ETV Bharat / sports

ଆଇପିଏଲ: ଟପରେ ବିଦେଶୀ ଖେଳାଳି, ଫେଲ ମାରିଛନ୍ତି ଭାରତୀୟ

author img

By

Published : May 6, 2019, 11:00 PM IST

ଡେଭିଡ୍ ୱାର୍ଣ୍ଣର ଚଳିତଥର ଅନେକ ବିସ୍ଫୋରକ ଇଂନିସ୍‌ ଖେଳିଛନ୍ତି । ସେହିପରି ପ୍ରଥମଥର ଆଇପିଏଲ ଖେଳୁଥିବା ଦକ୍ଷିଣ ଆଫ୍ରିକାର କାଗିସୋ ରବାଡା ନିଜ ବୋଲିଂର ଦମ୍ ଦେଖାଇଛନ୍ତି । ଅନ୍ୟପଟେ କାରବିଆନ କ୍ରିକେଟର ଆନ୍ଦ୍ରେ ରସେଲ ମଧ୍ୟ ପ୍ରତି ମ୍ୟାଚରେ ସବୁ ଟିମର ମୁଣ୍ଡ ବିନ୍ଧାର କାରଣ ସାଜିଥିଲେ ।

ଡିଜାଇନ ଫଟୋ

ହାଇଦ୍ରାବାଦ: ଶେଷ ହୋଇଛି ଆଇପିଏଲର ଲିଗ ପର୍ଯ୍ୟାୟ ମ୍ୟାଚ । ଆସନ୍ତାକାଲି (ମଙ୍ଗଳବାର)ଠାରୁ ଆରମ୍ଭ ହେବାକୁ ଯାଉଛି ପ୍ଲେ-ଅଫ ମୁକାବିଲା । 44 ଦିନରେ ଖେଳାଯାଇଛି 56ଟି ରୋମାଞ୍ଚକ ଲଢେଇ । ତେବେ ଲିଗ ପର୍ଯ୍ୟୟ ଶେଷ ହେବା ପୂର୍ବରୁ କିଛି ବିଦେଶୀ ଖେଳାଳି ଫେରିଯାଇଥିଲେ । ଆଗକୁ ବିଶ୍ବକପ ଥିବାରୁ ନିଜ ଦେଶର କ୍ୟାମ୍ପରେ ଯୋଗ ଦେବାକୁ ସେମାନେ ସ୍ବଦେଶ ଫେରିଯାଇଛନ୍ତି। ମାତ୍ର ଯିବା ପୂର୍ବରୁ ଆଇପିଏଲରେ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି ।

ipl
ଫଟୋ ସୌଜନ୍ୟ- ଟ୍ବିଟର@srh

ଲିଗ୍ ପର୍ଯ୍ୟାୟରେ ଚଳିତଥର ବହୁ ରୋମାଞ୍ଚପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିଥିଲା । ଗତବର୍ଷ ଆଇପିଏଲରେ ଅନୁପସ୍ଥିତ ଥିବା ଡେଭିଡ୍ ୱାର୍ଣ୍ଣର ଚଳିତଥର ଅନେକ ବିସ୍ଫୋରକ ଇଂନିସ୍‌ ଖେଳିଛନ୍ତି । ସେହିପରି ପ୍ରଥମଥର ଆଇପିଏଲ ଖେଳୁଥିବା ଦକ୍ଷିଣ ଆଫ୍ରିକାର କାଗିସୋ ରବାଡା ନିଜ ବୋଲିଂର ଦମ୍ ଦେଖାଇଛନ୍ତି । ଅନ୍ୟପଟେ ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ ଆନ୍ଦ୍ରେ ରସେଲ ମଧ୍ୟ ପ୍ରତି ମ୍ୟାଚରେ ସବୁ ଟିମର ମୁଣ୍ଡ ବିନ୍ଧା କାରଣ ସାଜିଥିଲେ । ତେବେ ଆସନ୍ତୁ ଆଇପିଏଲର କିଛି ଟପ ସ୍ପଟ ଉପରେ ନଜର ପକାଇବା ।

ipl
ଫଟୋ ସୌଜନ୍ୟ- ଟ୍ବିଟର@dc

ଅରେଞ୍ଜ୍ କ୍ୟାପ୍-

୧୨ଟି ମ୍ୟାଚରେ ୬୯୨ ରନ୍ କରି ଅରେଞ୍ଜ୍ ପାଖରେ ରଖି ବିଦେଶ ଫେରିଛନ୍ତି ଅଷ୍ଟ୍ରେଲିଆନ୍‌ ଓପନର ଡେଭିଡ୍ ୱାର୍ଣ୍ଣର । ସେ ଚଳିତ ସିଜନରେ ୧ଟି ଶତକ ଓ ୮ଟି ଅର୍ଦ୍ଧଶତକ ମାରିଛନ୍ତି । ସେ ୬୯.୨୦ ହାରରେ ୧୪୩.୮୬ ଷ୍ଟ୍ରାଇକରେଟରେ ରନ୍ କରିଛନ୍ତି। ତେବେ ଲିଗ ପର୍ଯ୍ୟାୟ ଶେଷ ସୁଦ୍ଧା ସେ ଚଳିତ ସିଜନର ଟପ ସ୍କୋରର ବନିଛନ୍ତି ।

ପର୍ପଲ୍ କ୍ୟାପ୍-

ପ୍ରଥମଥର ପାଇଁ ଆଇପିଏଲ ଖେଳୁଥିବା ଦକ୍ଷିଣ ଆଫ୍ରିକା ବୋଲର କାଗିସୋ ରବଡା ନିଜର ବୋଲିଂ ଯାଦୁ ଦେଖାଇଛନ୍ତି । ସେ ମୋଟ ୧୨ ମ୍ୟାଚ୍ ଖେଳି ୨୫ ୱିକେଟ୍ ନେଇଛନ୍ତି । ବିଦେଶ ଫେରିବା ସହ ସେ ଚଳିତ ଆଇପିଏଲର ସର୍ବାଧିକ ୱିକେଟ ନେବାର ରେକର୍ଡ କରିଛନ୍ତି । ତେବେ ପର୍ପଲ କ୍ୟାପ ତାଙ୍କ ନାମରେ ରହିଛି ।

ସର୍ବାଧିକ ଷ୍ଟ୍ରାଇକରେଟ୍-

ଚଳିତ ଆଇପିଏଲର ଲିଗ୍ ପର୍ଯ୍ୟାୟରେ କୋଲକାତା ନାଇଟ୍ ରାଇଡର୍ସକୁ ଆନ୍ଦ୍ରେ ରସେଲ୍ ନିଜ ଦମରେ ଏକାକି ଟିମକୁ ଏକାଧିକ ବାର ବିଜୟୀ କରାଇଛନ୍ତି । ତେବେ ୱେଷ୍ଟଇଣ୍ଡିଜର ଏହି ଷ୍ଟାର୍ ଅଲରାଉଣ୍ଡର 14ଟି ମ୍ୟାଚ ଖେଳି ମାତ୍ର ୨୪୯ ବଲରେ ୨୦୪.୮୧ ଷ୍ଟ୍ରାଇକରେଟରେ ୫୧୦ ରନ୍ କରିଛନ୍ତି ।

ipl
ଫଟୋ ସୌଜନ୍ୟ- ଟ୍ବିଟର@kkr

ସର୍ବାଧିକ ଛକା-

ସେହିପରି ଚଳିତ ଆଇପିଏଲର ଲିଗ୍ ପର୍ଯ୍ୟାୟରେ ସର୍ବାଧିକ ଛକା କେକେଆର ଖତରନାକ ଅନ୍ଦ୍ରେ ରସେଲଙ୍କ ନାମରେ ରହିଛି । ରସେଲ 14ଟି ମ୍ୟାଚରୁ ମୋଟ ୫୨ ଛକା ମାରିଛନ୍ତି । ତାଙ୍କ ପଛକୁ ଦ୍ୱିତୀୟରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବର କ୍ରିସ୍ ଗେଲ୍ (୩୪ ଛକା) ଏବଂ ତୃତୀୟରେ ହାର୍ଦ୍ଦିକ ପାଣ୍ଡ୍ୟା (୨୯ ଛକା) ରହିଛନ୍ତି ।

ଦ୍ରୁତ ଅର୍ଦ୍ଧଶତକ-

ତେବେ କେବଳ ଏହି ରେକର୍ଡ ଜଣେ ଭାରତୀୟ ଖେଳାଳିଙ୍କ ନାମରେ ରହିଛି । ଚଳିତ ସିଜନରେ ଦ୍ରୁତ ଅର୍ଦ୍ଧଶତକର ମାରିବାର ରେକର୍ଡ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମରେ ରହିଛି । ମୁମ୍ବାଇ ଇଣ୍ଡିଆନ୍ସର ଏହି ଅଲରାଉଣ୍ଡର କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ମାତ୍ର ୧୭ ବଲରେ ଅର୍ଦ୍ଧଶତକ ମାରିଥିଲେ ।

ହ୍ୟାଟ୍ରିକ୍ ୱିକେଟ-

ଚଳିତ ଆଇପିଏଲରେ ମୋଟ ଦୁଇଥର ହ୍ୟାଟ୍ରିକ୍ ୱିକେଟ ଟେକିଙ୍ଗ୍‌ ଦେଖିବାକୁ ମିଳିଛି । କିଙ୍ଗସ୍ ଇଲେଭେନ୍ ପଞ୍ଜାବର ଯୁବ ବୋଲର ସାମ୍ କରାନ୍ ପ୍ରଥମ ହ୍ୟାଟ୍ରିକ୍ ନେଇଥିଲେ । ସେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚର 18ତମ ଓଭରର ଅନ୍ତିମ ବଲ୍ ଓ ୨୦ ତମ ଓଭରର ପ୍ରଥମ ଓ ଦ୍ୱିତୀୟ ବଲରେ ଲଗାତାର ୱିକେଟ୍ ନେଇ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ । ସେହିପରି ରାଜସ୍ଥାନ ରୟାଲ୍ସର ଶ୍ରେୟସ ଗୋପାଳ ଦ୍ୱିତୀୟ ହ୍ୟାଟ୍ରିକ୍ ନେଇଥିଲେ ।

ଶତକ-

ତେବେ ଚଳିତ ସିଜନରେ 6ଟି ଶତକ ବନିଛି । ଜନି ବେୟାରଷ୍ଟୋ (୫୨ ବଲ୍ ୧୧୪ ରନ୍ ବନାମ ଆରସିବି), ସଞ୍ଜୁ ସାମସନ (୫୪ ବଲ୍, ୧୦୨ ରନ୍ ବନାମ ସନରାଇଜର୍ସ ହାଇଦ୍ରାବାଦ), ଡେଭିଡ୍ ୱାର୍ଣ୍ଣର (୫୪ ବଲ୍ ୧୦୦ ରନ୍, ବନାମ ଆରସିବି), ବିରାଟ୍ କୋହଲି (୫୭ ବଲ୍, ୧୦୦ ରନ୍ ବନାମ କେକେଆର), ଆଜିଙ୍କ୍ୟ ରାହାଣେ (୫୮ ବଲ୍, ୧୦୫ ରନ୍ ବନାମ ଦିଲ୍ଲୀ କ୍ୟାପିଟାଲ୍ସ) ଓ ଲୋକେଶ ରାହୁଲ (୬୩ ବଲ୍, ୧୦୦ ରନ୍ ବନାମ ମୁମ୍ବାଇ ଇଣ୍ଡିଆନ୍ସ) କରିଛନ୍ତି ।

ଶ୍ରେଷ୍ଠ ବୋଲିଂ ଫିଗର୍-

ତେବେ ଏହା ମଧ୍ୟ ଜଣେ ବିଦେଶୀଙ୍କ ନାମରେ ରହିଛି । ମୁମ୍ବାଇ ଇଣ୍ଡିଆନ୍ସ ପେସ୍ ବୋଲର ଅଲଜାରି ଜୋସେଫଙ୍କ ନାମରେ ପ୍ରଥମ ଆଇପଇଏଲ 6ୱିକେଟ ହଲ୍ ର ରେକର୍ଡ ରହିଛି । ସେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମୁକାବିଲାରେ ଚମତ୍କାର ବୋଲିଂ କରି ମାତ୍ର ୧୨ ରନ୍ ଦେଇ ୬ ୱିକେଟ୍ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

HNM H

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.