ETV Bharat / sports

ଆଇପିଏଲ 2020: କେକେଆରକୁ ବିଜୟ, ରୟାଲ୍ସକୁ ବିଦାୟ

author img

By

Published : Nov 2, 2020, 8:14 AM IST

ସନଡେ ଡବଲହେଡର 2ୟ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସର ବାଜିମାତ୍‌ । ଲିଗ୍‌ର 54ତମ ମ୍ୟାଚରେ କୋଲକାତା 60ରନରେ ରାଜସ୍ଥାନ ରୟାଲ୍ସକୁ ହରାଇଛି । ଏହି ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଲା ସ୍ମିଥଙ୍କ ରୟାଲ୍ସ ।

ଆଇପିଏଲ 2020: କେକେଆରର ବିଜୟ, ରୟାଲ୍ସର ବିଦାୟ

ଦୁବାଇ: ସନଡେ ଡବଲହେଡର 2ୟ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସର ବାଜିମାତ୍‌ । ଲିଗ୍‌ର 54ତମ ମ୍ୟାଚରେ ପାଟ୍‌ କମିନ୍ସଙ୍କ ଧୁଆଁଦାର ବୋଲିଂରେ 60ରନରେ ରାଜସ୍ଥାନ ରୟାଲ୍ସକୁ ହରାଇଲା କେକେଆର । ଏହି ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଲା ସ୍ମିଥଙ୍କ ରୟାଲ୍ସ । ତେବେ ଆଇପିଏଲର ସବୁଠାରୁ ଦାମୀ ଖେଳାଳି ଶେଷରେ ନିଜର ଚମତ୍କାର ବୋଲିଂ ପ୍ରଦର୍ଶନ କରି ମ୍ୟାନ ଅଫ୍‌ ଦି ମ୍ୟାଚ ହୋଇଛନ୍ତି ।

192ରନ୍‌ର ବିଜୟଲକ୍ଷ୍ୟ ନେଇ ରାଜସ୍ଥାନ ଟିମ ଗ୍ରାଉଣ୍ଡକୁ ଓହ୍ଲାଇଥିଲା । କିନ୍ତୁ କୋଲକାତାର ପାଟ କମିନ୍ସ, ଶିଭିମ ମାଭି ଓ ବରୁଣ ଚକ୍ରବର୍ତ୍ତୀଙ୍କ ସାନଦାର ବୋଲିଂ ବଳରେ ରାଜସ୍ଥାନ ନିର୍ଦ୍ଧାରିତ ଓଭରରେ 9ଓ୍ବିକେଟ ହରାଇ କେବଳ131ରନ ସଂଗ୍ରହ କରିଥିଲା । ରୟାଲ୍ସ ପକ୍ଷରୁ ବଟଲର ସର୍ବାଧିକ 35, ରାହୁଲ ତେୱତିଆ 31 ଓ ଶ୍ରେୟସ ଗୋପାଳ 23, ବେନ୍‌ ଷ୍ଟୋକ୍ସ 18,ଉତ୍ଥପା 6, ଷ୍ଟିଭ ସ୍ମିଥ 4, ସଞ୍ଜୁ ସାମସନ 1, ଆର୍ଚର 6, କାର୍ତ୍ତିକ 2ରନ୍‌ ସଂଗ୍ରହ କରିଥିଲେ ।

ବିପକ୍ଷ ଦଳ ପକ୍ଷରୁ ପାଟ କମିନ୍ସଙ୍କୁ 4, ଶିଭମ ମାଭି 2, ବରୁଣ ଚକ୍ରବର୍ତ୍ତୀ 2 ଓ କମଲେଶ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

Match 54 - A four-wicket haul for Pat Cummins and he is rewarded with the Man of the Match award.#Dream11IPL pic.twitter.com/dfPo11oJwC

— IndianPremierLeague (@IPL) November 1, 2020 " class="align-text-top noRightClick twitterSection" data=" ">

ରବିବାରର ଏହି 2ୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ ହରାଇ 191 ରନ ସଂଗ୍ରହ କରିଥିଲା କୋଲକାତା ନାଇଟ ରାଇଡର୍ସ । କେକେଆର ପକ୍ଷରୁ କ୍ୟାପଟେନ ଇଆନ ମୋର୍ଗାନ ନିଜେ ବ୍ୟାଟିଂ ବିଭାଗର ଭାର ସମ୍ଭାଳିଥିଲେ । 35 ବଲରୁ 5 ଚୌକା ଓ 6 ଚୌକା ସହାୟତାରେ ଅପରାଜିତ 68 ରନର ଇଂନିସ ଖେଳିଥିଲେ ମୋର୍ଗାନ । ଓପନର ଶୁଭମନ ଗିଲ 6 ଚୌକା ସହାୟତାରେ 24 ବଲରୁ 36 ରନ କରିଥିଲେ । ରାହୁଲ ତ୍ରିପାଠୀ 34 ବଲରୁ 39 ଓ ରସେଲ11 ବଲରୁ ଦ୍ରୁତ 25 ରନର ଇଂନିସ ଖେଳିଥିଲେ ।

କ୍ୟାପେଟନ ମୋର୍ଗାନ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି କୋଲକାତାର ସ୍କୋର 190 ପାର କରାଇଥିଲେ ।

ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ଗୋଟିଏ ୱିକେଟ ହାତେଇଥିଲେ । ରାହୁଲ ତେୱାତିଆ ସର୍ବାଧିକ 3ଟି ୱିକେଟ, କାର୍ତ୍ତିକ ତ୍ୟାଗୀ ଦୁଇଟି ଓ ଶ୍ରେୟସ ଗୋପାଳ ଗୋଟିଏ ୱିକେଟ ହାସଲ କରିଥିଲେ ।

କେକେଆରର ଏହି ବିଜୟ ପରେ ସେ ପଏଣ୍ଟ ଟେବୁଲର 4ର୍ଥ ସ୍ଥାନରେ ରହିଛି ।

ଦୁବାଇ: ସନଡେ ଡବଲହେଡର 2ୟ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସର ବାଜିମାତ୍‌ । ଲିଗ୍‌ର 54ତମ ମ୍ୟାଚରେ ପାଟ୍‌ କମିନ୍ସଙ୍କ ଧୁଆଁଦାର ବୋଲିଂରେ 60ରନରେ ରାଜସ୍ଥାନ ରୟାଲ୍ସକୁ ହରାଇଲା କେକେଆର । ଏହି ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଲା ସ୍ମିଥଙ୍କ ରୟାଲ୍ସ । ତେବେ ଆଇପିଏଲର ସବୁଠାରୁ ଦାମୀ ଖେଳାଳି ଶେଷରେ ନିଜର ଚମତ୍କାର ବୋଲିଂ ପ୍ରଦର୍ଶନ କରି ମ୍ୟାନ ଅଫ୍‌ ଦି ମ୍ୟାଚ ହୋଇଛନ୍ତି ।

192ରନ୍‌ର ବିଜୟଲକ୍ଷ୍ୟ ନେଇ ରାଜସ୍ଥାନ ଟିମ ଗ୍ରାଉଣ୍ଡକୁ ଓହ୍ଲାଇଥିଲା । କିନ୍ତୁ କୋଲକାତାର ପାଟ କମିନ୍ସ, ଶିଭିମ ମାଭି ଓ ବରୁଣ ଚକ୍ରବର୍ତ୍ତୀଙ୍କ ସାନଦାର ବୋଲିଂ ବଳରେ ରାଜସ୍ଥାନ ନିର୍ଦ୍ଧାରିତ ଓଭରରେ 9ଓ୍ବିକେଟ ହରାଇ କେବଳ131ରନ ସଂଗ୍ରହ କରିଥିଲା । ରୟାଲ୍ସ ପକ୍ଷରୁ ବଟଲର ସର୍ବାଧିକ 35, ରାହୁଲ ତେୱତିଆ 31 ଓ ଶ୍ରେୟସ ଗୋପାଳ 23, ବେନ୍‌ ଷ୍ଟୋକ୍ସ 18,ଉତ୍ଥପା 6, ଷ୍ଟିଭ ସ୍ମିଥ 4, ସଞ୍ଜୁ ସାମସନ 1, ଆର୍ଚର 6, କାର୍ତ୍ତିକ 2ରନ୍‌ ସଂଗ୍ରହ କରିଥିଲେ ।

ବିପକ୍ଷ ଦଳ ପକ୍ଷରୁ ପାଟ କମିନ୍ସଙ୍କୁ 4, ଶିଭମ ମାଭି 2, ବରୁଣ ଚକ୍ରବର୍ତ୍ତୀ 2 ଓ କମଲେଶ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ରବିବାରର ଏହି 2ୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ ହରାଇ 191 ରନ ସଂଗ୍ରହ କରିଥିଲା କୋଲକାତା ନାଇଟ ରାଇଡର୍ସ । କେକେଆର ପକ୍ଷରୁ କ୍ୟାପଟେନ ଇଆନ ମୋର୍ଗାନ ନିଜେ ବ୍ୟାଟିଂ ବିଭାଗର ଭାର ସମ୍ଭାଳିଥିଲେ । 35 ବଲରୁ 5 ଚୌକା ଓ 6 ଚୌକା ସହାୟତାରେ ଅପରାଜିତ 68 ରନର ଇଂନିସ ଖେଳିଥିଲେ ମୋର୍ଗାନ । ଓପନର ଶୁଭମନ ଗିଲ 6 ଚୌକା ସହାୟତାରେ 24 ବଲରୁ 36 ରନ କରିଥିଲେ । ରାହୁଲ ତ୍ରିପାଠୀ 34 ବଲରୁ 39 ଓ ରସେଲ11 ବଲରୁ ଦ୍ରୁତ 25 ରନର ଇଂନିସ ଖେଳିଥିଲେ ।

କ୍ୟାପେଟନ ମୋର୍ଗାନ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି କୋଲକାତାର ସ୍କୋର 190 ପାର କରାଇଥିଲେ ।

ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ଗୋଟିଏ ୱିକେଟ ହାତେଇଥିଲେ । ରାହୁଲ ତେୱାତିଆ ସର୍ବାଧିକ 3ଟି ୱିକେଟ, କାର୍ତ୍ତିକ ତ୍ୟାଗୀ ଦୁଇଟି ଓ ଶ୍ରେୟସ ଗୋପାଳ ଗୋଟିଏ ୱିକେଟ ହାସଲ କରିଥିଲେ ।

କେକେଆରର ଏହି ବିଜୟ ପରେ ସେ ପଏଣ୍ଟ ଟେବୁଲର 4ର୍ଥ ସ୍ଥାନରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.