍ଡ୍ୟା, ମାର୍କୋ ଜେନସେନ ଓ କିରଣ ପୋଲାର୍ଡଙ୍କୁ ଆଉଟ କରିଥିଲେ । ପୂର୍ବରୁ 18ତମ ଓଭରରେ ଇଶାନ କିଶନଙ୍କୁ ଓ 16ତମ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପାଭିଲିୟନ ଫେରାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ