ହାଇଦ୍ରାବାଦ: ଗତକାଲି ମୁମ୍ବାଇ-ଚେନ୍ନାଇ ମ୍ୟାଚ ଯେତେ ଆକାର୍ଷଣୀୟ ରହିଥିଲା । ସେତେ ଚର୍ଚ୍ଚାର ଶୀରୋନାମ ପଲଟିଥିଲା । କାରଣ ଦୀର୍ଘ 7 ମାସ ପରେ କ୍ରିକେଟ ପଡିଆକୁ ଓହ୍ଲାଇଥିବା ଭାରତୀୟ କ୍ରିକେଟରଙ୍କ ମୋଟାପଣ ବେଶ ଚର୍ଚ୍ଚା ସାଉଣ୍ଟିଥିଲା । କିଛି ଭାରତୀୟ କ୍ରିକେଟରଙ୍କୁ ମଧ୍ୟ ଟ୍ରୋଲ କରାଯାଇଥିଲା ।
ପୂର୍ବତନ ଭାରତୀୟ ହକି ଦଳର ଅଧିନାୟକ ଭିରେନ ରସକ୍ୟୁନା ଲେଖିଛନ୍ତି, ‘‘ ମୁଁ ଗଲି କ୍ରିକେଟ୍ ଠାରୁ ଅଧିକ ଖେଳି ନାହିଁ । କିନ୍ତୁ ଚଳିତ ଆଇପିଏଲରେ କିଛି ଖେଳାଳିଙ୍କୁ ଦେଖି ମୁଁ ବହୁତ ଚକିତ | କାରଣ ଖେଳାଳିମାନେ ଏତେ ଅନଫିଟ ଯେ, ମୁଁ ଅନ୍ୟ କୌଣସି ଶାରୀରିକ ଖେଳ ବିଷୟରେ ଚିନ୍ତା କରି ପାରୁ ନାହିଁ । ଯେଉଁଠାରେ ସର୍ବୋଚ୍ଚ ସ୍ତରରେ ଖେଳାଳିମାନେ ଫିଟନେସ୍ ସ୍ତରୀୟ ମୁକାବିଲା କରୁଛନ୍ତି ।’’
ସେହିପରି ଭାରତୀୟ ଭାଷ୍ୟକାର ହର୍ସା ଭୋଗଲେ ଲେଖିଛନ୍ତି, ବହୁ ସଂଖ୍ୟାରେ ହୃଷ୍ଟପୃଷ୍ଟ ଅଣ୍ଟା । ତେବେ ତାଙ୍କ ଟ୍ବିଟର ପ୍ରତିଉତ୍ତରରେ ପୂର୍ବତନ ଅଷ୍ଟ୍ରେଲିଆ ମହିଳା ଦଳର ଅଧିନାୟକା ଲେଖିଛନ୍ତି, ସମସ୍ତେ ଏଠି ସୁସ୍ଥ ସବଳ ଓ ଚକଲେଟ ମୂଷା ।
ତେବେ ସୋସିଆଲ ମିଡିଆରେ ଅଧିକାଂଶତଃ ମୁମ୍ବାଇ ଦଳ ଅଧିନାୟକ ରୋହିତ ଶର୍ମା ଓ ତାଙ୍କ ସାଥି ଖେଳାଳି ସୌରଭ ତିୱାରିଙ୍କୁ ଟ୍ରୋଲ କରାଯାଇଥିଲା ।