ଦୁବାଇ: ଆଇପିଏଲ- 13ରେ ରବିବାର 44ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଛି । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ମୁକାବିଲା ହୋଇଥିଲା । ଏହି ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ବିଜୟ ଟ୍ରାକକୁ ଫେରିବା ସହ ଆରସିବିକୁ 8 ୱିକେଟରେ ପରାସ୍ତ କରିଛି ।
ତେବେ ଆରସିବି କ୍ୟାପଟେନ ବିରାଟ କୋହଲିଙ୍କ ନାମରେ ଆଉ ଏକ ଐତିହାସିକ ରେକର୍ଡ ଯୋଡିହୋଇଛି । କୋହଲି ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ରେ 200 ଛକା ପୂରଣ କରିଛନ୍ତି । ଏହି ରେକର୍ଡର ଅଧିକାରୀ ହେବାରେ କୋହଲି ମୋଟ ଭାବରେ ଷଷ୍ଠ ଓ ଦ୍ବିତୀୟ ଭାରତୀୟ ଖେଳାଳି ହୋଇଛନ୍ତି ।
ରବିନ୍ଦ୍ର ଜାଡେଜାଙ୍କ ବଲରେ ଏକ ଆକର୍ଷଣୀୟ ଛକା ଲଗାଇବା ସହ ଏହି ଉପଲବ୍ଧି ହାସଲ କରିଥିଲେ । ଏହି ତାଲିକାରେ କ୍ରିସ ଗେଲ(336), ଏବି ଡି ଭିଲିୟର୍ସ(231), ମହେନ୍ଦ୍ର ସିଂ ଧୋନି(216 ) ଓ ରୋହିତ ଶର୍ମା (209) ଛକା ଲଗାଇ ସାରିଛନ୍ତି ।
ଆଇପିଏଲରେ 200 ଛକା ସହ ଆରସିବି ପକ୍ଷରୁ ମଧ୍ୟ 200 ଛକା ରେକର୍ଡ ପୂରଣ କରିଛନ୍ତି । ଆରସିବି ପକ୍ଷରୁ ପୂର୍ବରୁ କ୍ରିସ ଗେଲ(239), ଓ ଡିଭିଲିୟର୍ସ(218) ଛକା ଲଗାଇସାରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ