ETV Bharat / sports

ଆଇପିଏଲ 2020: ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସର ମାରାଥନ ଅଭ୍ୟାସ - ଆଇପିଏଲ 2020

ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର 13ତମ ସଂସ୍କରଣ ପାଇଁ ଦୁବାଇର ଜାୟଦ କ୍ରିକେଟ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିଛି ।

IPL 2020: Rohit Sharma led Mumbai Indians team begin training
ଆଇପିଏଲ 2020: ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସର ମାରାଥନ ଅଭ୍ୟାସ
author img

By

Published : Aug 30, 2020, 8:19 PM IST

ଦୁବାଇ: ଆରମ୍ଭ ହୋଇସାରିଛି ଆଇପିଏଲ 2020 ପାଇଁ କାଉଣ୍ଟଡାଉନ । ଟୁର୍ଣ୍ଣାମେଣ୍ଟକୁ ମାତ୍ର 3 ସପ୍ତାହରୁ କମ ସମୟ ଥିବାବେଳେ, ୟୁଏଇରେ ଅଭ୍ୟାସ ଆରମ୍ଭ କରିଛି ଟିମ । ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ ଆଇପିଏଲର 13ତମ ସଂସ୍କରଣ ପାଇଁ ଅଭ୍ୟାସ ଆରମ୍ଭ କରିଛି ।

ସର୍ବାଧିକ ଥର ଆଇପିଏଲ ଟ୍ରଫି ବିଜୟ ସହ ଟୁର୍ଣ୍ଣାମେଣ୍ଟର ସଫଳତମ ଦଳ ରହିଛି ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ । ଗତ ସଂସ୍କରଣରେ 4ର୍ଥ ଥର ପଇଁ ଚମ୍ପିଆନ ହୋଇ ଟ୍ରଫି ବିଜେତା ହୋଇଥିଲା ମୁମ୍ବାଇ । ଫଳରେ ଟିମର ପ୍ରସ୍ତୁତି ଉପରେ ସମସ୍ତଙ୍କ ନଜର ରହିଛି ।

ୟୁଏଇରେ ପହଞ୍ଚିବା ପରେ 6ଦିନ ଆଇସୋଲେସନରେ ରହିବାପରେ, ଦୁବାଇର ଜାୟଦ କ୍ରିକେଟ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି ଅଭ୍ୟାସ ଆରମ୍ଭ କରିଛନ୍ତି । ଅଭ୍ୟାସ ସମୟର ଫଟୋ ଫ୍ରାଞ୍ଚାଇଜର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ସେୟାର କରାଯାଇଛି ।

କ୍ୟପଟେନ ରୋହିତ ଶର୍ମା, ଜଶପ୍ରୀତ ବୁମରା, ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଟସରେ ଝାଳ ବୁହାଉଥିବାର ଦେଖାଯାଇଛି ।

ପୂର୍ବରୁ ରାଜସ୍ଥାନ ରୟାଲ୍ସ,, କିଙ୍ଗ୍ସ ଇଲେଭେନ ପଞ୍ଜାବ, ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ ବାଧ୍ୟତାମୂଳକ କ୍ବାରେଣ୍ଟିନ ସମୟ ଶେଷ ପରେ ଅଭ୍ୟାସ ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.