ETV Bharat / sports

ଆଇପିଏଲ 2020: ଅମ୍ପାୟରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ହାରିଲା ପଞ୍ଜାବ !

author img

By

Published : Sep 21, 2020, 10:43 AM IST

Updated : Sep 21, 2020, 11:25 AM IST

ଚଳିତ ସଂସ୍କରଣର 2ୟ ମ୍ୟାଚରେ ଅମ୍ପାୟରଙ୍କ ନିଷ୍ପତ୍ତିକୁ ନେଇ ବିବାଦ ଦେଖାଯାଇଛି । ପୂର୍ବ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ଏନେଇ ଟ୍ବିଟ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଆଇପିଏଲ2020: ଅମ୍ପାୟରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ହାରିଲା ପଞ୍ଜାବ!

ଦୁବାଇ: ଆଇପିଏଲର ଇତିହାସକୁ ଦେଖିଲେ ଏପରି ଲାଗୁଛି ଆଇପିଏଲ ଆଉ ବିବାଦ ଯେପରି ସାଥୀରେ ହିଁ ଚାଲନ୍ତି । ପ୍ରତିବର୍ଷ ଏହି ଲିଗ୍‌ରେ କିଛି ନା କିଛି ବିବାଦ ଦେଖା ଦେଇଥାଏ । ଚଳିତ ସଂସ୍କରଣର 2ୟ ମ୍ୟାଚରେ ବି ଅମ୍ପାୟରଙ୍କ ନିଷ୍ପତ୍ତିକୁ ନେଇ ବିବାଦ ଦେଖାଯାଇଛି । ପୂର୍ବ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ଏନେଇ ଟ୍ବିଟ କରିଛନ୍ତି । ଅମ୍ପାୟରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ସେହ୍ବାଗ ।

  • I don’t agree with the man of the match choice . The umpire who gave this short run should have been man of the match.
    Short Run nahin tha. And that was the difference. #DCvKXIP pic.twitter.com/7u7KKJXCLb

    — Virender Sehwag (@virendersehwag) September 20, 2020 " class="align-text-top noRightClick twitterSection" data=" ">

ଏଥିସହ ଫ୍ୟାନ୍ସ, ପ୍ରୀତି ଜିଣ୍ଟାଙ୍କ ସମେତ ଅନ୍ୟ କ୍ରିକେଟର ମଧ୍ୟ ଅମ୍ପାୟରଙ୍କ ନିଷ୍ପତ୍ତିକୁ ସମାଲୋଚନା କରି କହିଛନ୍ତି, ଅମ୍ପାୟରଙ୍କ ଗୋଟିଏ ଭୁଲ ନିଷ୍ପତ୍ତି ଯୋଗୁଁ ପଞ୍ଜାବ ପରାସ୍ତ ହୋଇଛି । ଆଇପିଏଲର 2ୟ ମ୍ୟାଚରେ ପଞ୍ଜାବର ଗୋଟିଏ ରନକୁ ସର୍ଟ ରନ କହିଥିଲେ ଅମ୍ପାୟର । କିନ୍ତୁ ପରେ ସ୍ଲୋମୋସନ ରିପ୍ଲେରେ ଦେଖିଲେ ସ୍ପଷ୍ଟ ଦେଖାଯାଉଛି ଉକ୍ତ ରନ୍‌ଟି ସର୍ଟ ରନ୍‌ ନଥିଲା । ବ୍ୟାଟ୍ସମ୍ୟାନ ସମ୍ପୂର୍ଣ୍ଣ ରନ ନେଇଛନ୍ତି ।

ଗତକାଲି(ରବିବାର) ମ୍ୟାଚରେ ପଞ୍ଜାବ - ଦିଲ୍ଲୀ ମୁହାଁମୁହିଁ ହୋଇଥିଲେ । ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି 157ରନ କରିଥିଲା । 158ରନର ବିଜୟଲକ୍ଷ୍ୟ ସହ ପଞ୍ଜାବ ଗ୍ରାଉଣ୍ଡକୁ ଓହ୍ଲାଇଥିଲା । 19ଓଭରରେ ରାବାଡାଙ୍କ 3ୟ ବଲ୍‌ରେ ମୟଙ୍କ ଅଗ୍ରଓ୍ବାଲ 2ରନ ସଂଗ୍ରହ କରିଥିଲେ । କିନ୍ତୁ ଅମ୍ପାୟର ନିତନ ମେନନ ଗୋଟିଏ ରନକୁ ସର୍ଟ କହିଥିଲେ । ଫଳରେ ମାତ୍ର ଏକ ରନ ପଞ୍ଜାବକୁ ମିଳିଥିଲା । ଯାହାଫଳରେ ପଞ୍ଜାବ ଟିମ ନିର୍ଦ୍ଧାରିତ ଓଭରରେ 157ରନ ହିଁ କରି ପାରିଲା ଓ ମ୍ୟାଚ ଟାଇ ରହିଲା । ଏହାପରେ ସୁପରଓଭରରେ ଦିଲ୍ଲୀ ପଞ୍ଜାବକୁ ପରାସ୍ତ କରିଥିଲା ।

ଫ୍ୟାନ୍ସଙ୍କ ଟ୍ବିଟ
ipl-2020
ଫଟୋ ସୌଜନ୍ୟ: ଟ୍ବିଟର@realpreityzinta

ତେବେ ଅମ୍ପାୟାରଙ୍କ ଏକ ଭୁଲ ନିଷ୍ପତ୍ତିକୁ ଦେଖି ବୀରେନ୍ଦ୍ର ସେହ୍ବାଗ ଟ୍ବିଟ କରି କହିଛନ୍ତି, ମୁଁ ମ୍ୟାନ ଅଫ ଦି ମ୍ୟାଚକୁ ନେଇ ଖୁସି ନାହିଁ । ମ୍ୟାନ ଅଫ୍‌ ଦି ମ୍ୟାଚର ଅସଲ ହକଦାର ଅମ୍ପାୟର ଜଣକ ଅଟନ୍ତି । ଏହା ସର୍ଟ ରନ ନଥିଲା । ଏହି 1ରନ ପାଇଁ ହିଁ ହାରିଗଲା ପଞ୍ଜାବ ।

Last Updated : Sep 21, 2020, 11:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.