ନୂଆଦିଲ୍ଲୀ: ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ନିଜର ବୋଲିଂ ୟୁନିଟକୁ ଆହୁରି ମାରାତ୍ମକ କରିଛି । ଜଶପ୍ରୀତ ବୁମରାଙ୍କ ସହ ନ୍ୟୁଜିଲାଣ୍ଡ ଷ୍ଟାର ଟ୍ରେଣ୍ଟ ବୋଲ୍ଟଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସାମିଲ କରିଛି । କୋଚ ମାହେଲା ଜୟବର୍ଦ୍ଧନେ କହିଛନ୍ତି 'ଏହି 2 ବୋଲରଙ୍କ ଯୋଡି ବେଶ ଘାତକ ଯୋଡି' ।
ଅଷ୍ଟ୍ରେଲିଆ ଫାଷ୍ଟ ବୋଲର ଜେସନ ବେହେନ ଡ୍ରଫ ଆହତ ସମସ୍ୟା ପାଇଁ କ୍ରିକେଟରୁ ଦୂରରେ ରହିଛନ୍ତି । ଫଳରେ ତାଙ୍କ ବଦଳରେ ବୋଲ୍ଟଙ୍କୁ ପାଇଁ ଦଳର ବୋଲିଂ ବିଭାଗ ଶକ୍ତିଶାଳୀ ହୋଇଛି । ତେବେ ଗତ ସଂସ୍କରଣରେ ବେହେଣ୍ଡ୍ରଫ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଭଲ ପ୍ରଦର୍ଶନ କରିଥିବା କହିଛନ୍ତି କୋଚ ଜୟବର୍ଦ୍ଧନେ ।
ଏଥିସହିତ ଅନ୍ୟତମ ଭାରତୀୟ ଫାଷ୍ଟ ବୋଲର ଧାୱଲ କୂଲକର୍ଣ୍ଣିଙ୍କୁ ମଧ୍ୟ ମୁମ୍ବାଇ ଦଳରେ ସ୍ଥାନ ମିଳିଛି । ଘରୋଇ ଦଳ ହୋଇଥିବାରୁ କୂଲକର୍ଣ୍ଣି ଉପଯୋଗୀ ସାବ୍ୟସ୍ତ ହେବେ ବୋଲି କୋଚ ଜୟବର୍ଦ୍ଧନେ ଆଶା ରଖିଛନ୍ତି ।