ETV Bharat / sports

IPL 2021: ମିଷ୍ଟର ଆଇପିଏଲଙ୍କ ଦମଦାର ବ୍ୟାଟିଂ, ଚେନ୍ନାଇ 188/7

author img

By

Published : Apr 10, 2021, 9:27 PM IST

Updated : Apr 10, 2021, 10:10 PM IST

ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ ହରାଇ 188 ରନ କରିଛି ଚେନ୍ନାଇ ସୁପର କିଙ୍ଗ୍ସ । ଫଳରେ ଦିଲ୍ଲୀ ସାମ୍ନାରେ 189 ରନର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

IPl 2021: CSK set a target of 189 runs vs DC
ଆଇପିଏଲ 2021: ମିଷ୍ଟନ ଆଇପିଏଲଙ୍କ ଦମଦାର ବ୍ୟାଟିଂ, ଚେନ୍ନାଇ 188/7

ମୁମ୍ବାଇ: ଆଇପିଏଲ 2021ରେ ଆଜି ଖେଳାଯାଉଛି ଦ୍ବିତୀୟ ମ୍ୟାଚ । 3 ଥର ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗ୍ସ ଓ ପ୍ରଥମ ଟାଇଟେଲ ଆଶାରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଲଢେଇ ଜାରି ରହିଛି ।

ଟସ ଜିତି ଦିଲ୍ଲୀ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ ହରାଇ 188 ରନ କରିଛି । ଫଳରେ ଦିଲ୍ଲୀ ସାମ୍ନାରେ 189 ରନର ବିଜୟ ଲକ୍ଷ୍ୟ ରହିଛି ।

ଚେନ୍ନାଇ ପକ୍ଷରୁ ସୁରେଶ ରାଇନା 36 ବଲ୍‌ରୁ ସର୍ବାଧିକ 54 ରନ୍‌ର ଇଂନିସ ଖେଳିଛନ୍ତି । ଏହି ଇଂନିସରେ 3ଟି ଚୌକା ଓ 4ଟି ଛକା ସାମିଲ ରହିଛି । ତେବେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରାଇନା ରନଆଉଟ୍‌ ହୋଇଥିଲେ । ମୋଇନ ଅଲୀ 24 ବଲ୍‌ରୁ 36 ରନର ଇଁନିସ ଖେଳିଥିଲେ । ତେବେ ଟିମର ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ ଫାଫ ଡୁ ପ୍ଲେସିସ୍‌ ଓ ମହେନ୍ଦ୍ର ସିଂହ ଧୋନି ଶୂନରେ ଆଉଟ ହୋଇଥିଲେ । ଶେଷ ଭାଗରେ ଦୁଇ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଓ ସାମ କରନ ଦ୍ରୁତ ବ୍ୟାଟିଂ ସହ ଚେନ୍ନାଇକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ । କରନ 15 ବଲ୍‌ରୁ 4 ଚୌକା ଓ 2ଟି ଛକା ସହାୟତାରେ 34 ଓ ଜାଡେଜା 17 ବଲ୍‌ରୁ 26 ରନର ଇଂନିସ ଖେଳିଛନ୍ତି ।

ଦିଲ୍ଲୀ ପକ୍ଷରୁ କ୍ରିସ ୱର୍କ୍ସ ଓ ଅଭେସ ଖାନ ଦୁଇଟି ଲେଖାଏଁ ୱିକେଟ ନେଇଛନ୍ତି । ରବିଚନ୍ଦ୍ରନ ଅଶ୍ବିନ ଓ ଟମ କରନଙ୍କୁ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 10, 2021, 10:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.