ETV Bharat / sports

ହାଇଦ୍ରାବାଦ ପାଇଁ ସବୁ ମ୍ୟାଚ ଫାଇନାଲ ପରି: ଜେସନ ହୋଲ୍ଡର

author img

By

Published : Nov 3, 2020, 10:33 PM IST

ସବୁ ମ୍ୟାଚ ଟିମ ପାଇଁ ଫାଇନାଲ ମ୍ୟାଚ ପରି । ଏହା କହିଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଅଲରାଉଣ୍ଡର ଜେସନ ହୋଲ୍ଡର ।

IPL 2020: Every game is a final for us, says SRH all-rounder Holder
ହାଇଦ୍ରାବାଦ ପାଇଁ ସବୁ ମ୍ୟାଚ ଫାଇନାଲ ପରି: ଜେସନ ହୋଲ୍ଡର

ଶାରଜାହ: ସବୁ ମ୍ୟାଚ ଟିମ ପାଇଁ ଫାଇନାଲ ମ୍ୟାଚ ପରି । ଏହା କହିଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଅଲରାଉଣ୍ଡର ଜେସନ ହୋଲ୍ଡର । ପ୍ଲେ-ଅଫ୍ ପାଇଁ ନିଶ୍ଚିନ୍ତ ବିଜୟ ଆବଶ୍ୟକ କରୁଥିବା ହାଇଦ୍ରାବାଦ ମୁମ୍ବାଇ ବିପକ୍ଷରେ ସମସ୍ତ ଶକ୍ତି ଲଗାଇଛି ।

ଟସ ଜିତି କ୍ୟାପଟେନ ଡେଭିଡ ୱାର୍ଣ୍ଣର ପ୍ରଥମେ ବୋଲିଂ ନିଷ୍ପତ୍ତି ନେବାପରେ ବୋଲର କ୍ୟାପଟେନଙ୍କ ନିଷ୍ପତ୍ତିକୁ ସଠିକ ପ୍ରମାଣିତ କରିଥିଲେ । ପ୍ରଥମ ବଲରୁ ମୁମ୍ବାଇ ବ୍ୟାଟ୍ସମ୍ୟାନଙ୍କୁ ବଡ ସଟ ଖେଳିବାରୁ ବିରତ ରଖିବା ସହ, ରନ ଗତିକୁ ଧୀମା କରିବାରେ ସଫଳ ହୋଇଥିଲେ । ତେବେ ଶେଷ ଭାଗରେ ଅଲରାଉଣ୍ଡର କିରଣ ପୋଲାର୍ଡ ପ୍ରତିଆକ୍ରମଣ ସହ ହାଇଦ୍ରାବାଦ ଠାରୁ ମ୍ୟାଚକୁ ମୁମ୍ବାଇ ପକ୍ଷର ନେବାକୁ ଚେଷ୍ଟା କରିଥିଲେ ।

କିଛି ସମୟ ପାଇଁ ଏହି ରଣନୀତିରେ ସଫଳ ମଧ୍ୟ ହୋଇଥିଲେ କାରବିୟନ ପାୱରହିଟର ପୋଲାର୍ଡ । 25 ବଲରୁ 41 ରନର ବିସ୍ଫୋରକ ଇଂନିସ ଖେଳିଥିଲେ । ମାତ୍ର ଜେସନ ହୋଲ୍ଡର ପୋଲାର୍ଡଙ୍କୁ ସଠିକ ସମୟରେ ପାଭିଲିୟନ ପଠାଇ ପୁନଃ ଅରେଞ୍ଜ ଆର୍ମୀ କ୍ୟାମ୍ପରେ ଉତ୍ସାହ ଭରିଥିଲେ ।

ସନ୍ଦୀପ ଶର୍ମା ଶାଣିତ ବୋଲିଂ ଦ୍ବାରା ସର୍ବାଧିକ 3ଟି ୱିକେଟ ଅକ୍ତିଆର କରିଥିଲେ । ଜେସନ ହୋଲ୍ଡର ଓ ସାହାବାଜ ନଦୀମ ଦୁଇଟି ଲେଖାଏଁ ଶିକାର କରିଥିଲେ। ଷ୍ଟାର ସ୍ପିନର ରସିଦ ଖାନ ମଧ୍ୟ ଗୋଟିଏ ୱିକେଟ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.