ETV Bharat / sports

ଆଇପିଏଲ 2020: 32ତମ ମ୍ୟାଚରେ କୋଲକାତା- ମୁମ୍ବାଇ ଫାଇଟ

author img

By

Published : Oct 16, 2020, 2:32 PM IST

Updated : Oct 16, 2020, 8:13 PM IST

ଚଳିତ ଲିଗ୍‌ର 32ତମ ମ୍ୟାଚ ଆଜି ଆବୁଧାବିରେ ଖେଳାଯିବ । ଏହି ମ୍ୟାଚରେ ପୁଣି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ । ଅଧିକ ପଢନ୍ତୁ:

ipl-2020-kolkata-knight-riders-and-mumbai-indians-to-come-face-to-face-today

ଆବୁଧାବି: ଚଳିତ ଲିଗ୍‌ର 32ତମ ମ୍ୟାଚ ଆଜି ଆବୁଧାବିରେ ଖେଳାଯିବ । ଏହି ମ୍ୟାଚରେ ପୁଣି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ । ପ୍ରଥମ ପର୍ଯ୍ୟାୟରେ ମୁମ୍ବାଇ ଠାରୁ 49ରନ୍‌ରେ ପରାସ୍ତ ହୋଇଥିଲା କେକେଆର ଟିମ । ଦେଖିବାକୁ ଗଲେ ମୁମ୍ବାଇ ବର୍ତ୍ତମାନ ଫର୍ମରେ ରହିଛି । କୋଲକାତା ପୂର୍ବରୁ ମଧ୍ୟ ଲିଗ୍‌ରେ ଥରେ ପରାସ୍ତ ହୋଇ ସାରିଛି ।

ଆଇପିଏଲ 2020: 32ତମ ମ୍ୟାଚରେ କୋଲକାତା- ମୁମ୍ବାଇ ଫାଇଟ

ପଏଣ୍ଟ ଟେବୁଲକୁ ଦେଖିଲେ 10ପଏଣ୍ଟ ସହ ମୁମ୍ବାଇ 2ୟ ସ୍ଥାନରେ ରହିଛି ସେହିପରି କେକେଆର 8ପଏଣ୍ଟ ସହ 4ର୍ଥ ସ୍ଥାନରେ ରହିଛି ।

ମୁମ୍ବାଇ ଇଣ୍ଡିଆନ୍ସ ଦଳ

କୋଲକାତାର ବ୍ୟାଟିଂ ଲାଇନକୁ ଦେଖିଲେ ଟିମକୁ ସଠିକ୍‌ ଯୋଡି ମିଳି ନାହିଁ । ଏଯାଏଁ ଟିମର ଓପୋନିଂ ଯୋଡି ଭଲ ଆରମ୍ଭ ଦେଇ ପାରି ନାହିଁ । ଲିଗ୍‌ର ଆରମ୍ଭରେ ସୁନୀଲ ନାରାୟଣ ଓ ଶୁଭମନ ଗିଲଙ୍କୁ ଓପୋନିଂ ପାଇଁ ଆସିଥିଲେ ପରେ କୋଲକାତା ରାହୁଲ ତ୍ରିପାଠୀଙ୍କୁ ଗିଲଙ୍କ ଓପୋନିଂ ପାଇଁ ପଠାଇଥିଲା । ଏହି ଯୋଡି ଭଲ ପ୍ରଦର୍ଶନ କରିଥିଲେ ମାତ୍ର ଗତ ମ୍ୟାଚରେ ଟମ ବେଣ୍ଟନକୁ ଓପୋନିଂ ସୁଯୋଗ ମିଳିଥିଲା । ମାତ୍ର ସେ ସଫଳ ହୋଇ ପାରି ନଥିଲେ । ଦଳରେ ଗିଲ ହିଁ ଫର୍ମରେ ରହିଛନ୍ତି । ଅଧିନାୟକ ଦିନେଶ କାର୍ତ୍ତିକ ଲିଗ୍‌ର ଗୋଟିଏ ମ୍ୟାଚରେ ଅର୍ଦ୍ଧଶତକ ଇଂନିସ ଖେଳିଥିଲେ କିନ୍ତୁ ଅନ୍ୟ ମ୍ୟାଚରେ ତାଙ୍କର ବ୍ୟାଟରୁ ରନ୍‌ ବାହାରି ନାହିଁ । କେକେଆର ଟିମର ଆନ୍ଦ୍ରେ ରସେଲ ଏଯାଏଁ ଫର୍ମରେ ଦେଖା ଯାଇ ନାହାଁନ୍ତି । ରସେଲଙ୍କୁ ଫର୍ମରେ ଆସି ଟିମକୁ ମଜବୁତୀ ଦେବାକୁ ପଡିବ ।

କୋଲକାତା ନାଇଟ ରାଇଡର୍ସ ଟିମ

ବୋଲିଂ ବିଭାଗକୁ ଦେଖିଲେ କମଲେଶ ନାଗକୋଟି, ପ୍ରସିଦ୍ଧ କ୍ରିଷ୍ଣା, ଶିଭ ମାଭି, ପାଟ କମିନ୍ସ ଓ ରସେଲ ଭଲ ଫର୍ମରେ ରହିଛନ୍ତି । ଦେଖିବାକୁ ବାକି ରହିଛି ଆଜିର ମ୍ୟାଚରେ ଏମଆଇ ଧୁରନ୍ଧରଙ୍କୁ କେତେ ଶାଘ୍ର ପାଭିଲିୟନକୁ ପଠାଉଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟ୍ସମ୍ୟାନ ଫର୍ମରେ ରହିଛନ୍ତି । ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ ମଧ୍ୟକ୍ରମକୁ ସମ୍ଭାଳିଛନ୍ତି । ସେହିପରି ପୋଲାର୍ଡ, ପାଣ୍ଡ୍ୟା ବଦର୍ସ ଦ୍ରୁତଗତିରେ ରନ କରି ମ୍ୟାଚକୁ ଫିନିସ କରିଛନ୍ତି । ବୋଲରମାନଙ୍କ ମଧ୍ୟରେ ବୁମରାହ, ଟ୍ରେଣ୍ଟ ବୋଲ୍ଟଙ୍କ ଯୋଡି କେକେଆର ପାଇଁ ଭାରି ପଡି ପାରନ୍ତି । ପୋଲାର୍ଡ, ରାହୁଲ ଚହର ଓ କୃଣାଳ ଭଲ ଫର୍ମରେ ଅଛନ୍ତି ।

Last Updated : Oct 16, 2020, 8:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.