ETV Bharat / sports

ଆଇପିଏଲ 2020: ମୁମ୍ବାଇ ଇଣ୍ଡିଆନ୍ସ ବନାମ ସିଏସକେ, 5ଟି ଜିନିଷ ଉପରେ ଫ୍ୟାନ୍ସଙ୍କ ନଜର - mi vs csk dream11

ଏହି ମ୍ୟାଚରେ ସମସ୍ତ କ୍ରିକେଟ ପ୍ରେମୀଙ୍କ ନଜର ମହେନ୍ଦ୍ର ସିଂ ଧୋନି, ରୋହିତ ଶର୍ମା, ଜଶପ୍ରୀତ ବୁମରା, ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ରହିବ । ମାତ୍ର ଏହି ମ୍ୟାଚରେ ଏମିତି 5ଟି ପ୍ରମୁଖ ଜିନିଷ ରହିଛି, ଯାହାକୁ ଲୋକେ ଦେଖିବାକୁ ପ୍ରତୀକ୍ଷା କରିଛନ୍ତି ।

IPL 2020: Mumbai Indians vs CSK  Five things to watch out for
ଆଇପିଏଲ 2020: ମୁମ୍ବାଇ ଇଣ୍ଡିଆନ୍ସ ବନାମ ସିଏସକେ, 5ଟି ଜିନିଷ ଉପରେ ଫ୍ୟାନ୍ସଙ୍କ ନଜର
author img

By

Published : Sep 19, 2020, 6:21 PM IST

ହାଇଦ୍ରାବାଦ: ଦୁନିଆର ସର୍ବାଧିକ ରୋମାଞ୍ଚକର ଟି-20 ଲିଗ ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର 13ତମ ସଂସ୍କରଣ ଆଜିଠୁ ଆରମ୍ଭ ହେଉଛି । ଭାରତୀୟ ସମୟ ସନ୍ଧ୍ୟା 7.30 ମିନିଟରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ ଉଦଘାଟନୀ ମ୍ୟାଚ । ଏହି ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ହେବ, କାରଣ ଦୁଇଟି ଟିମ ଟୁର୍ଣ୍ଣାମେଣ୍ଟର ସଫଳତମ ଟିମ ରହିଛନ୍ତି । ଏହି ମ୍ୟାଚରେ ସମସ୍ତ କ୍ରିକେଟ ପ୍ରେମୀଙ୍କ ନଜର ମହେନ୍ଦ୍ର ସିଂ ଧୋନି, ରୋହିତ ଶର୍ମା, ଜଶପ୍ରୀତ ବୁମରା, ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ରହିବ । ମାତ୍ର ଏହି ମ୍ୟାଚରେ ଏମିତି 5ଟି ପ୍ରମୁଖ ଜିନିଷ ରହିଛି, ଯାହାକୁ ଲୋକେ ଦେଖିବାକୁ ପ୍ରତୀକ୍ଷା କରିଛନ୍ତି । ନଜର ପକାନ୍ତୁ କଣ ରହିଛି ଏହି ପ୍ରମୁଖ ତଥ୍ୟ ଯାହା ଉପରେ ଦର୍ଶକଙ୍କ ଧ୍ୟାନ ରହିବ...

IPL 2020: Mumbai Indians vs CSK  Five things to watch out for
ଇମ୍ରାନ ତାହିର

1. ମହେନ୍ଦ୍ର ସିଂ ଧୋନିଙ୍କ ଗ୍ରାଣ୍ଡ କମବ୍ୟାକ୍

ଚେନ୍ନାଇ ସୁପର କିଙ୍ଗ୍ସର କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ପ୍ରାୟ ଗୋଟିଏ ବର୍ଷ ପରେ ପଡିଆକୁ ଫେରିବେ । 3ଥର ଟିମକୁ ଆଇପିଏଲ ଟ୍ରଫି ଜିତାଇ ସାରିଥିବା ଧୋନି ଶେଷ ମ୍ୟାଚ 2019 ବିଶ୍ବକପ ସେମିଫାଇନାଲରେ ଖେଳିଥିଲେ । ଏହାପରେ 15 ଅଗଷ୍ଟରେ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିଲେ । ସେଥିପାଇଁ 'ଥାଲା' ଧୋନିଙ୍କ ଉପରେ କ୍ରିକେଟ ପ୍ରେମୀଙ୍କ ନଜର ରହିବ ।

ସୁରେଶ ରୈନା

2. ସିଏସକେର ଜବରଦସ୍ତ ସ୍ପିନ ଆଟାକ

2007ରେ ଡେବ୍ୟୁ କରିବା ପରେ ଏମଏସ ଧୋନି ସ୍ପିନରଙ୍କ ଉପରେ ବହୁତ ନିର୍ଭର କରୁଥିଲେ । ଚଳିତ ଥର ମଧ୍ୟ ଆଇପିଏଲ 2020ରେ ସିଏସକେ ପାଖରେ ଦକ୍ଷ ସ୍ପିନ ଆଟାକ ରହିଛି । ଟିମରେ ମିଚେଲ ସାଣ୍ଟନର, ପିୟୁଷ ଚାୱଲା, ରବିନ୍ଦ୍ର ଜାଡେଜା, ଇମରାନ ତାହିର ଓ କର୍ଣ୍ଣ ଶର୍ମାଙ୍କ ପରି ସ୍ପିନର ରହିଛନ୍ତି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆବୁଧାବିର ପିଚ୍ ସ୍ପିନ ବୋଲିଂ ଅନୁକୂଳ ହେବ । ଫଳରେ ଟିମକୁ ଫାଇଦା ମିଳିବା ସମ୍ଭାବନା ରହିଛି ।

ମହେନ୍ଦ୍ର ସିଂ ଧୋନି

3. ଓପନିଂ କରିବେ ରୋହିତ ଶର୍ମା

ମୁମ୍ବାଇ ଇଣ୍ଡିଆନ୍ସର ଫ୍ୟାନ୍ସଙ୍କୁ କ୍ୟାପଟେନ ରୋହିତ ଶର୍ମାଙ୍କୁ ଓପନିଂ କରୁଥିବାର ଦେଖିବାକୁ ମିଳିବ । କିଛି ବର୍ଷ ଧରି ରୋହିତ ମିଡିଲ ଅର୍ଡରରେ ବ୍ୟାଟିଂ କରିଆସୁଥିଲେ । ବ୍ୟାଟିଂକ୍ରମର 4 ନଂରେ ବ୍ୟାଟିଂ କରିବା ସହ ଅନ୍ୟ ଖେଳାଳିଙ୍କୁ ଶୀର୍ଷ ଭାଗରେ ଖେଳିବାର ମୌକା ମିଳୁଥିଲା । ଗତ ଦେଢ ବର୍ଷ ମଧ୍ୟରେ ରୋହିତଙ୍କ ଫର୍ମ ଘାତକ ହୋଇଛି । 2019 ବିଶ୍ବକପରେ 5ଟି ଶତକ ସହ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନ ହାସଲ କରିଥିଲେ । ପରେ ଟେଷ୍ଟରେ ଓପନର ବନିବା ପରେ ଏବେ ଆଇପିଏଲରେ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ କ୍ବିଣ୍ଟନ ଡିକକ୍ଙ୍କ ସହ ଓପନ କରିବେ ।

ଲସିଥ ମାଲିଙ୍ଗା-ଜଶପ୍ରୀତ ବୁମରା

4. ଲସିଥ ମାଲିଙ୍ଗାଙ୍କ ସ୍ଥାନରେ କିଏ ?

ମୁମ୍ବାଇ ଇଣ୍ଡିଆନ୍ସର ଦ୍ରୁତ ଭେଟେରାନ ବୋଲର ଲସିଥ ମାଲିଙ୍ଗାଙ୍କ ଅନୁପସ୍ଥିତି ଦଳ ଅନୁଭବ କରିପାରେ । ଜଶପ୍ରୀତ ବୁମରା ବୋଲିଂ ବିଭାଗର ନେତୃତ୍ବ ନେଇପାରନ୍ତି । ଟ୍ରେଣ୍ଟ ବୋଲ୍ଟ , ମିଚେଲ ମେକଲେଘନ ଓ ନାଥନ କୁଲଟର ନାଇଲଙ୍କୁ ମଧ୍ୟ ସୁଯୋଗ ମିଳିପାରେ ।

ରୋହିତ ଶର୍ମା

5. ସିଏସକେ ପାଇଁ କିଏ 3ନଂ ସ୍ଥାନରେ ବ୍ୟାଟିଂ କରିବେ ?

ଆଇପିଏଲରେ ଦ୍ବିତୀୟ ସର୍ବାଧିକ ରନ ହାସଲ କରିଥିବା ସୁରେଶ ରୈନା ବ୍ୟକ୍ତିଗତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି । ଋତୁରାଜ ଗାଏକ୍ବାଡ ରୈନାଙ୍କ ସ୍ଥାନ ନେଇପାରିଥାନ୍ତେ । ମାତ୍ର କୋଭିଡ-19ରେ ସଂକ୍ରମିତ ପରେ ସେ ମ୍ୟାଚ ଖେଳିବେ ନାହିଁ । 3 ନଂ ସ୍ଥାନରେ ଅମ୍ବାତି ରାୟୁଡୁ ଓ ତାଙ୍କ ପରେ କେଦାର ଯାଦବ ଓ ପରେ ଧୋନି ବ୍ୟାଟିକ୍ରମରେ ଆସିପାରନ୍ତି । ଅର୍ଥାତ ସେଟ ୱାଟସନ ଓ ଫାଫ ଡୁପ୍ଲେସିସ ଚେନ୍ନାଇର ଓପନିଂ ଯୋଡି ହୋଇପାରନ୍ତି ।

ରୋହିତ ଶର୍ମା-ମହେନ୍ଦ୍ର ସିଂ ଧୋନି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.