ETV Bharat / sports

ୱାସିଂଟନଙ୍କ ଭବିଷ୍ୟତ ଉଜ୍ଜଳ: ବିରାଟ କୋହଲି

author img

By

Published : Aug 5, 2019, 7:13 PM IST

ଭବିଷ୍ୟତରେ ଟିମ ଇଣ୍ଡିଆ ବିଜୟରେ ପ୍ରମୁଖ ଭୁମିକା ନିଭେଇପାରନ୍ତି ୱାସିଂଟନ ସୁନ୍ଦର । ଏହା କହିଛନ୍ତି କ୍ୟାପଟେନ ବିରାଟ କୋହଲି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ସ୍ପିନ ଅଲରାଉଣ୍ଡର ୱାସିଂଟନ ସୁନ୍ଦରଙ୍କ ଭବିଷ୍ୟତ ଉଜ୍ଜଳ । ଭବିଷ୍ୟତରେ ଟିମ ଇଣ୍ଡିଆ ବିଜୟରେ ସେ ପ୍ରମୁଖ ଭୁମିକା ନିଭେଇପାରନ୍ତି । ଏହା କହିଛନ୍ତି କ୍ୟାପଟେନ ବିରାଟ କୋହଲି ।

ୱେଷ୍ଟଇଣ୍ଡିଜ ବିପକ୍ଷ ଟି20 ସିରିଜରେ ସୁନ୍ଦରଙ୍କ ସୁନ୍ଦର ବୋଲିଂରେ କ୍ୟାପଟେନ କୋହଲି ଖୁସି । ପ୍ରଥମ ଓଭରରୁ ନୂଆ ବଲରେ ସ୍ପିନ ବୋଲିଂ କରିବା ସହଜ ହୋଇନଥାଏ । ତେବେ ସୁନ୍ଦରଙ୍କୁ ବିଶ୍ବାସର ସହିତ କୋହଲି, ନୂଆ ବଲ ଧରାଉଛନ୍ତି । କ୍ୟାପଟେନଙ୍କ ଆଶାଠାରୁ ଅଧିକ ପ୍ରଭାବି ପ୍ରଦର୍ଶନ କରୁଛନ୍ତି ଏହି ଯୁବ ଖେଳାଳି । ଇଣ୍ଡିଜ ହିଟରଙ୍କୁ ସ୍ପିନ ଜାଲରେ ବାନ୍ଧି ରଖିବାରେ ଶତପ୍ରତିଶତ ସଫଳ ହେଉଛନ୍ତି ସୁନ୍ଦର ।

2ୟ ଟି20ରେ ସୁନ୍ଦର 3 ଓଭର ବୋଲିଂ କରି ଗୋଟିଏ ମେଡେନ ସହ, ମାତ୍ର 12 ରନ ଖର୍ଚ୍ଚ କରିଥିଲେ । ଏଥିସହିତ ଗୋଟିଏ ୱିକଟ ମଧ୍ୟ ହାସଲ କରିଥିଲେ । ଫଳରେ ଭାରତ 3ଟିକିଆ ଟି20 ସିରିଜକୁ 2-0ରେ ଗୋଟିଏ ମ୍ୟାଚ ବାକି ଥାଇ ଜିତିନେଇଛି । ତେବେ ମ୍ୟାଚ ପରେ କୋହଲି ଆଗୁଆ ସିରିଜ ଜିତିବା ପରେ ଅନ୍ୟ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିବ ବୋଲି କହଛନ୍ତି । ତେଣୁ 3ୟ ଟି-20ରେ ଦଳରେ ପରିବର୍ତ୍ତନ ହେବାର ଅନୁମାନ କରାଯାଉଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.