ETV Bharat / sports

ଅଷ୍ଟ୍ରେଲିଆ ଟି20 ଟିମରେ ଭାରତୀୟ ବଂଶୋଦ୍ଭବ ଟାକ୍ସି ଡ୍ରାଇଭରଙ୍କ ପୁଅ - ଲେଗସ୍ପିନର ତନବୀର ସଂଘା

ଭାରତୀୟ ମୂଳ ବଂଶୋଦ୍ଭବ ଟାକ୍ସି ଡ୍ରାଇଭରଙ୍କ ପୁଅ ଯୁବ ଲେଗସ୍ପିନର ତନବୀର ସଂଘା ଅଷ୍ଟ୍ରେଲିଆ ଜାତୀୟ କ୍ରିକେଟ ସ୍କ୍ବାଡରେ ସ୍ଥାନ ପାଇଛନ୍ତି । ଅଧିକ ପଢନ୍ତୁ...

Indian-origin taxi driver's son makes it to Australia T20I team
ଅଷ୍ଟ୍ରେଲିଆ ଟି20 ଟିମରେ ଭାରତୀୟ ବଂଶୋଦ୍ଭବ ଟାକ୍ସି ଡ୍ରାଇଭରଙ୍କ ପୁଅ
author img

By

Published : Jan 29, 2021, 8:13 PM IST

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟ ଟିମରେ ଖେଳିବେ ଜଣେ ଭାରତୀୟ । ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ 5 ମ୍ୟାଚ ବିଶିଷ୍ଟ ଟି-20 ସିରିଜ ପାଇଁ ଅଷ୍ଟ୍ରେଲିଆ ସ୍କ୍ବାଡ ଘୋଷଣା ହୋଇଛି । ଘୋଷିତ ସ୍କ୍ବାଡରେ ଅଷ୍ଟ୍ରେଲିଆରେ ରହୁଥିବା ଜଣେ ଭାରତୀୟ ବଂଶଦ୍ଭବ ଟାକ୍ସି ଡ୍ରାଇଭରଙ୍କ ପୁଅ ରହିଛନ୍ତି । ଯୁବ ଲେଗସ୍ପିନର ତନବୀର ସଂଘା ହେଉଛନ୍ତି ସେହି ଖେଳାଳି ।

ଅଷ୍ଟ୍ରେଲିଆ ଟି20 ଟିମରେ ଭାରତୀୟ ବଂଶୋଦ୍ଭବ ଟାକ୍ସି ଡ୍ରାଇଭରଙ୍କ ପୁଅ
ତନବୀର ସଂଘା

ପ୍ରାୟ 12 ମାସ ପୂର୍ବରୁ 19 ବର୍ଷରୁ କମ ବିଶ୍ବକପରେ ଅଷ୍ଟ୍ରେଲିଆ ପକ୍ଷରୁ ପ୍ରତିନିଧିତ୍ବ କରିସାରିଛନ୍ତି ତନବୀର । ଗତବର୍ଷ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ଏହି ମେଗା ଟୁର୍ଣ୍ଣାମେଣ୍ଟରେ 15 ୱିକେଟ ସହ ସେ ଅଷ୍ଟ୍ରେଲିଆ ପକ୍ଷରୁ ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଥିଲେ ।

ସିଡନୀରେ ରହୁଥିବା ଜୋଗା, ବର୍ଷ 1997ରେ ପଞ୍ଜାବର ଜଳନ୍ଧର ନିକଟସ୍ଥ ଏକ ଗ୍ରାମ ରହୀମପୁର କଳା ସଙ୍ଘିଆନରୁ ଅଷ୍ଟ୍ରେଲିଆ ଚାଲିଯାଇଥିଲେ ।

19 ବର୍ଷୀୟ ସଙ୍ଘା ବିଗ ବାସ ଲିଗର ନିୟମିତ 10ମ ସଂସ୍କରଣରେ ଦମଦାର ଫର୍ମପରେ ରହିଥିଲେ । ସିଡନୀ ଥଣ୍ଡର ପକ୍ଷରୁ ଖେଳି ପ୍ରଭାବୀ 16.66 ହାରରେ 21 ୱିକେଟ ଅକ୍ତିଆର କରିଥିଲେ ।

ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ରିକି ପଣ୍ଟିଂ ମଧ୍ୟ ଜାତୀୟ ଟିମରେ ସଙ୍ଘାଙ୍କ ଚୟନ ନେଇ ସମର୍ଥନ ଜଣାଇଛନ୍ତି । ତନବୀରଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ଜାତୀୟ ଟିମରେ ଖେଳିଥିବା ପ୍ରଥମ ଭାରତୀୟ ମୂଳ ବଂଶଦ୍ଭବ ଖେଳାଳି ରହିଛନ୍ତି ଗୁରିନ୍ଦର ସନ୍ଧୁ । ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ 5 ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଫେବ୍ରୁଆରୀ 22ରୁ ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.