ETV Bharat / sports

2023 ବିଶ୍ବକପ ଜିତିବ ଟିମ ଇଣ୍ଡିଆ!

ଆଗାମୀ ବିଶ୍ବକପ ଭାରତରେ ହେବାକୁ ଯାଉଛି । ଅର୍ଥାତ ଆଗାମୀ ସଂସ୍କରଣରେ ଭାରତୀୟ ଦଳ ଆୟୋଜକ ଦଳ ରହିବ । ଫଳରେ ଭାରତକୁ ଘରୋଇ ପରିବେଶ ଓ ଘରୋଇ ପିଚ୍‌ର ମଧ୍ୟ ଫାଇଦା ମିଳିବ ।

ଡିଜାଇନ ଫଟୋ
author img

By

Published : Jul 16, 2019, 11:24 PM IST

ହାଇଦ୍ରାବାଦ: ଶେଷ ହୋଇଛି 2019 ବିଶ୍ବକପ । ଅପେକ୍ଷା 2023 ମହାକୁମ୍ଭକୁ । ଚଳିତଥର ବିଶ୍ବକପ ଟାଇଟଲ ହାତେଇଛି ଆୟୋଜକ ଦଳ ଇଂଲଣ୍ଡ । ଏଥର ଭାରତୀୟ ଦଳର ପାଳି । 2023 ବିଶ୍ବକପ ହାତେଇ ପାରେ ଭାରତ । ତେବେ ଏହା ପଛର କାରଣ ଏମିତି ରହିଛି ।

ଏଥରର ବିଶ୍ବକପ ପୂର୍ବରୁ ଆୟୋଜକ ଇଂଲଣ୍ଡକୁ ବିଶ୍ବକପର ହଟ୍‌ ଫେବରେଟ୍‌ ଭାବେ ଗଣା ଯାଉଥିଲା ଯାହା କି ଶେଷରେ ସତରେ ପରିଣତ ହେଲା । ରୋମାଞ୍ଚକ ପୂର୍ଣ୍ଣ ଫାଇନାଲ ମୁକାବିଲାରେ ସର୍ବଧିକ ବାଉଣ୍ଡ୍ରୀ ଆଧାରରେ ବିଜୟୀ ହେଲା ଆୟୋଜକ ଇଂଲଣ୍ଡ । ତେବେ କିଛି କ୍ରିକେଟ ପଣ୍ଡିତଙ୍କ ମତ ହେଲା ଇଂଲଣ୍ଡ ଦଳର ଦମଦାର ପ୍ରଦର୍ଶନ ସହିତ ଘରୋଇ ପରିବେଶ ଦଳକୁ ବେଶ ଶୁହାଇଲା । କାରଣ ଗତ 2ଦୁଇଟି ସିଜନ ହେଲା ବିଶ୍ବକପ ଟ୍ରଫି ଆୟୋଜକ ଦଳ ସପକ୍ଷରେ ରହୁଛି । ଗତ ଦୁଇଥର ହେଲା ଆୟୋଜକ ଦଳ ହିଁ ଟ୍ରଫି ଜିତିଆସୁଛି । ତେବେ ଏଥର ମଧ୍ୟ ସମାନ ସ୍ଥିତି ଦୋହର ଗଲା । ବିପକ୍ଷ ନ୍ୟୁଜିଲାଣ୍ଡର ଦମଦାର ପ୍ରଦର୍ଶନ ସତ୍ବେ ମଧ୍ୟ ଆୟୋଜକ ଦଳ ଟ୍ରଫି ହାତେଇଲା ।

ତେବେ କହିରଖୁ ଆଗାମୀ ବିଶ୍ବକପ ଭାରତରେ ହେବାକୁ ଯାଉଛି । ଅର୍ଥାତ ଆଗାମୀ ସଂସ୍କରଣରେ ଭାରତୀୟ ଦଳ ଆୟୋଜକ ଦଳ ରହିବ । ଫଳରେ ଭାରତକୁ ଘରୋଇ ପରିବେଶ ଓ ଘରୋଇ ପିଚ୍‌ର ମଧ୍ୟ ଫାଇଦା ମିଳିବ । ଖାଲି ଅପେକ୍ଷା ଭାରତୀୟ ଦଳର ପ୍ରଦର୍ଶନ ଉପରେ ।

ଉଲ୍ଲେଖଥାଉ କି, 2011 ବିଶ୍ବକପ ଭାରତ ଆୟୋଜନ କରିଥିଲା । ଯେଉଁଠି ଦଳ ବିଶ୍ବବିଜେତା ହୋଇଥିଲା । ସେହିପରି 2015 ବିଶ୍ବକପ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମିଳିତ ଭାବେ ଆୟୋଜନ କରିଥିଲେ । ଯେଉଁଠି ଆୟୋଜକ ଅଷ୍ଟ୍ରେଲିଆ ବିଜେତା ହୋଇଥିଲା ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.