ETV Bharat / sports

ଟିମ ଇଣ୍ଡିଆର ବଢିଲା ଚିନ୍ତା, ଅନ୍ତିମ ଟେଷ୍ଟରୁ ବାଦ୍‌ ପଡିଲେ ବୁମରା

author img

By

Published : Jan 12, 2021, 2:05 PM IST

ଅନୁଭବୀ ଭାରତୀୟ ବୋଲର ଜସପ୍ରୀତ ବୁମରା ଅନ୍ତିମ ଟେଷ୍ଟ ମ୍ୟାଚରୁ ବାଦ୍‌ ପଡିଛନ୍ତି । ବିସିସିଆଇର ଏକ ସୂତ୍ର ଅନୁସାରେ, ସିଡନୀରେ ଫିଲ୍ଡିଂ କରୁଥିବାବେଳେ ସେ ଅବଡୋମିନଲ ଷ୍ଟ୍ରେନର ଶିକାର ହୋଇଥିଲେ ।

ଟିମ ଇଣ୍ଡିଆର ବଢିଲା ଚିନ୍ତା, ଅନ୍ତିମ ଟେଷ୍ଟରୁ ବାଦ୍‌ ପଡିଲେ  ବୁମରା
ଟିମ ଇଣ୍ଡିଆର ବଢିଲା ଚିନ୍ତା, ଅନ୍ତିମ ଟେଷ୍ଟରୁ ବାଦ୍‌ ପଡିଲେ ବୁମରା

ସିଡନୀ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଟିମର ପିଛା ଛାଡୁନି ଆହତ ସମସ୍ୟା । ପୁଣି ଆଉ ଜଣେ ଭାରତୀୟ ଖେଳାଳି ଅନ୍ତିମ ଟେଷ୍ଟ ମ୍ୟାଚରୁ ବାଦ୍‌ ପଡିଛନ୍ତି । ଅନୁଭବୀ ଭାରତୀୟ ବୋଲର ଜସପ୍ରୀତ ବୁମରାଙ୍କ ଅବଡୋମିନଲ ଷ୍ଟ୍ରେନ କାରଣରୁ ସିରିଜରୁ ବାଦ୍‌ ପଡିଛନ୍ତି ।

ସିଡନୀ ଟେଷ୍ଟ ସମୟରେ ତାଙ୍କର ସ୍କାନ କରାଯାଇଥିଲା । ରିପୋର୍ଟ ଆସିବା ପରେ ଟିମ ଇଣ୍ଡିଆର ମ୍ୟାନେଜମେଣ୍ଟ ତାଙ୍କୁ ବିଶ୍ରାମ ଦେଇଛି ।

ବିସିସିଆଇର ଏକ ସୂତ୍ର ଅନୁସାରେ, ସିଡନୀରେ ଫିଲ୍ଡିଂ କରୁଥିବାବେଳେ ସେ ଅବଡୋମିନଲ ଷ୍ଟ୍ରେନର ଶିକାର ହୋଇଥିଲେ । ସେ ବ୍ରିସବେନ ଟେଷ୍ଟ ଖେଳିବେ ନାହିଁ । ସମ୍ଭବତଃ ଇଂଲଣ୍ଡ ସିରିଜରେ ଫିଟ୍‌ ହୋଇ ଗ୍ରାଉଣ୍ଡକୁ ଓହ୍ଲାଇବେ ।

ତେବେ ବୁମରାଙ୍କ ସ୍ଥାନରେ ଟି-ନଟରାଜନ ଡେବ୍ୟୁ କରି ପାରନ୍ତି । ସିରାଜ, ସାଇନି, ଶାର୍ଦ୍ଦୁଳ ପେସର ଭାବରେ ଗ୍ରାଉଣ୍ଡକୁ ଓହ୍ଲାଇବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.