ETV Bharat / sports

ଆଇପିଏଲ 2020: ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ 153 ରନର ବିଜୟ ଲକ୍ଷ୍ୟ

author img

By

Published : Nov 2, 2020, 9:25 PM IST

ନିର୍ଧାରିତ 20 ଓଭରରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର 152 ରନ ସଂଗ୍ରହ କରିଛି । ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ 153 ରନର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

IPL 2020: DC sets target of 153 runs against RCB
ଆଇପିଏଲ 2020: ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ 153 ରନର ବିଜୟ ଲକ୍ଷ୍ୟ

ଆବୁଧାବି: ଆଇପିଏଲର 55ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି । ଟସ ଜିତି ଦିଲ୍ଲୀ କ୍ୟାପଟେନ ଶ୍ରେୟସ ଆୟର ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ସହ ଆରସିବିକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ପରେ ନିର୍ଧାରିତ 20 ଓଭରରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର 152 ରନ ସଂଗ୍ରହ କରିଛି । ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ 153 ରନର ବିଜୟ ଲକ୍ଷ୍ୟ ରହିଛି ।

ବାଙ୍ଗାଲୋର ପକ୍ଷରୁ ଓପନର ଦେବଦତ୍ତ ପାଦିକ୍କଲ ସର୍ବାଧିକ 50 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । 41 ବଲରୁ ପାଦିକ୍କଲ 5 ଚୌକା ସହାୟତାରେ ଏହି ଉପଯୋଗୀ ଇଂନିସ ଖେଳିଛନ୍ତି । କ୍ୟାପଟେନ ବିରାଟ କୋହଲି 24 ବଲରୁ 2 ଛକା ଓ ଗୋଟିଏ ଛକା ସହାୟତାରେ 29 ରନ କରିଛନ୍ତି । ଓପନର ଜସ ଫିଲିପ 12 ରନ ସହ ପୁନର୍ବାର ନିରାଶ କରିଛନ୍ତି ।

ବିରାଟ କୋହଲି-ଶ୍ରେୟସ ଆୟର

ତେବେ ଭେଟେରାନ ଏବି ଡିଭିଲିୟର୍ସ 21 ବଲରୁ 35 ରନର ଇଂନିସ ଖେଳିଛନ୍ତି । ଅଲରାଉଣ୍ଡର ସିବମ ଦୁବେ 11 ବଲରୁ ଦ୍ରୁତ 17 ରନର ଉପଯୋଗୀ ଯୋଗଦାନ କରିଛନ୍ତି ।

ତେବେ ପ୍ଲେ-ଅଫ୍ ସ୍ଥାନ ପକ୍କା କରିବାକୁ ଖେଳାଯାଉଥିବା ଏହି ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସର ବୋଲର ମାପିଚୁପି ବୋଲିଂ କରିଥିଲେ । ଟିମର ଷ୍ଟାର ବୋଲର ଆନରିଚ ନର୍ଟଜେ ସର୍ବାଧିକ 3ଟି ୱିକେଟ ଓ କାଗିସୋ ରବାଡା 2ଟି ୱିକେଟ ଅକ୍ତିଆର କରିଛନ୍ତି । ରବିଚନ୍ଦ୍ରନ ଅଶ୍ବିନୀ କଞ୍ଜୁସି ବୋଲିଂ ସହ ବିରାଟ କୋହଲିଙ୍କ ମହତ୍ବପୂର୍ଣ୍ଣ ୱିକେଟ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.