ETV Bharat / sports

ଆଇପିଏଲ 3ୟ ମ୍ୟାଚ: ଅରେଞ୍ଜ ଆର୍ମିକୁ ଭେଟିବ ବିରାଟଙ୍କ ଆରସିବି - ଅରେଞ୍ଜ ଆର୍ମି

ଆଇପିଏଲ୍ 2020ର ତୃତୀୟ ମ୍ୟାଚ୍ ଲିଗର ସବୁଠାରୁ ଚର୍ଚ୍ଚିତ ଫ୍ରାଞ୍ଚାଇଜ୍ ମଧ୍ୟରେ ଖେଳାଯିବ | ବିରାଟଙ୍କ ଆରସିବିକୁ ଭେଟିବ ୱାର୍ଣ୍ଣରଙ୍କ ଅରେଞ୍ଜ ଆର୍ମି ସନରାଇଜର୍ସ ହାଇଦ୍ରାବାଦ ।

ଆଇପିଏଲ,3ୟ ମ୍ୟାଚ: ଆଜି ଅରେଞ୍ଜ ଆର୍ମିକୁ ଭେଟୁଛି ବିରାଟଙ୍କ ଆରସିବି

author img

By

Published : Sep 21, 2020, 6:31 AM IST

ହାଇଦ୍ରାବାଦ: ଆଇପିଏଲ୍ 2020ର ତୃତୀୟ ମ୍ୟାଚ୍ ଲିଗର ସବୁଠାରୁ ଚର୍ଚ୍ଚିତ ଫ୍ରାଞ୍ଚାଇଜ୍ ମଧ୍ୟରେ ଖେଳାଯିବ | ବିରାଟଙ୍କ ଆରସିବିକୁ ଭେଟିବ ୱାର୍ଣ୍ଣରଙ୍କ ଅରେଞ୍ଜ ଆର୍ମି ସନରାଇଜର୍ସ ହାଇଦ୍ରାବାଦ । ଗୋଟିଏ ଦଳ ହେଉଛି ବ୍ୟାଟିଂ ପାୱାରହାଉସ୍ ଏବଂ ଅନ୍ୟଟିରେ ବୋଲିଂ ପାୱାରହାଉସ୍ ଅଛି | ଏହି ଦୁଇଟି ଦଳ ଖେଳିଥିବା ଗୋଟିଏ ଆଇକନିକ୍ ମ୍ୟାଚ୍ ହେଉଛି 2016 ଆଇପିଏଲ୍ ଫାଇନାଲ୍ | ଯାହା ଡେଭିଡ ୱାର୍ନରଙ୍କ ଦଳ ଜିତିଥିଲା ​​| ତାହା ଥିଲା ହାଇଦ୍ରାବାଦର ଦ୍ୱିତୀୟ ଆଇପିଏଲ୍ ଟାଇଟଲ୍ |

ତେବେ ଏହି ଦୁଇ ଦଳ ମଧ୍ୟରେ ସବୁ ସମୟରେ ବୋଲିଂ ଏବଂ ବ୍ୟାଟଂର ଦମଦାର ଯୁଦ୍ଧ ଦେଖିବାକୁ ମିଳିଛି । ଯଦି ଆପଣ ଏହି ଦୁଇ ଦଳର ହେଟଟୁ ହେଟ ରେକର୍ଡ ଉପରେ ନଜର ପକାଇବେ, ତେବେ ଦୁଇ ଦଳ ମଧ୍ୟରେ ମୋଟ 15ଟି ମ୍ୟାଚ ଖେଳାଯାଇଛି । ଯେଉଁଠି ହାଇଦ୍ରାବାଦ 8ଟି ମ୍ୟାଚ ଜିତିଥିବା ବେଳେ ଆରସିବି 6ଟି ମ୍ୟାଚ ଜିତିଛି ।

ଆଇପିଏଲ,3ୟ ମ୍ୟାଚ: ଆଜି ଅରେଞ୍ଜ ଆର୍ମିକୁ ଭେଟୁଛି ବିରାଟଙ୍କ ଆରସିବି

ତେବେ ବିଗତ ସିଜିନରେ ଆରସିବି ସେମାନଙ୍କର କ୍ରମାଗତ 6 ଟି ମ୍ୟାଚରେ ପରାଜୟର ସ୍ବାଦ ଚାଖିଥିଲେ । ତେଣୁ ଚଳିତ ଥର ଆରସିବିର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଏବି ଡିଭିଲିୟର୍ସ ଏବଂ ବିରାଟ କୋହଲି ପୁଣି ଥରେ ନିଜ ଦଳର ଆତ୍ମାବିଶ୍ବାସକୁ ଫେରାଇ ଆଣିବାକୁ ଚେଷ୍ଟା କରିବେ । ତେବେ ବିରାଟଙ୍କ ଫିଟନେସ ଓ ମିଷ୍ଟର 360ଙ୍କ ଆକ୍ରମଣାତ୍ମକ ଅନ୍ଦାଜ ଓ ଅଷ୍ଟ୍ରେଲିଆ ଅଧିନାୟକ ଆରନ ଫିଞ୍ଜ ମଧ୍ୟ ଦମଦାର ଫର୍ମରେ ରହିଛନ୍ତି । ସେହିପରି ଆରସିବି ପାଖରେ ବୋଲିଂ ଆଟାକରେ ଉମେଶ ଯାଦବ, ଡେଲ ଷ୍ଟେନ ଭଳି ଦୃତ ଗତି ରହିଛି । ସେହିପରି ୟୁଜିଭେନ୍ଦ୍ର ଚହଳ, ଶିବମ ଦୁବେ ଓ ୱାସିଂଟନ ସୁନ୍ଦରଙ୍କ ଭଳି ସ୍ପିନିଂ ଯୋଡି ମଧ୍ୟ ରହିଛି ।

ତେବେ ଯଦି ଡେଭିଡ ୱାର୍ଣ୍ଣରଙ୍କ ହାଇଦ୍ରାବାଦ ଦଳ ଉପରେ ନଜର ପକାଇବା, ଦଳ ଦୁଇଥର ଚାମ୍ପିଅନ୍ ହୋଇଛି । ଅରେଞ୍ଜ ଆର୍ମିର ଟପ୍-ଅର୍ଡର ଏବଂ ବିନାଶକାରୀ ବୋଲିଂ ଯୋଡି ରସିଦ୍ ଖାନ ଏବଂ ଭୁବନେଶ୍ବର କୁମାର ଦଳକୁ ସଫଳତା ଦେବେ ବୋଲି ଆଶା କରାଯାଉଛି । ସେହିପରି ଦଳରେ ରହିଥିବା ଆଫଗାନ ଅଲରାଉଣ୍ଡର ମହମ୍ମଦ ନବିରେ ମଧ୍ୟ ଆରସିବାର ମଧ୍ୟମ କ୍ରମ ଉପରେ ଚାପ ପକାଇବାକୁ ସକ୍ଷମ ରହିଛନ୍ତି ।

ତେବେ ଦେଖିବାକୁ ବାକି ରହିଲା, 12 ସିଜିନରେ ଶୁଖା ପଡିଥିବା ବିରାଟଙ୍କ କ୍ୟାମ୍ପ ବିଦେଶ ମାଟିରେ କି କମାଲ ଦେଖାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.