ETV Bharat / sports

IPL 2021: ମାର୍କ ଓହରିବାପରେ ନିଲାମୀରେ ଲିଷ୍ଟ ସାମିଲ ହେଲେ ରହିମ

ଆଇପିଏଲ 2021ର ନିଲାମୀ ପୂର୍ବରୁ ଇଂଲଣ୍ଡର ଫାଷ୍ଟ ବୋଲର ମାର୍କ ଉଡ୍‌ ଆଇପିଏଲରୁ ଓହରି ଯାଇଛନ୍ତି । ମାର୍କ ଉଡ୍‌ଙ୍କ ଓହରିବାପରେ ବାଂଲାଦେଶ ଓ୍ବିକେଟ କିପର ମୁଶିଫକୁର ରହିମଙ୍କ ଏଣ୍ଟ୍ରି ହୋଇଛି । ଏହି ଖେଳାଳିଙ୍କ ବେସ୍‌ ପ୍ରାଇସ 1କୋଟି ରହିଛି ।

author img

By

Published : Feb 18, 2021, 1:13 PM IST

Updated : Feb 18, 2021, 1:43 PM IST

IPL 2021: ମାର୍କ ଓହରିବାପରେ ନିଲାମୀରେ ଲିଷ୍ଟ ସାମିଲ ହେଲେ ରହିମ
IPL 2021: ମାର୍କ ଓହରିବାପରେ ନିଲାମୀରେ ଲିଷ୍ଟ ସାମିଲ ହେଲେ ରହିମ

ଚେନ୍ନାଇ: ଆଇପିଏଲ 2021ର ନିଲାମୀ ପୂର୍ବରୁ ଇଂଲଣ୍ଡର ଫାଷ୍ଟ ବୋଲର ମାର୍କ ଉଡ୍‌ ଆଇପିଏଲରୁ ଓହରି ଯାଇଛନ୍ତି । ବ୍ୟକ୍ତିଗତ କାରଣରୁ ଏପରି ନିଷ୍ପତ୍ତି ନେଇଛନ୍ତି । ତେବେ ଉଡ୍‌ଙ୍କ ଓହରିବାପରେ ବାଂଲାଦେଶ ଓ୍ବିକେଟକିପର ମୁଶିଫକୁର ରହିମଙ୍କ ଏଣ୍ଟ୍ରି ହୋଇଛି । ଏହି ଖେଳାଳିଙ୍କ ବେସ୍‌ ପ୍ରାଇସ 1କୋଟି ରହିଛି ।

ସୂଚନାଥାଉକି, 2021 ଆଇପିଏଲ ପାଇଁ ନିଜ ନାଁ ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ ରହିମ । ଏହି ଓ୍ବିକେଟ କିପର-ବ୍ୟାଟ୍ସମ୍ୟାନ ରହିମ 2008ରୁ ଆଇପିଏଲ ନିଲାମ ପାଇଁ ନିଜ ନାଁ ଦେଉଛନ୍ତି କିନ୍ତୁ କୌଣସି ଦଳ ତାଙ୍କୁ କିଣୁ ନାହାଁନ୍ତି । ଏଥିଲାଗି ନିଲାମ ପାଇଁ ନିଜ ନାଁ ପଞ୍ଜିକୃତ କରିବେ ନାହିଁ ବୋଲି ନିବକୋ କମ୍ପାନୀ ସୂଚନା ଦେଇଥିଲା । ଏହି କମ୍ପାନୀ ରହିମଙ୍କ ଆକାଉଣ୍ଟକୁ ହ୍ୟାଣ୍ଡେଲ କରନ୍ତି ।

ରହିମ 2006ରେ ଟି-20ରେ ଡେବ୍ୟୁ କରିଥିଲେ । ଏଯାଏଁ ସେ 202ଟି ମ୍ୟାଚ ଖେଳି 4288ରନ୍‌ ସଂଗ୍ରହ କରିଛନ୍ତି । 2019-20ରେ ଯେତେବେଳେ ବାଂଲାଦେଶ ପ୍ରିମିୟର ଲିଗ୍‌ରେ ଖୁଲନା ଟାଇଗର୍ସ ପାଇଁ ଖେଳିଥିଲେ ସେତେବେଳେ କୁମିଲ୍ଲା ଓ୍ବାରିୟର୍ସ ବିପକ୍ଷରେ ଟି-20 କ୍ୟାରିୟରର ସର୍ବଶ୍ରେଷ୍ଠ ପାଳି ଖେଳିଥିଲେ । ବିପିଏଲରେ ସେ ଅଲ ଟାଇମ୍‌ ଲିଡିଙ୍ଗ ରନ ସ୍କୋରର ଅଟନ୍ତି । ସେ ଏହି ଲିଗ୍‌ରେ 2274ରନ୍‌ ସଂଗ୍ରହ କରିଛନ୍ତି ଓ ସେଥିରେ 15 ଅର୍ଦ୍ଧଶତକ ସାମିଲ ଅଛି ।

Last Updated : Feb 18, 2021, 1:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.