ETV Bharat / sports

ଆଇପିଏଲ 2020: ଧୋନିଙ୍କ ନାଁରେ ଯୋଡି ହେଲା ଆଉ 3 ରେକର୍ଡ

436ଦିନ ପରେ ଗ୍ରାଉଣ୍ଡକୁ ଓହ୍ଲାଇଲେ ମହେନ୍ଦ୍ର ସିଂ ଧୋନି । ମୈଦାନକୁ ଆସୁ ଆସୁ ନିଜ ନାଁରେ କଲେ 3ଟି ରେକର୍ଡ । ଅଧିନାୟକ ଭାବେ 100ତମ ବିଜୟ ହାସଲ କରିଛନ୍ତି ମାହି । ଏପରି ରେକର୍ଡ କରିବାରେ ସେ ପ୍ରଥମ ଅଧିନାୟକ ।

author img

By

Published : Sep 20, 2020, 10:14 AM IST

Updated : Sep 20, 2020, 10:19 AM IST

ଆଇପିଏଲ 2020:  ଧୋନିଙ୍କ ନାଁରେ ଯୋଡି ହେଲା ଆଉ 3ରେକର୍ଡ

ଆବୁଧାବି: 436ଦିନ ପରେ ଗ୍ରାଉଣ୍ଡକୁ ଓହ୍ଲାଇଲେ ମହେନ୍ଦ୍ର ସିଂ ଧୋନି । ଆଉ ମୈଦାନକୁ ଆସୁ ଆସୁ ନିଜ ନାଁରେ କଲେ 3ଟି ରେକର୍ଡ ।

ଶନିବାର ଦିନ ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ମହେନ୍ଦ୍ର ସିଂ ଧୋନିଙ୍କୁ ପୂର୍ବଭଳି କୁଲ ଲୁକ୍‌ରେ ଦେଖିବାକୁ ମିଳିଥିଲା । ତାଙ୍କର ଚେନ୍ନାଇ ଟିମ ଉଦ୍‌ଘାଟନୀ ମ୍ୟାଚରେ ଚମ୍ପିଆନ ମୁମ୍ବାଇକୁ 5 ଓ୍ବିକେଟରେ ମାତ ଦେବାରେ ସଫଳ ହୋଇଛି। ଆଇପିଏଲର 13ସଂସ୍କରଣର ଏହି ପ୍ରଥମ ମ୍ୟାଚରେ 3ଟି ରେକର୍ଡ ହାସଲ କରିଛନ୍ତି ଧୋନି।

ଆଇପିଏଲ 2020
ଫଟୋ ସୌଜନ୍ୟ: ଟ୍ବିଟର@IPL

ଆଇପିଏଲ ଇତିହାସରେ 100ଟି କ୍ୟାଚ ଧରିବାରେ ମାହି ସଫଳ ହୋଇଛନ୍ତି । ଏଥିସହ ଅଧିନାୟକ ଭାବେ ବି ଏକ ରେକର୍ଡ ନିଜ ନାଁରେ କରିଛନ୍ତି । ସେ ଚେନ୍ନାଇର ଅଧିନାୟକ ଭାବେ 100ତମ ବିଜୟ ହାସଲ କରିଛନ୍ତି । ଏପରି ରେକର୍ଡ କରିବାରେ ସେ ପ୍ରଥମ ଅଧିନାୟକ । ଆହୁରି ମଧ୍ୟ ଧୋନି ଟି-20 କ୍ରିକେଟରେ ଜଣେ ଓ୍ବିକେଟକିପର ଭାବେ 250 ଖେଳାଳିଙ୍କୁ ଆଉଟ କରିବାର ରେକର୍ଡ ବି ହାସଲ କରିଛନ୍ତି ।

Last Updated : Sep 20, 2020, 10:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.