ଧର୍ମଶାଳା: ହିମାଚଳ ପ୍ରଦେଶର ଧର୍ମଶାଳା ଗ୍ରାଉଣ୍ଡରେ ଆସନ୍ତା 12 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ । ତେବେ ମ୍ୟାଚ ପୂର୍ବରୁ ନେଟ୍ସରେ ଖୁବ ଝାଳ ବୁହାଇଛି ବିରାଟ ବାହିନୀ । ତେବେ ଦୀର୍ଘ ଦିନ ପରେ ଦଳକୁ ଫେରିଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ନେଟ୍ସରେ ଖୁସ କସରତ୍ କରିଛନ୍ତି ।
ତେବେ ବିସିସିଆଇ ପକ୍ଷରୁ ହାର୍ଦ୍ଦିକ ନେଟ୍ସରେ ବ୍ୟାଟିଂ କରୁଥିବା ବେଳର ଭିଡିଓ ପୋଷ୍ଟ କରାଯାଇଛି । ଏଥିରେ ହାର୍ଦ୍ଦିକ ବଡ଼ ବଡ଼ ଶଟ ମାରି ବଲକୁ ଦର୍ଶକଙ୍କ ଗ୍ୟାଲେରୀରେ ପକାଉ ଥିବା ଦେଖିବାକୁ ମିଳୁଛି । ପାଣ୍ଡ୍ୟା ଭାରତ ପାଇଁ ଶେଷଥର ୨୦୧୯ ଅକ୍ଟୋବର ମାସରେ ଖେଳିଥିଲେ । ଏହାପରେ ସେ ପିଠି ଯନ୍ତ୍ରଣାର ସମ୍ମୁଖୀନ ହୋଇଥିଲେ । ନିକଟରେ ଡିୱାଇ ପାଟିଲ ଷ୍ଟାଡିୟମରେ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା ।