ETV Bharat / sports

ପ୍ରତିଶୋଧ ନେଉଛି ପାକ, ପ୍ରସାରଣ କରିବନି ଆଇପିଏଲ - ib minister

‘ପିସିଏଲ ବେଳେ ଭାରତୀୟ କମ୍ପାନୀ ଓ ଭାରତ ସରକାର ପାକ କ୍ରିକେଟ ସହ ଯେଉଁଭଳି ବ୍ୟବହାର କଲେ, ତାହା ପାକ କଦାପି ସହ୍ୟ କରିବ ନାହିଁ। ତେଣୁ ଆମେ ମଧ୍ୟ ଆଇପିଏଲର ପ୍ରସାରଣକୁ ବ୍ୟାନ କରିଛୁ। ’

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Mar 22, 2019, 3:22 PM IST

ନୂଆଦିଲ୍ଲୀ: ଶନିବାର ଆରମ୍ଭ ହେଉଛି ଆଇପିଏଲ। ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ ଓ କୋହଲିଙ୍କ ନେତୃତ୍ବରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋର ପରସ୍ପର ମୁହାଁମୁହିଁ ହେବେ। ଦୁନିଆଁର ପ୍ରତି କୋଣରେ ଏହି ସବୁଠାରୁ ଦାମୀକ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଦେଖନ୍ତି କ୍ରିକେଟ ଫ୍ୟାନ୍ସ । କିନ୍ତୁ ଏହି ବର୍ଷ ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ପ୍ରସାରିତ ହେବ ନାହିଁ । ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫୱାଦ ଅହମଦ ଏହି ସୂଚନା ଦେଇଛନ୍ତି ।

ସୂଚନା ଦେଇ ଫୱାଦ କହିଛନ୍ତି ଯେ ଗତ ମାସରେ ପାକିସ୍ତାନ ସୁପରଲିଗର ପ୍ରସାରଣକୁ ଭାରତରେ ବ୍ୟାନ କରିଥିଲା ଭାରତ ତେଣୁ ଆଇପିଏଲର ପ୍ରସାରଣକୁ ବନ୍ଦ କରିଛି ପାକିସ୍ତାନ। ପାକିସ୍ତାନର ଏକ ଟିଭି ଚ୍ୟାନେଲରେ ଏହି କଥା କହିଛନ୍ତି ଫୱାଦ ଅହମ୍ମଦ। ସେ କହିଛନ୍ତି ‘ପିସିଏଲ ବେଳେ ଭାରତୀୟ କମ୍ପାନୀଓ ଭାରତ ସରକାର ପାକ କ୍ରିକେଟ ସହ ଯେଉଁଭଳି ବ୍ୟବହାର କଲେ, ତାହା ପାକ କଦାପି ସହ୍ୟ କରିବ ନାହିଁ। ତେଣୁ ଆମେ ମଧ୍ୟ ଆଇପିଏଲର ପ୍ରସାରଣକୁ ବ୍ୟାନ କରିଛୁ।’

ipl 2019, not broadcast, pakistan, says, pakistan, ib minister,
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଫେବୃଆରୀ 14ରେ ହୋଇଥିବା ପୁଲୱାମା ଆକ୍ରମମ ପରେ ଆଇଏମଜି ରିଲାଏନ୍ସ ଓ ଡିଡି ସ୍ପୋର୍ଟସ ଭାରତରେ ପାକିସ୍ତାନ ସୁପର ଲିଗର ପ୍ରସାରଣ ବନ୍ଦ କରାଯାଇଥିଲା । ପରେ ପାକିସ୍ତାନକୁ ପ୍ରସାରଣ ପାଇଁ ଅନ୍ୟ ବ୍ରଡକାଷ୍ଟର ଖୋଜିବାକୁ ପଡିଥିଲା। ତେଣୁ ଏବେ ପାକିସ୍ତାନ ପ୍ରତିଶୋଧ ପରାୟଣ ହୋଇ ଏପରି ନିଷ୍ପତ୍ତି ନେଇଛି।

ଏହାସହ ଫୱାଦ କହିଛନ୍ତି ଯେ ଭାରତ ଆର୍ମି କ୍ୟାପ ପିନ୍ଧି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଖେଳିଥିଲା ତା ଉପରେ ମଧ୍ୟ କୋଣସି କାର୍ଯ୍ୟାନୁଷ୍ଟାନ ନେଇନାହିଁ ଆଇସିସି। ଆଇପିଏଲ ପାକିସ୍ତାନ ପ୍ରସାରିତ ନହେଲେ ଭାରତର କ୍ଷତି ହେବ।

21.03.2019
Radhakanta Mohanty,Kendrapada(SPL)
Slug-Olakana Melana
Anchor- କେନ୍ଦ୍ରାପଡା ଦୋଳପର୍ବର ଆବାହନୀ ନିଆରା ଓ ଅନନ୍ୟ ସାଧାରଣ। ସାରା ଭାରତରେ ଏହା ଏକ ସ୍ମରଣୀୟ ଗଣପର୍ବ ଭାବରେ ମଧ୍ୟ ସ୍ୱୀକୃତ। ପ୍ରେମମୟ ପୁରୁଷୋତ୍ତମ ଶ୍ରୀକୃଷ୍ଣ ଓ ପ୍ରେମର ରାଣୀ ଶ୍ରୀରାଧାଙ୍କ ମିଳନ,ଏହି ଦୋଳୋତ୍ସବର ମୁଖ୍ୟ ଆଧାର ।
VO1 - କଟକ ଓ କେନ୍ଦ୍ରାପଡା ଜିଲ୍ଲାର ମଧ୍ୟଭାଗ ଡେରାବିଶ୍ ଓ ମାହାଙ୍ଗାର ଓଳକଣା ମେଳଣ ଏକ ଅନନ୍ୟ ସାଧାରଣ ଦୋଳମିଳନ ଭାବରେ ସର୍ବଜନବିଦିତ। ସାରା ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ସୁପ୍ରସିଦ୍ଧ ଦୋଳମେଳଣ ଯାତ୍ରାଠାରୁ ଓଳକଣା ମେଳଣ ଅନ୍ୟ କେତୋଟି ଦୃଷ୍ଟିକୋଣରୁ ବି ବେଶ୍ ନିଆରା। ସ୍ୱାଭାବିକ ଭାବରେ ମେଲଣ ଯାତ୍ରାରେ ଆସୁଥିବା ଠାକୁରବାଡ଼ିଗୁଡ଼ିକର ବିମାନଙ୍କୁ ଆନୁଷ୍ଠାନିକ ଭାବରେ ନିମନ୍ତ୍ରଣ କରାଯିବା ସହିତ ଯଥାବିଧି ବିଦାକି ସମ୍ମାନ ଦେବାର ପରମ୍ପରା ଥାଏ। କିନ୍ତୁ ଓଳକଣା ଯାତ୍ରାରେ ଅଂଶଗ୍ରହଣ କରୁଥିବା ପ୍ରାୟ ଦୁଇଶହରୁ ଅଧିକ ବିମାନଙ୍କୁ ଆମନ୍ତ୍ରଣ କରାଯାଇ ନଥାଏ। ବହୁ ପ୍ରାଚୀନ କାଳରୁ ଆୟୋଜିତ ଏହି ଦୋଳ ଯାତ୍ରାରେ ଠାକୁରମାନେ ଆପଣାଛାଏଁ ଆସିଥାନ୍ତି। ଠାକୁରମାନଙ୍କୁ ମଧ୍ୟ ବିଦାକି ଦିଆଯାଇନଥାଏ। ଥାଟବାଟ, ରଙ୍ଗରୋଷଣୀର ଭିଡ଼ରେ ମହାଆଡ଼ମ୍ୱରରେ ଆସୁଥିବା ବିମାନଗୁଡ଼ିକୁ କିନ୍ତୁ ସୁନ୍ଦର ଭାବରେ ପରିଚର୍ଯ୍ୟା କରାଯାଇଥାଏ। ମେଳଣ ପରେ ଦେବସଭା ଭଙ୍ଗପରେ ଠାକୁରମାନେ ବ୍ରାହ୍ମମୁହୂର୍ତ୍ତରେ ବିଦାୟ ନେଲାବେଳେ ସେମାନଙ୍କ ସାମ୍ନାରେ ବିଛା ହୋଇଥିବା ନବବସ୍ତ୍ର ବିପୁଳ ନୈବେଦ୍ୟର ସଂଭାରରେ । ଓଳକଣା ମେଲଣର ଉତ୍ପତ୍ତି ‘ହରି-ହର ଦର୍ଶନ’ ମୂଳଭିତ୍ତି ଉପରେ ହିଁ ପ୍ରତିଷ୍ଠିତ। 
BYTE 1 - ମହନ୍ତ ନାମାନନ୍ଦ ଦାସ(ସମନ୍ୱୟ କମିଟି ସଭାପତି)
BYTE 2 -ଦେବେନ୍ଦ୍ର ସାହୁ(ପ୍ରଚାର ଓ ପ୍ରସାର କମିଟି ଅଧ୍ୟକ୍ଷ, ଓଳକଣା)
VO 2 - ଏହି ମେଲଣକୁ ବିଜେ ହୋଇଥିବା ଶତାଧିକ ବିମାନଗୁଡ଼ିକରେ ରାଧାକୃଷ୍ଣଙ୍କର ବିଗ୍ରହ ଆସିଥିଲା ବେଳେ ଏକମାତ୍ର ଭଦ୍ରେଶ୍ୱରଙ୍କ ବିମାନରେ ରାଧାକୃଷ୍ଣଙ୍କ ସହିତ ଶ୍ରୀ ଶ୍ରୀ ବୀରଭଦ୍ରେଶ୍ୱରଙ୍କ ପ୍ରତୀକ ‘ହର’ ହିଁ ଓଳକଣା ମେଲଣକୁ ଆସିଥାନ୍ତି। ମାହାଙ୍ଗାର ଭଦ୍ରେଶ୍ୱର ଗ୍ରାମରୁ ଆସୁଥିବା ଶ୍ରୀ ବୀରଭଦ୍ରେଶ୍ୱର ବିମାନ ଓଳକଣା ମେଲଣର ଅନ୍ୟତମ ଆକର୍ଷଣ। କାରଣ ସେ ହେଉଛନ୍ତି ମେଲଣପଡ଼ିଆର ଅଧିପତି। ଭଦ୍ରେଶ୍ୱର ବିମାନରେ ଠାକୁର ‘ରାଧାକୃଷ୍ଣ’ଙ୍କ ବିଗ୍ରହ ସହିତ ଶିବଶକ୍ତିର ପ୍ରତୀକ ‘ଚୂଳମାଳ’ ଆସିଥାଏ। ମେଲଣକୁ ଆସିବା ଦିନ ଭଦ୍ରେଶ୍ୱର ଶୈବମନ୍ଦିରରେ ବଡ଼ପଣ୍ଡା ଚୂଳମାଳ ଚଢ଼ାଇବା ସହିତ ପହଡ଼ ପକାଇଥାନ୍ତି। ଇତିମଧ୍ୟରେ ବିମାନରେ ରାଧାକୃଷ୍ଣ ବିଗ୍ରହ ଗ୍ରାମରୁ ଭୋଗ ଖାଇ ଆସିବା ପରେ ଅନ୍ନପ୍ରସାଦ ଅର୍ପଣ କରାଯାଇଥାଏ।କିମ୍ବଦନ୍ତୀ ଅନୁସାରେ ଯେତେବେଳେ ଅଜ୍ଞାତ ବାସ ଶେଷ କରି ପାଣ୍ଡବ ଫେରିଥିଲେ ସେମାନଙ୍କୁ ପାଞ୍ଚୋଟି ପଡ଼ା ଦେବା ଅନୁରୋଧ ନେଇ ଶ୍ରୀକୃଷ୍ଣ ଦୁର୍ଯ୍ୟୋଧନଙ୍କ ନିକଟକୁ ଯାଇଥିଲେ।କିନ୍ତୁ କୁରୁ ସଭାରେ ଦୁର୍ଯ୍ୟୋଧନ ଶ୍ରୀକୃଷ୍ଣଙ୍କୁ ଭତ୍ସନା କରିବା ସହ ବିନା ଯୁଦ୍ଧରେ ସ୍ୱୀଚକ୍ରେ ଭୂମି ଦେବେ ନାହିଁ ବୋଲି କହିଥିଲେ।କୁରୁ ସଭାରୁ ଫେରିବା ବାଟରେ ଶ୍ରୀକୃଷ୍ଣଙ୍କୁ ଭୋକ ଲାଗିବାରୁ ସେ ଭକ୍ତ ବିଦୂରଙ୍କ ନିକଟରେ ପହଞ୍ଚିଥିଲେ।ବିଦୂର ଶାଗଭଜା ଦେଇ ଶ୍ରୀକୃଷ୍ଣଙ୍କୁ ଆପ୍ୟାୟିତ କରିବା ପରେ ପ୍ରଭୁ ବିଦୁରଙ୍କୁ ବର ମାଗିବାକୁ କହିବାରୁ ବିଦୁର ବରଷକେ ଥରେ ହରି ଓ ହର ଙ୍କର ଭେଟ ଦେଖିବା ବର ମାଗିଥିଲେ। ବିଦୂରର ଭକ୍ତିରେ ସେହି ଦିନଠାରୁ ଏହି ଓଳକଣା ପଡ଼ିଆରେ ହରି ଓ ହର ଙ୍କର ଭେଟ ଦେଖନ୍ତି ଶ୍ରଦ୍ଧାଳୁ।ଆହୁରିମଧ୍ୟ ଏହିଦିନ ମେଳଣ ପଡିଆ ମଧ୍ୟରେ ଥିବା ଅଣାକାର ଙ୍କ ନିକଟରେ ସ୍ୱର୍ଗର ତେତ୍ରିଶ କୋଟି ଦେବତା ଓହ୍ଲାଇ ଆସନ୍ତି ବୋଲି ପୁରାଣରେ ବର୍ଣ୍ଣିତ ରହିଥିବା କୁହନ୍ତି ଶ୍ରଦ୍ଧାଳୁ।
BYTE 3-କରୁଣାକର କର(ପୂଜକ)
BYTE 4-ରାଧେଶ୍ୟାମ କର(ରାଜ ବିଭାନ ପୂଜକ)
VO 3- ପୂର୍ବ ଦିଗରୁ ଆସୁଥିବା ଡେରାବିଶ୍ ର ଲଷ୍ମୀ ବିଭାନର ବିଶେଷତ୍ୱ ଅନୁଯାୟୀ ଏହି ବିଭାନ ନିକଟରେ ବସିଥିବା କଳସର ତଳେ ଥିବା ଧାନକୁ ନିଜ ପାଖରେ ରଖିଲେ ଧନଧାନ୍ୟ ପୂର୍ଣ୍ଣ ହୋଇଥାଏ।ତେଣୁ ବିଭାନ ଉଠିବା ପରେ ଏହି ଧାନ ଗୁଡିକୁ ଭକ୍ତମାନଙ୍କୁ ଫିଙ୍ଗା ଯାଇଥାଏ।ଏହି ଧାନକୁ ନେବାପାଇଁ ଭକ୍ତଙ୍କ ମଧ୍ୟରେ ଯେମିତି ପ୍ରତିଯୋଗିତା ଲାଗିଥାଏ।ଭୂମିରେ ପଡିଥିବା ଧାନକୁ ଭକ୍ତମାନେ ଖୁଣ୍ଟିଖୁଣ୍ଟି ନେଇଥାନ୍ତି।ଚଳିତବର୍ଷ ମେଳଣ ପାଇଁ ଉଭୟ କେନ୍ଦ୍ରାପଡ଼ା ଡେରାବିଶ୍ ପୋଲିସ ଓ କଟକର ମାହାଙ୍ଗା ପୋଲିସ ପକ୍ଷରୁ ୨ ପ୍ଲାଟୁନ ଲେଖାଏଁ ପୋଲିସ ଫୋର୍ସ ସହ ଚାରି ଜଣ ଆଇଆଇସି ମୁତୟନ ଥିଲେ।
BYTE 5- ସସ୍ମିତା ମହାନ୍ତି(ଶ୍ରଦ୍ଧାଳୁ)
BYTE 6-ଉମାକାନ୍ତ ନାୟକ(IIC, ଡେରାବିଶ୍)
FVO-ଚଳିତବର୍ଷ ମେଳଣ ଶେଷ ହୋଇଛି ଆଉ ଭକ୍ତ ଅପେକ୍ଷା କରିଛି ଆସନ୍ତବର୍ଷକୁ ଯେତେବେଳେ କି ହରି ଓ ହରଙ୍କର ପୁଣିଥରେ ଭେଟ ହେବ ଏହି ଦେବଭୂଇଁରେ.....
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.