ETV Bharat / sports

ଡି କକ୍‌ଙ୍କ 8ମ ଆଇପିଏଲ ଅର୍ଦ୍ଧଶତକ, ରାଜସ୍ଥାନ ଆଗରେ 187ରନର ବିଜୟ ଲକ୍ଷ୍ୟ - ipl

ବ୍ୟାଟିଂ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ନିର୍ଦ୍ଧାରିତ 20ଓଭରରେ 5ୱିକେଟ ହରାଇ 187ରନ କରିପାରିଛି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Apr 13, 2019, 6:20 PM IST

ମୁମ୍ବାଇ: ଶନିବାର ଆଇପିଏଲର 27ତମ ମ୍ୟାଚରେ ୱାଙ୍ଖଡେ ଗ୍ରାଉଣ୍ଡରେ ମୁହାଁମୁହିଁ ହେଉଛନ୍ତି ମୁମ୍ବାଇ ଓ ରାଜସ୍ଥାନ । ତେବେ ବ୍ୟାଟିଂ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ନିର୍ଦ୍ଧାରିତ 20ଓଭରରେ 5ୱିକେଟ ହରାଇ 187ରନ କରିପାରିଛି ।

ତେବେ ଅତିଥି ରାଜସ୍ଥାନ ପାଇଁ 188ରନର ଧାର୍ଯ୍ୟ ବିଜୟ ଲକ୍ଷ୍ୟରେ ମୁମ୍ବାଇ ୱିକେଟ କିପର ବ୍ୟାଟ୍ସମ୍ୟାନ କ୍ବିଣ୍ଟନ ଡି କକ୍‌ଙ୍କ ଦମଦାର 81ରନ ଓ ଅଧିନାୟକ ରୋହିତ ଶର୍ମାଙ୍କ 47ରନର ପାଳି ସାମିଲ ଅଛି । ତେବେ ଡି କକ୍‌ ନିଜ ଆଇପିଏଲ କ୍ୟାରିଅରର 8ମ ଅର୍ଦ୍ଧଶତକ ଯୋଡିଛନ୍ତି । ସେହିପରି ଆହତ ପରେ ମ୍ୟାଚକୁ ଫେରିଥିବା ଅଧିନାୟକ ରୋହିତ ଶର୍ମା ଅର୍ଦ୍ଧଶତକ ମାରିବାରୁ ବଞ୍ଚିତ ହୋଇଛନ୍ତି ।

ipl
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ପ୍ରଥମ ୱିକେଟ ଯୋଡିରେ ଏ ଦୁହେଁ ଦଳର ସ୍କୋର କାର୍ଡରେ 96ରନ ଯୋଡିଥିଲେ । ପରେ ଜୋଫ୍ରା ଆର୍ଚରଙ୍କ ପ୍ରଥମ ଶିକାର ହୋଇଥିଲେ ଅଧିନାୟକ ରୋହିତ ଶର୍ମା । ସେ ଆର୍ଚରଙ୍କ ବଲରେ ବଟଲଙ୍କ ହାତରେ କ୍ୟାଚଆଉଟ ହୋଇ ପାଭେଲିଅନ ଫେରିଥିଲେ । ଅନ୍ୟପଟେ ଶେଷ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥବା କାଇରନ ପୋଲଡା କିନ୍ତୁ ଆଜି ଫେଲ ମାରିଛନ୍ତି । ସେ 12 ବଲରୁ ମାତ୍ର 36ରନ କରି ଜୋଫ୍ରା ଆର୍ଚରଙ୍କ ବଲରେ କ୍ୟାଚଆଉଟ ହୋଇଥିଲେ ।

ipl
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ରାଜସ୍ଥାନ ପାଇଁ ଜୋଫ୍ରା ଆର୍ଚର ସର୍ବାଧିକ 3ଟି ୱିକେଟ ହାତେଇଛନ୍ତି । ଅନ୍ୟପଟେ କ୍ରିଷ୍ଣାପ୍ପା ଗୋଥାମ ଦଳର ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଛନ୍ତି । ସେ 3 ଓଭର ବୋଲିଂ କରି ବିନା କୌଣସି ୱିକେଟ ହାତେଇ 39ରନ ବ୍ୟୟ କରିଛନ୍ତି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.