ରାଞ୍ଚି: ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛନ୍ତି କ୍ୟାପ୍ଟେନ କୋହଲି । ତେବେ ଚମତ୍କାର ସଦୃଶ 3ଟି ଯାକ ଟେଷ୍ଟରେ ଟସ ଜିତିଚାଲିଛନ୍ତି କୋହଲି । ଅନ୍ୟପଟେ ଟସ ଜିତି ପାଇଁ ଦକ୍ଷିଣ ଆଫ୍ରିକା ଅଧିନାୟକ ଚଲାଇଥିବା ପ୍ଲାନ କିନ୍ତୁ ଫେଲ ମାରିଛି ।
-
Virat Kohli called it a no-brainer to bat first at the Toss #TeamIndia #INDvSA @Paytm 🇮🇳🇮🇳 pic.twitter.com/3V4fKvcVWr
— BCCI (@BCCI) October 19, 2019 " class="align-text-top noRightClick twitterSection" data="
">Virat Kohli called it a no-brainer to bat first at the Toss #TeamIndia #INDvSA @Paytm 🇮🇳🇮🇳 pic.twitter.com/3V4fKvcVWr
— BCCI (@BCCI) October 19, 2019Virat Kohli called it a no-brainer to bat first at the Toss #TeamIndia #INDvSA @Paytm 🇮🇳🇮🇳 pic.twitter.com/3V4fKvcVWr
— BCCI (@BCCI) October 19, 2019
ତେବେ ପ୍ରଥମଥର ପାଇଁ ଟସ ପକାଇବାକୁ ପଡିଆକୁ କୌଣସି ଗୋଟିଏ ଦଳରୁ ଅଧିନାୟକ ଓ ଉପଅଧିନାୟକ ଆସିଛନ୍ତି । ଆଜି ଟସରେ ଫାପ୍ଙ୍କ ସ୍ଥାନରେ ଦଳ ଉପ ଅଧିନାୟକ ତେମ୍ବା ବାଭୁମା ଟସ ପାଇଁ କଲିଂ କରିଥିଲେ । ତେବେ ଏହି ଯୋଜନାର ସୂଚନା ଗତକାଲିଠରୁ ଫାପ ଦେଇସାରିଥିଲେ । ଫାଫ୍ କହିଥିଲେ ଯେ, "ଟସ ପାଇଁ ମୁଁ ଅନ୍ୟ କାହାକୁ ପଡିଆକୁ ଡାକିବା । କାରଣ ମୋତେ ଲାଗୁଛି ଟସ ମୋ ପାଇଁ ଲକି ହେଉ ନାହିଁ। "
ମାତ୍ର ଏହି ସବୁ ଅନ୍ଧବିଶ୍ବାସକୁ ଫେଲ କରିଛନ୍ତି କ୍ୟାପ୍ଟେନ କୋହଲି । ବାଭୁମା ଟସ ପାଇଁ କଲିଂ ପରେ ମଧ୍ୟ କୋହଲିଙ୍କ ହାତରେ ଲାଗିଛି ଟସ।