ETV Bharat / sports

ଆଇପିଏଲ 13: ଗୋଟିଏ-ସଂସ୍କରଣରେ ଚମତ୍କାର, ପରେ ଉଭାନ ଶ୍ରେଷ୍ଠ 5 ଖେଳାଳି

author img

By

Published : Sep 13, 2020, 5:50 PM IST

ଆଇପିଏଲ ପ୍ରତିଭାକୁ ସଫଳତା ରାସ୍ତାରେ ପଥିକ କରି ସାଧାରଣ ଖେଳାଳିଜଣକୁ ଷ୍ଟାର ବନାଇ ଦେବାର କ୍ଷମତା ରଖେ । ଏପରିକି ଏକାଧିକ ଖେଳାଳି ଗୋଟିଏ ଆଇପିଏଲ ସଂସ୍କରଣରେ ଅବିଶ୍ୱସନୀୟ ସଫଳ ପ୍ରଦର୍ଶନ କରି ଚର୍ଚ୍ଚିତ ହୋଇଛନ୍ତି । ତାଙ୍କର ପ୍ରଦର୍ଶନ ସ୍ମରଣୀୟ ଓ ଆକର୍ଷଣୀୟ ହୋଇ ରହିଛି ।

IPL 13: Top 5 one-season wonders who lost their way in oblivion
ଆଇପିଏଲ 13: ଗୋଟିଏ-ସଂସ୍କରଣରେ ଚମତ୍କାର, ପରେ ଉଭାନ ଶ୍ରେଷ୍ଠ 5 ଖେଳାଳି

ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗ- ଯେଉଁଠି ପ୍ରତିଭାକୁ ମିଳେ ପରିଚୟ । ପ୍ରଭାବୀ ପ୍ରଦର୍ଶନ ଆଧାରରେ ଜଣେ ସାଧାରଣ ଅଜଣା କ୍ରିକେଟରକୁ ସଫଳତା ସହ ମିଳେ ବିଶ୍ୱ କ୍ରୀଡାରେ ସମ୍ମାନଜନକ ସ୍ଥାନ । ସେଥିପାଇଁ ତ ବିଶ୍ୱରେ ଶ୍ରେଷ୍ଠ ଓ ପ୍ରସିଦ୍ଧ ଟି-20 ଲିଗ ଭାବେ ପରିଗଣିତ ହୋଇଛି ଆଇପିଏଲ ।

ବର୍ଷ 2008ରେ ଆଇପିଏଲର ଆରମ୍ଭ ହୁଏ, ତେବେ ସମୟ ବଦଳିବା ସହ ଆଇପିଏଲ ହୋଇଯାଏ ବିଶ୍ୱର ବିତ୍ତଶାଳୀ ଟି-20 କ୍ରିକେଟ ଲିଗ । ପରେ ଆଇପିଏଲ ଭାରତୀୟ କ୍ରିକେଟକୁ ଏକାଧିକ ସୁପରଷ୍ଟାରକୁ ଜନ୍ମଦିଏ । ରେଡ୍ ବଲ କ୍ରିକେଟରେ ଭାରତୀୟ ଦଳର ସର୍ବାଧିକ ୱିକେଟ ହାସଲକାରୀ ବୋଲର ରବିଚନ୍ଦ୍ରନ ଅଶ୍ୱିନୀଙ୍କ ଭଳି ଖେଳାଳି ଆଇପିଏଲରୁ ମିଳନ୍ତି । ଟିମ ଇଣ୍ଡିଆର ଷ୍ଟାର ବୋଲର ଜଶପ୍ରୀତ ବୁମରା ମଧ୍ୟ ଭାୟା ଆଇପିଏଲ ଦେଇ ଅନ୍ତର୍ଜାତୀୟ ସ୍ତରରେ ଅନ୍ୟତମ ଶ୍ରେଷ୍ଠ ବୋଲର ହୋଇଛନ୍ତି ।

ଆଇପିଏଲ ପ୍ରତିଭାକୁ ସଫଳତା ରାସ୍ତାରେ ପଥିକ କରି ସାଧାରଣ ଖେଳାଳିଜଣକୁ ଷ୍ଟାର ବନାଇ ଦେବାର କ୍ଷମତା ରଖେ । ଏପରିକି ଏକାଧିକ ଖେଳାଳି ଗୋଟିଏ ଆଇପିଏଲ ସଂସ୍କରଣରେ ଅବିଶ୍ୱସନୀୟ ସଫଳ ପ୍ରଦର୍ଶନ କରି ଚର୍ଚ୍ଚିତ ହୋଇଛନ୍ତି । ତାଙ୍କର ପ୍ରଦର୍ଶନ ସ୍ମରଣୀୟ ଓ ଆକର୍ଷଣୀୟ ହୋଇ ରହିଛି ।

ତେବେ ନଜର ପକାନ୍ତୁ ଆଇପିଏଲ ଇତିହାସରେ ସେମିତି କିଛି ଖେଳାଳିଙ୍କ ଉପରେ...ଯାହାଙ୍କ ପ୍ରଦର୍ଶନକୁ ସ୍ମରଣ କଲେ କ୍ରିକେଟ ପ୍ରେମୀଙ୍କ ମନରେ ଉତ୍ସାହ ଭରିଯାଏ ।

ପଲ୍ ଭଲଥାଟି (କିଙ୍ଗ୍ସ ଇଲେଭେନ ପଞ୍ଜାବ)
କିଙ୍ଗ୍ସ ଇଲେଭେନ ପଞ୍ଜାବ ଟିମରେ ପଲ ଭଲଥାଟିଙ୍କୁ ଜଣେ ବ୍ୟାଟିଂ ଷ୍ଟାର ଭାବେ ସାମିଲ କରିଥିଲା । 2011 ସଂସ୍କରଣରେ ଅବିଶ୍ୱସନୀୟ ପ୍ରଦର୍ଶନ କରିଥିଲେ ଭଲଥାଟି । 14 ମ୍ୟାଚରୁ 35.61 ବ୍ୟାଟିଂ ହାରରେ ସେ 463 ରନ ସଂଗ୍ରହ କରିଥିଲେ । ଏହା ମଧ୍ୟରେ ଅପରାଜିତ 120 ରନର ଇଂନିସ ମ୍ଦୟ ସାମିଲ ରହିଛି ।

IPL 13: Top 5 one-season wonders who lost their way in oblivion
ପଲ୍ ଭଲଥାଟି

ଆଇପିଏଲ ଶକ୍ତିଶାଳୀ ଟିମ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ 63 ବଲରୁ ଅପରାଜିତ 120 ରନର ଇଂନିସ ତାଙ୍କୁ ଖବରର ଶୀରୋନାମାରେ ରଖିଥିଲା । ସେହି ସଂସ୍କରଣରେ ସେ ସର୍ବାଧିକ ରନ ହାସଲକାରୀ ବ୍ୟାଟ୍ସମ୍ୟାନ ତାଲିକାରେ ଷଷ୍ଠ ସ୍ଥାନରେ ରହିଥିଲେ । ଏହାପରେ ଜାତୀୟ ଟିମରେ ସ୍ଥାନ ପାଇବା ନେଇ ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ଦୁର୍ଭାଗ୍ୟପୂର୍ଣ୍ଣ ଭାବେ, ଆଇପିଏଲର ପରବର୍ତ୍ତୀ ସଂସ୍କରଣରେ ନିଜର ପୂର୍ବ ପ୍ରଦର୍ଶନ ବଳବତ୍ତର ରଖିବାକୁ ଅସମର୍ଥ ହୋଇଥିଲେ । ଫଳସ୍ବରୂପ 2012 ସଂସ୍କରଣରେ 6ଟି ମ୍ୟାଚ ଓ 2013 ସଂସ୍କରଣରେ ମାତ୍ର ଗୋଟିଏ ମ୍ୟାଚ ଖେଳିବାର ସୁଯୋଗ ପାଇଥିଲ । ପରବର୍ତ୍ତୀ ସଂସ୍କରଣରେ ସେ ମାତ୍ର 30 ରନ କରିଥିଲେ । ବର୍ତ୍ତମାନ ଏୟାର ଇଣ୍ଡିଆ ପକ୍ଷରୁ ଖେଳିବା ସହ କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି ।

ରାହୁଲ ଶର୍ମା (ଡେକାନ ଚାର୍ଜର୍ସ)

ଯୁବ ସ୍ପିନରଙ୍କୁ ଏକଦା ଅଶ୍ୱିନୀଙ୍କ ସହ ତୁଳନା କରାଯାଉଥିଲା । ପ୍ରଥମ ଥର ଆଇପିଏଲ ଖେଳି 2011 ସଂସ୍କରଣରେ ସଚିନ ତେନ୍ଦୁଲକରଙ୍କୁ ଆଉଟ କରିବା ପରେ ପ୍ରମୁଖ ଗଣମାଧ୍ୟମର ହେଡଲାଇନରେ ସ୍ଥାନ ପାଇଥିଲେ ରାହୁଲ । ଆଇପିଏଲ 2011ରେ 14ଟି ମ୍ୟାଚରୁ 17.06 ହାରରେ 13 ୱିକେଟ ହାସଲ କରିଥିଲେ । ପରେ ପୁନେ ୱାରିୟର୍ସ ଇଣ୍ଡିଆ ତାଙ୍କୁ ଟିମରେ ସାମିଲ କରିଥିଲା । ଏହାପରେ ଜାତୀୟ ଟିମରୁ ରାହୁଲଙ୍କୁ ଡାକରା ଆସିଥିଲା । 4ଟି ଅନ୍ତର୍ଜାତୀୟ ଦିନିକିଆ ଓ ଦୁଇଟି ଟି-20 ମଧ୍ୟ ଖେଳିଥିଲେ । ତେବେ ବର୍ଷ 2012 ଜୁଲାଇରେ ଶ୍ରୀଲଙ୍କା ବିପକ୍ଷରେ ଅନ୍ତର୍ଜାତୀୟ ସ୍ତରରେ ଶେଷ ସେ ମ୍ୟାଚ ଖେଳିଥିଲେ ।

ରାହୁଲ ଶର୍ମା

ମାତ୍ର ଦକ୍ଷିଣ ଆଫ୍ରିକା କ୍ରିକେଟର ୱାର୍ଣ୍ଣେ ପାର୍ନେଲ ଓ ଅନ୍ୟ ସେଲିବ୍ରେଟିଙ୍କ ସହ ମୁମ୍ବାଇରେ ପାର୍ଟି କରୁଥିବା ବେଳେ ଧରାପଡିବା ପରେ, ରାହୁଲଙ୍କ କ୍ରିକେଟ କ୍ୟାରିୟରରେ ଅଚାନକ ଯବନିକା ପଡିଯାଇଥିଲା । ପରେ ନାର୍କୋଟିକ୍ସ ଟେଷ୍ଟ ରିପୋର୍ଟ ପଜିଟିଭ ରହିଥିଲା । ପଞ୍ଜାବରେ ଅନ୍ତଃ-ଜିଲ୍ଲା ସ୍ଥରୀୟ ମ୍ୟାଚ ଖେଳିବା ଜାରି ରଖିଛନ୍ତି ରାହୁଲ । ଭାରତୀୟ ଘରୋଇ କ୍ରିକେଟରେ ପଞ୍ଜାବ ଟିମକୁ ଫେରିବାକୁ ପ୍ରୟାସ ଜାରି ରଖିଛନ୍ତି । 2014 ପରେ ଟୁର୍ଣ୍ଣାମେଣ୍ଟରେ ସେ ନଜର ଆସିନାହାନ୍ତି ।

ସ୍ୱପ୍ନିଲ ଆସନୋଧକର(ରାଜସ୍ଥାନ ରୟାଲ୍ସ)

ରାଜସ୍ଥାନ ରୟାଲ୍ସ ଇଣ୍ଡିଆନ ପ୍ରିମିୟର ଲିଗର ପ୍ରଥମ ସଂସ୍କରଣ 2008ରେ ବିଜେତା ହୋଇଥିଲା । ଏହି ଟିମର ପ୍ରମୁଖ ସଦସ୍ୟ ଥିଲେ ସ୍ୱପ୍ନିଲ ଆସନୋଧକର । ଡାହାଣହାତୀ ବ୍ୟାଟ୍ସମ୍ୟାନ ସ୍ବପ୍ନିଲ 9ଟି ମ୍ୟାଚରୁ ଦମଦାର 311 ରନ ସଂଗ୍ରହ କରିଥିଲେ । ଭାରତୀୟ କ୍ରିକେଟର ପରବର୍ତ୍ତୀ ଷ୍ଟାର ଭାବେ ଚର୍ଚ୍ଚାର ପରିସରକୁ ଆସିଥିଲେ । ଦକ୍ଷିଣ ଆଫ୍ରିକୀୟ କ୍ୟାପଟେନ ଗ୍ରେମ ସ୍ମିଥଙ୍କ ସହ ସଫଳ ଓପନିଂ ଯୋଡିରେ ଟୁର୍ଣ୍ଣାମେଣ୍ଟରେ 59.71 ହାରରେ 418 ରନ ସଂଗ୍ରହ କରିଥିଲେ । ଏହା ସେନ ୱାର୍ଣ୍ଣେଙ୍କ ନେତୃତାଧୀନ ରାଜସ୍ଥାନକୁ ପ୍ରଥମ ଆଇପିଏଲ ଚମ୍ପିଆନ କରାଇବାରେ ସହାୟକ ହୋଇଥିଲା ।

ସ୍ୱପ୍ନିଲ ଆସନୋଧକର

ତେବେ ଆଇପିଏଲର ପରବତ୍ତୀ ସଂସ୍କରଣରେ 11ଟି ମ୍ୟାଚରୁ ସେ ମାତ୍ର 112 ରନ କରିଥିଲେ । ଫଳରେ ପରବର୍ତ୍ତୀ ସମୟରେ ଫେଲ ମାରିବା ସହ ପରିଚୟ ବଜାୟ ରଖିବାକୁ ଅସମର୍ଥ ହୋଇଥିଲେ । 2011 ସଂସ୍କରଣ ପରେ ଦଳରେ ମଧ୍ୟ ସ୍ଥାନ ମିଲିନଥିଲା । ଏପରିକି ଗୋଆ ଘରୋଇ ଟିମରୁ ମଧ୍ୟ ବାଦ ପଡିଥିଲା ।

ମନଭିନ୍ଦର ବିଶଲା (କୋଲକାତା ନାଇଟ ରାଇଡର୍ସ)

ମନଭିନ୍ଦର ବିଶଲା, 2012 ଆଇପିଏଲ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ 89 ରନମ ଇଂନିସ ପାଇଁ ସର୍ବଦା ସ୍ମରଣୀୟ ରହିଛନ୍ତି । ସେହିବର୍ଷ କୋଲକାତା ନାଇଟ ରାଇଡର୍ସ ପ୍ରଥମ ଆଇପିଏଲ ଟାଇଟେଲ ବିଜେତା ହୋଇଥିଲା । ପଞ୍ଜାବ ୱିକେଟ କିପର ବ୍ୟାଟ୍ସମ୍ୟାନ ବିଶଲା 2009 ଆପିଏଲରେ ଡେକାନ ଚାର୍ଜର୍ସ ପକ୍ଷରୁ ଖେଳିଥିଲେ । ତେବେ 2013ରେ 14 ମ୍ୟାଚରୁ 30.42 ହାରରେ 255 ରନ ସହ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । 2015ରେ ଟିମରୁ ରିଲିଜ ହେବାପରେ, ରୟାଲ ଚ୍ୟାଲେ଼ଞ୍ଜର୍ସ ବାଙ୍ଗାଲୋର କ୍ୟାମ୍ପରେ ସାମିଲ ହୋଇଥିଲେ । ମାତ୍ର ଅଧିକାଂଶ ମ୍ୟାଚରେ ଆରସିବି ତାଙ୍କୁ ବେଞ୍ଚ୍ ରେ ବସାଇଥିଲା । ଫଳରେ 2016, 2017ରେ ନିଲାମ ପ୍ରକିୟାରେ କୌଣସି ଟିମ ବିଶଲାଙ୍କୁ କିଣିନଥିଲେ । ଏହାପରେ ଆଇପିଏଲକୁ ସେ ଫେରିପାରିନାହାନ୍ତି ।

ମନଭିନ୍ଦର ବିଶଲା

ଡୌଗ ବୋଲିଞ୍ଜର (ଚେନ୍ନାଇ ସୁପର କିଙ୍ଗ୍ସ)

ଡୌଗ ବୋଲିଞ୍ଜର ଏକଦା ଆଇପିଏଲର ଅନ୍ୟତମ ଶ୍ରେଷ୍ଠ ପ୍ରତିବାବାନ ଖେଳାଳି ରହିଥିଲେ । 2010ରେ ପ୍ରଥମ ଆଇପିଏଲ ଟାଇଟେଲ ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ ଟିମ ବୋଲିଞ୍ଜରଙ୍କୁ ଟିମରେ ସାମିଲ କରିଥିଲା । ପରେ 2012ରେ ମଧ୍ୟ ସିଏସକେ ସ୍କ୍ବାଡରେ ରହି ଦ୍ବିତୀୟ ଟାଇଟେଲ ବିଜୟରେ ସହାୟକ ହୋଇଥିଲେ । ଆଇପିଏଲ କ୍ୟାରିୟରରେ 27ଟି ମ୍ୟାଚରୁ 18.72 ହାରରେ 37 ୱିକେଟ ହାସଲ କରିଥିଲେ । ତେବେ ପ୍ରଭାବୀ ପ୍ରଦର୍ଶନ ସତ୍ତ୍ବେ ସେ ଆଇପିଏଲରୁ ଆଶ୍ଚର୍ଯ୍ୟଜନକ ଭାବେ ଉଭାନ ହୋଇଥିଲେ ।

ଡୌଗ ବୋଲିଞ୍ଜର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.