ETV Bharat / sports

ରିପୋର୍ଟ ନେଗେଟିଭ ପରେ ଟିମ୍‌ ହୋଟଲକୁ ଫେରିଲେ ଦୀପକ ଚହର

ଫାଷ୍ଟ ବୋଲର ଦୀପକ ଚହର ଏବେ କୋରୋନା ମୁକ୍ତ ହୋଇଛନ୍ତି । ବୁଧବାର ଚହରଙ୍କ କୋରୋନା ରିପୋର୍ଟ 2ୟଥର ପାଇଁ ନେଗେଟିଭ ଆସିବା ପରେ ସେ ଟିମ ହୋଟଲକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

author img

By

Published : Sep 10, 2020, 12:41 PM IST

ରିପୋର୍ଟ ନେଗେଟିଭ ପରେ ଟିମ ହୋଟଲକୁ ଫେରିଲେ ଦୀପକ ଚହର

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖୁସି ଖବର । ଟିମର ଫାଷ୍ଟ ବୋଲର ଦୀପକ ଚହର ଏବେ କୋରୋନା ମୁକ୍ତ ହୋଇଛନ୍ତି । ବୁଧବାର ଚହରଙ୍କ କୋରୋନା ରିପୋର୍ଟ 2ୟଥର ପାଇଁ ନେଗେଟିଭ ଆସିବା ପରେ ସେ ଟିମ ହୋଟଲକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ଆଇପିଏଲ ପାଇଁ ଦୁବାଇରେ ପହଞ୍ଚିବା ପରେ ଚେନ୍ନାଇ ସୁପରକିଙ୍ଗ୍ସର ଦୀପକ ଚହର ଓ ଅନ୍ୟ ସଦସ୍ୟଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ଚହର 14ଦିନ ହୋଟେଲରେ କ୍ବାରେଣ୍ଟାଇନରେ ରହିଥିଲେ ।

ସିଏସକେର ସିଇଓ କେଏସ ବିଶ୍ବନାଥନ କହିଛନ୍ତି ଯେ, ଦୀପକ ଚହରଙ୍କ 2ଥର କୋରୋନା ରିପୋର୍ଟ ନେଗେଟିଭ ଆସିଛି । ବିସିସିଆଇର ପ୍ରଟୋକଲ ଆଧାରରେ ଏବେ ତାଙ୍କର କାର୍ଡିୟୋ ଟେଷ୍ଟ କରାଯିବ । ଏହା ପରେ ଆଉ ଏକ କୋଭିଡ ଟେଷ୍ଟ କରାଯିବ, ସେଥିରେ ନେଗେଟିଭ ଆସିଲେ ସେ ଟିମ ସହ ଅଭ୍ୟାସ କରିବେ । ଆଇପିଏଲ 2020ର ଖେଳସୂଚୀ ଅନୁସାରେ ପ୍ରଥମ ମ୍ୟାଚ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଯୁଏଇରେ ଆବୁଧାବିରେ ଖେଳା ଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.