ETV Bharat / sports

ଆଇପିଏଲ-13: ଦୁବାଇ ଗ୍ରାଉଣ୍ଡରେ ଆଜି ପଞ୍ଜାବ-ଦିଲ୍ଲୀ ଲଢେଇ

author img

By

Published : Sep 20, 2020, 11:58 AM IST

Updated : Sep 20, 2020, 12:49 PM IST

ରବିବାର ଦିନ ଚଳିତ ଆଇପିଏଲ ସିଜନର 2ୟ ମ୍ୟାଚ ପଞ୍ଜାବ-ଦିଲ୍ଲୀ ମଧ୍ୟରେ ଖେଳାଯିବ । 2 ଯୁବ ଅଧିନାୟକଙ୍କ ଟିମ ବେଶ ରୋମାଞ୍ଚକର ରହିବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଆଇପିଏଲ-13: ଦୁବାଇ ଗ୍ରାଉଣ୍ଡରେ ଆଜି ପଞ୍ଜାବ-ଦିଲ୍ଲୀ  ଲଢେଇଆଇପିଏଲ-13: ଦୁବାଇ ଗ୍ରାଉଣ୍ଡରେ ଆଜି ପଞ୍ଜାବ-ଦିଲ୍ଲୀ  ଲଢେଇ
ଆଇପିଏଲ-13: ଦୁବାଇ ଗ୍ରାଉଣ୍ଡରେ ଆଜି ପଞ୍ଜାବ-ଦିଲ୍ଲୀ ଲଢେଇ

ଦୁବାଇ: ଆରମ୍ଭ ହୋଇଯାଇଛି ଆଇପିଏଲ ସମର । ରବିବାର ଦିନ ଚଳିତ ଆଇପିଏଲ ସିଜନର 2ୟ ମ୍ୟାଚ ଦୁବାଇର ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହି ଗ୍ରାଉଣ୍ଡରେ ଶ୍ରେୟସ ଆୟରଙ୍କ ଟିମ ଦିଲ୍ଲୀ ଓ ପ୍ରଥମ କରି ଅଧିନାୟକ ଦାୟିତ୍ବ ତୁଲାଉ ଥିବା କେଏଲ ରାହୁଲଙ୍କ ପଞ୍ଜାବ ଦଳ ମୁହାଁମୁହିଁ ହେବେ ।

ଏହି ମ୍ୟାଚ ବେଶ ରୋମାଞ୍ଚକର ରହିବ । କାରଣ ଷ୍ଟାର କ୍ରିକେଟର ରାହୁଲ ପ୍ରଥମ ଥର ପାଇଁ ଅଧିନାୟକ ଭାବେ ଗ୍ରାଉଣ୍ଡକୁ ଓହ୍ଲାଇବେ । ତାଙ୍କର ରଣନୀତି କିପରି ରହିବ ଆଜି ଦେଖିବାକୁ ମିଳିବ । ଏଥିସହ ଆୟରଙ୍କ ନେତୃତ୍ବରେ ଦିଲ୍ଲୀ କ୍ୟାପିଟାଲ୍ସ ଗତ ସଂସ୍କରଣରେ ସେମିଫାଇନାଲରେ ସ୍ଥାନ ପକ୍କା କରିଥିଲେ । ତେବେ ଏହି 2 ଯୁବ ଅଧିନାୟକ ନିଜ ଟିମର ନେତୃତ୍ବଭାର କିପରି ସମ୍ଭାଳୁଛନ୍ତି , ତାହା ଚଳିତ ସଂସ୍କରଣର 2ୟ ମ୍ୟାଚରେ ଦେଖିବାକୁ ମିଳିବ । ଏହାବ୍ୟତୀତ ଦିଲ୍ଲୀର ହେଡ କୋଚ ରିକି ପଣ୍ଟିଂ ଓ ପଞ୍ଜାବର ହେଡ କୋଚ ଅନୀଲ କୁମ୍ବେଲ ରହିଛନ୍ତି । ଏହି 2 ହେଡକୋଚ ବିଶ୍ବର ଦିଗଜ କ୍ରିକେଟରଙ୍କ ମଧ୍ୟରେ ଜଣେ ଜଣେ ।

delhi-capitals-face-kings-xi-punjab
ପଞ୍ଜାବ ବନାମ ଦିଲ୍ଲୀ

ଏପଟେ ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ଭଲ ସ୍ପିନର ରହିଛନ୍ତି । ଯାହା ଏହି ସିଜନରେ ଦଳ ପାଇଁ ଲାଭଦାୟକ ହେବ । ଟିମରେ ଆର ଅଶ୍ବିନ, ଅମିତ ମିଶ୍ରା ଓ ଅକ୍ଷର ପଟେଲ ପରି ସ୍ପିନର ରହିଛନ୍ତି । କିନ୍ତୁ ପଞ୍ଜାବ ଏକାଦଶ ପାଖରେ ଟିମରେ ମୁଜିବ ଉର ରହମାନଙ୍କୁ ଛାଡି ଦେଲେ ଅନ୍ୟ ଅନୁଭବୀ ସ୍ପିନର ନାହାଁନ୍ତି ।

🔵GAME PREVIEW🔵
👉🏽 Getting into groove ✅
👉🏽 Perfection 💯
👉🏽 Positivity ✨

A day before the #NorthernDerby clash, Head Coach @RickyPonting & #SkipperShreyas talk about their pre-game preps 🗣️#Dream11IPL #YehHaiNayiDilli #DCvKXIP #IPL2020 @ShreyasIyer15 @Address_Hotels pic.twitter.com/8Y8uUNGgmo

— Delhi Capitals (Tweeting from 🇦🇪) (@DelhiCapitals) September 20, 2020

ଉଭୟ ଦଳର ବ୍ୟାଟ୍ସମ୍ୟାନଙ୍କୁ ଦେଖିଲେ 2ଟି ଟିମରେ ଷ୍ଟାର ବ୍ୟାଟ୍ସମ୍ୟାନ ରହିଛନ୍ତି । ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ ଶିଖର ଧଓ୍ବନ, ଋଷଭ ପନ୍ତ ଓ ପୃଥ୍ବୀ ଶଙ୍କ ବ୍ୟତୀତ ହେଟମୟର ଦିଲ୍ଲୀ ଟିମରେ ରହିଛନ୍ତି । ଅନ୍ୟପଟେ କିଙ୍ଗ୍ସ ଏକାଦଶରେ କ୍ରିସ ଗେଲ, ଗ୍ଲେନ ମ୍ୟାକ୍ସଓ୍ବେଲ ଓ କେଏଲ ରାହୁଲ ରହିଛନ୍ତି । ଏହି ଧୁରନ୍ଧର ବ୍ୟାଟ୍ସମ୍ୟାନ ବଡ ସଟ୍‌ ଖେଳିବାରେ ବେଶ୍‌ ଶକ୍ଷମ । ଏପଟେ ମ୍ୟାକ୍ସଓ୍ବେଲ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ ସାନଦାର ପାଳି ଖେଳିଛନ୍ତି । ଯାହାଦ୍ବାରା ତାଙ୍କର ଆତ୍ମବିଶ୍ବାସ ବେଶ ସକାରାତ୍ମକ ରହିବ । ଏଥସହ ୟୁଏଇରେ ତାଙ୍କର ଇତିହାସ ଭଲ ରହିଛି । 2014ରେ ୟୁଏଇରେ ଆଇପିଏଲ ଆୟୋଜିତ ହୋଇଥିଲା ସେ 16ମ୍ୟାଚରେ 552ରନ ସଂଗ୍ରହ କରିଥିଲେ । ପଞ୍ଜାବ ପକ୍ଷରୁ ଗେଲ ଓ ରାହୁଲ ଓପନିଂ କରି ପାରନ୍ତି ଓ ମୟଙ୍କ ଅଗ୍ରଓ୍ବାଲ 3ନଂ ସ୍ଥାନରେ ଖେଳି ପାରନ୍ତି ।

ଦିଲ୍ଲୀ ଦଳରେ ବିବିଏଲରେ ସର୍ବାଧିକ ଓ୍ବିକେଟ ନେଇଥିବା ବୋଲର ଡାନିଲ ସାମ୍ସ ଅଛନ୍ତି । ଏଥିସହ ଦଳରେ କଗିସୋ ରାବାଡା ଓ ଇଶାନ୍ତ ଶର୍ମା ଭଳି ଅନୁଭବୀ ଫାଷ୍ଟ ବୋଲର ରହିଛନ୍ତି । ଏପଟେ ପଞ୍ଜାବ ଦଳରେ ଭାରତୀୟ ବୋଲର ମହମ୍ମଦ ସାମି ରହିଛନ୍ତି । ଆଇପିଏଲ ଇତିହାସରେ ଦିଲ୍ଲୀ ଓ ପଞ୍ଜାବ ମଧ୍ୟରେ 24ଟି ମ୍ୟାଚ ଖେଳାଯାଇଛି । ଦିଲ୍ଲୀ 10ଟି ମ୍ୟାଚ ଓ ପଞ୍ଜାବ 14ଟି ମ୍ୟାଚ ହାତେଇଛି । ଗତ ସିଜନରେ ଦିଲ୍ଲୀ ଓ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା 2ଟି ମ୍ୟାଚରେ ଗୋଟିଏ ପଞ୍ଜାବ ଓ ଗୋଟିଏ ଦିଲ୍ଲୀ ବିଜୟ ହାସଲ କରିଥିଲା ।

ଦୁବାଇ: ଆରମ୍ଭ ହୋଇଯାଇଛି ଆଇପିଏଲ ସମର । ରବିବାର ଦିନ ଚଳିତ ଆଇପିଏଲ ସିଜନର 2ୟ ମ୍ୟାଚ ଦୁବାଇର ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହି ଗ୍ରାଉଣ୍ଡରେ ଶ୍ରେୟସ ଆୟରଙ୍କ ଟିମ ଦିଲ୍ଲୀ ଓ ପ୍ରଥମ କରି ଅଧିନାୟକ ଦାୟିତ୍ବ ତୁଲାଉ ଥିବା କେଏଲ ରାହୁଲଙ୍କ ପଞ୍ଜାବ ଦଳ ମୁହାଁମୁହିଁ ହେବେ ।

ଏହି ମ୍ୟାଚ ବେଶ ରୋମାଞ୍ଚକର ରହିବ । କାରଣ ଷ୍ଟାର କ୍ରିକେଟର ରାହୁଲ ପ୍ରଥମ ଥର ପାଇଁ ଅଧିନାୟକ ଭାବେ ଗ୍ରାଉଣ୍ଡକୁ ଓହ୍ଲାଇବେ । ତାଙ୍କର ରଣନୀତି କିପରି ରହିବ ଆଜି ଦେଖିବାକୁ ମିଳିବ । ଏଥିସହ ଆୟରଙ୍କ ନେତୃତ୍ବରେ ଦିଲ୍ଲୀ କ୍ୟାପିଟାଲ୍ସ ଗତ ସଂସ୍କରଣରେ ସେମିଫାଇନାଲରେ ସ୍ଥାନ ପକ୍କା କରିଥିଲେ । ତେବେ ଏହି 2 ଯୁବ ଅଧିନାୟକ ନିଜ ଟିମର ନେତୃତ୍ବଭାର କିପରି ସମ୍ଭାଳୁଛନ୍ତି , ତାହା ଚଳିତ ସଂସ୍କରଣର 2ୟ ମ୍ୟାଚରେ ଦେଖିବାକୁ ମିଳିବ । ଏହାବ୍ୟତୀତ ଦିଲ୍ଲୀର ହେଡ କୋଚ ରିକି ପଣ୍ଟିଂ ଓ ପଞ୍ଜାବର ହେଡ କୋଚ ଅନୀଲ କୁମ୍ବେଲ ରହିଛନ୍ତି । ଏହି 2 ହେଡକୋଚ ବିଶ୍ବର ଦିଗଜ କ୍ରିକେଟରଙ୍କ ମଧ୍ୟରେ ଜଣେ ଜଣେ ।

delhi-capitals-face-kings-xi-punjab
ପଞ୍ଜାବ ବନାମ ଦିଲ୍ଲୀ

ଏପଟେ ଦିଲ୍ଲୀ କ୍ୟାପିଟାଲ୍ସ ପାଖରେ ଭଲ ସ୍ପିନର ରହିଛନ୍ତି । ଯାହା ଏହି ସିଜନରେ ଦଳ ପାଇଁ ଲାଭଦାୟକ ହେବ । ଟିମରେ ଆର ଅଶ୍ବିନ, ଅମିତ ମିଶ୍ରା ଓ ଅକ୍ଷର ପଟେଲ ପରି ସ୍ପିନର ରହିଛନ୍ତି । କିନ୍ତୁ ପଞ୍ଜାବ ଏକାଦଶ ପାଖରେ ଟିମରେ ମୁଜିବ ଉର ରହମାନଙ୍କୁ ଛାଡି ଦେଲେ ଅନ୍ୟ ଅନୁଭବୀ ସ୍ପିନର ନାହାଁନ୍ତି ।

ଉଭୟ ଦଳର ବ୍ୟାଟ୍ସମ୍ୟାନଙ୍କୁ ଦେଖିଲେ 2ଟି ଟିମରେ ଷ୍ଟାର ବ୍ୟାଟ୍ସମ୍ୟାନ ରହିଛନ୍ତି । ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ ଶିଖର ଧଓ୍ବନ, ଋଷଭ ପନ୍ତ ଓ ପୃଥ୍ବୀ ଶଙ୍କ ବ୍ୟତୀତ ହେଟମୟର ଦିଲ୍ଲୀ ଟିମରେ ରହିଛନ୍ତି । ଅନ୍ୟପଟେ କିଙ୍ଗ୍ସ ଏକାଦଶରେ କ୍ରିସ ଗେଲ, ଗ୍ଲେନ ମ୍ୟାକ୍ସଓ୍ବେଲ ଓ କେଏଲ ରାହୁଲ ରହିଛନ୍ତି । ଏହି ଧୁରନ୍ଧର ବ୍ୟାଟ୍ସମ୍ୟାନ ବଡ ସଟ୍‌ ଖେଳିବାରେ ବେଶ୍‌ ଶକ୍ଷମ । ଏପଟେ ମ୍ୟାକ୍ସଓ୍ବେଲ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ ସାନଦାର ପାଳି ଖେଳିଛନ୍ତି । ଯାହାଦ୍ବାରା ତାଙ୍କର ଆତ୍ମବିଶ୍ବାସ ବେଶ ସକାରାତ୍ମକ ରହିବ । ଏଥସହ ୟୁଏଇରେ ତାଙ୍କର ଇତିହାସ ଭଲ ରହିଛି । 2014ରେ ୟୁଏଇରେ ଆଇପିଏଲ ଆୟୋଜିତ ହୋଇଥିଲା ସେ 16ମ୍ୟାଚରେ 552ରନ ସଂଗ୍ରହ କରିଥିଲେ । ପଞ୍ଜାବ ପକ୍ଷରୁ ଗେଲ ଓ ରାହୁଲ ଓପନିଂ କରି ପାରନ୍ତି ଓ ମୟଙ୍କ ଅଗ୍ରଓ୍ବାଲ 3ନଂ ସ୍ଥାନରେ ଖେଳି ପାରନ୍ତି ।

ଦିଲ୍ଲୀ ଦଳରେ ବିବିଏଲରେ ସର୍ବାଧିକ ଓ୍ବିକେଟ ନେଇଥିବା ବୋଲର ଡାନିଲ ସାମ୍ସ ଅଛନ୍ତି । ଏଥିସହ ଦଳରେ କଗିସୋ ରାବାଡା ଓ ଇଶାନ୍ତ ଶର୍ମା ଭଳି ଅନୁଭବୀ ଫାଷ୍ଟ ବୋଲର ରହିଛନ୍ତି । ଏପଟେ ପଞ୍ଜାବ ଦଳରେ ଭାରତୀୟ ବୋଲର ମହମ୍ମଦ ସାମି ରହିଛନ୍ତି । ଆଇପିଏଲ ଇତିହାସରେ ଦିଲ୍ଲୀ ଓ ପଞ୍ଜାବ ମଧ୍ୟରେ 24ଟି ମ୍ୟାଚ ଖେଳାଯାଇଛି । ଦିଲ୍ଲୀ 10ଟି ମ୍ୟାଚ ଓ ପଞ୍ଜାବ 14ଟି ମ୍ୟାଚ ହାତେଇଛି । ଗତ ସିଜନରେ ଦିଲ୍ଲୀ ଓ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା 2ଟି ମ୍ୟାଚରେ ଗୋଟିଏ ପଞ୍ଜାବ ଓ ଗୋଟିଏ ଦିଲ୍ଲୀ ବିଜୟ ହାସଲ କରିଥିଲା ।

Last Updated : Sep 20, 2020, 12:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.